Advertisment

ଦୁର୍ଭାଗ୍ୟ ! ଓଡ଼ିଆ ଅକ୍ଷର ପଢ଼ିପାରୁନଥିବାରୁ ଗଲା ସରପଞ୍ଚ ପଦବୀ

କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ସାବ୍ୟସ୍ଥ କରିପାରିନଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhadrak Sarpanch Suspended Due to Lack Of Education

Sarapancha

ଲେଖାପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବୟାଙ୍ଗଡିହି ପଂଚାୟତର ସରପଞ୍ଚ କୁନ୍ତଳା ମଳିକ ପଦ ହରାଇଥିବା ଜଣାପଡ଼ିଛି । ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଭାରତୀ ବେହେରାଙ୍କୁ ହରାଇ ସରପଞ୍ଚ ହୋଇଥିଲେ କୁନ୍ତଳା ।

Advertisment

ଜଣେ ସରପଞ୍ଚଙ୍କ ଯୋଗ୍ୟତା ହିସାବରେ ସେ ଓଡିଆ ପଢ଼ି ଲେଖିପାରୁଥିବା ଦରକାର। କିନ୍ତୁ କୁନ୍ତଳା ଓଡିଆ ପଢ଼ି ଲେଖି ପାରୁନଥିବା ନେଇ ଧାମନଗର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଭାରତୀ । ଏହାର ବିଚାର କରି କୋର୍ଟ କୁନ୍ତଳାଙ୍କ ସରପଞ୍ଚ ପଦକୁ ରଦ୍ଧ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: ବବିଙ୍କ କ୍ୱାର୍ଟର୍ସରେ GA ଅଧିକାରୀ, କହିଲେ ବେଆଇନ ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

Advertisment

କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ସାବ୍ୟସ୍ଥ କରିପାରିନଥିଲେ। ଏହାପରେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଚିଠି ଅନୁସାରେ ପଞ୍ଚାୟତର PEOଙ୍କ ଉପସ୍ଥିତିରେ ନାଏବ ସରପଞ୍ଚ ପ୍ରଦୀପ ବାରିକଙ୍କୁ ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ନିଜେ PEO ସରପଂଚ ଭବେ ପ୍ରଦୀପ ବାରିକଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ବି ପଦ ଛାଡୁନଥିଲେ କୁନ୍ତଳା।

ଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧାମନଗର BDO କୁନ୍ତଳାଙ୍କ ବାସଭବନ ଆଗରେ ନୋଟିସ ଲଗାଇବା ସହ ନାଏବ ସରପଞ୍ଚ ପ୍ରଦୀପ ବାରିକଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ତେବେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ କୁନ୍ତଳା ମଳିକ।

ଏନେଇ ପ୍ରଦୀପ ବାରିକ କହିଛନ୍ତି, ପୂର୍ବତନ ସରପଞ୍ଚଙ୍କ ଶିକ୍ଷାଗତ ଯୋଗ୍ୟତା କମ୍‌ ଥିଲା। ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ପଦ ରଦ୍ଦ କରାଯାଇଛି। ଏହାପରେ ସବ୍‌ କଲେକ୍ଟର ଚିଠି ଅନୁସାରେ ମୁଁ ସରପଞ୍ଚ ଭାବେ ଦାୟିତ୍ୱ ନେଇଛି।  

Sarapanch
Advertisment
Advertisment