/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719157650.jpg)
CM Majhi targets BJD
ଜନ୍ମମାଟିରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା। କେନ୍ଦୁଝର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ଅଛନ୍ତି। ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା। କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ୍ ପଠାଇବୁ, ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହ ବିଧାୟକ ଥିବା ବେଳେ ପୂର୍ବରୁ ବିରୋଧୀଦଳରେ ଥାଇ ଲଢ଼ୁଥିଲି, ସରକାର ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ମଧ୍ୟ ସେତେବେଳେ ଯାଚୁଥିଲେ। ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତୃତ୍ବ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ଅନ୍ୟପଟେ ସୁପର ଚିଫ୍ ମିନିଷ୍ଟର ପ୍ରସଙ୍ଗ ଉଠାଇ ପରୋକ୍ଷରେ ଇଙ୍ଗିତ କଲେ । କହିଛନ୍ତି ଯେ, ଯେତେ ସଭାରେ ଭାଷଣ ଦେବେ ଭୋଟ କମିବ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଗୋଡ଼ ତଳୁ ମାଟୁ ଖସୁଛି ସୁପର ଚିଫ୍ ମିନିଷ୍ଟର ଜାଣି ପାରି ନ ଥିଲେ । ୨୪ ବର୍ଷ ଶାସନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଟାର୍ଗେଟ୍ କଲେ । ପୂର୍ବ ମୁଖ୍ୟମନ୍ତ୍ରୀ ନଂ-୧, ମାତ୍ର ରାଜ୍ୟ କାହିଁକି ନୁହେଁ ବୋଲି ଜନତାଙ୍କୁ ସମ୍ବୋଧନ କରି ପଚାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)