ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଚାଲିଛି ଭଙ୍ଗାରୁଜା । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି। ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଇଛି । ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ୁଛି ।
ପ୍ରଥମ ମହଲାରେ ବୈଠକ ହେଉଥିବା ବେଳେ ଦ୍ୱିତୀୟ ମହଲାରେ ବବିଙ୍କ ଥଇଲା ରୁମ୍ । ଏହା ସହ ତୃତୀୟ ମହଲାରେ ଦଳୀୟସାମଗ୍ରୀ ରହିଥିବା କୁହାଯାଉଛି । ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା? ଏହି ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି ? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା ? ଏସବୁକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Also Read
ଅଧିକ ପଢ଼ନ୍ତୁ: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...
ତେବେ ଏସବୁକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ୧୦ ରୁ ଉର୍ଦ୍ଧ୍ୱ ଶ୍ରମିକ ମିଶି ଘର ଭାଙ୍ଗୁଥିବା ଜଣାପଡ଼ୁଛି । ଯେହେତୁ ବବି ଦାସ ବର୍ତ୍ତମାନ କୌଣସି ପଦପଦବୀରେ ନାହାଁନ୍ତି, ତାଙ୍କୁ ସେ ଘର ମଧ୍ୟ ଛାଡ଼ିବାକୁ ପଡ଼ିପାରେ । ଏଣୁ ସେ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କ୍ୱାର୍ଟର ଭାଙ୍ଗୁଥାଇପାରନ୍ତି ବୋଲି ସୂଚନା ମିଳୁଛି । ଏଠି ଅନେକ ପ୍ରକାର ବୈଠକ ବସୁଥିଲା । ବିଭିନ୍ନ ପ୍ରକାର ଦଳୀୟ ଆଲୋଚନା ମଧ୍ୟ ଚାଲୁଥିଲା । ତେବେ ଭଙ୍ଗାରୁଜା ପରେ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବାରେ ଲାଗିଛି।
ସରକାରୀ ଭାବେ ବବିଙ୍କ ଘର ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ତେବେ ଏତେଗୁଡ଼େ କାମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବବି ଦାସ କହିଛନ୍ତି ଯେ, ସରକାରୀ କ୍ୱାର୍ଟସ ଯେଉଁଭଳି ଭାବେ ନିଆଯାଇଥାଏ, ସେହିପରି ଫେରାଇବାକୁ ହୁଏ । ଏଣୁ ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ଘର ଭଙ୍ଗାଯାଉଛି ବୋଲି ସେ କହିଛନ୍ତି।
ତେବେ ସବୁଠୁ ବଡ଼ କଥା ହେଉଛି, କାଳେ ଘଟଣା ସଂପର୍କରେ ପ୍ରଘଟ ହୋଇଯିବ, ସେ ଦୃଷ୍ଟିରୁ ଭିତର ପଟୁ ଗେଟ୍ରେ ତାଲା ପକାଇ ଭଙ୍ଗାରୁଜା ଚାଲିଛି । ତେବେ ମୁଖ୍ୟ ସରକାରୀ ଘର ଛାଡ଼ି ଭିତରେ ହୋଇଥିବା ନିର୍ମାଣ ଭଙ୍ଗା ଯାଉଛି । ଏହା ସହ ଅଣ୍ତରଗ୍ରାଉଣ୍ତ ଘର ସହ ତିନି ମହଲା କୋଠା ମଧ୍ୟ ଭାଙ୍ଗି ଦିଆଯାଇଥିବା ଜଣା ପଡ଼ିଛି । ନିର୍ମାଣ ହୋଇଥିବା ସୁଇମିଂ ପୁଲ ଓ ରୁଫ୍ ଟଫ୍ କଟେଜ୍କୁ ମଧ୍ୟ ଭାଙ୍ଗି ଦିଆଯାଇଛି । କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା ? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା ? ଏସବୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଧିରେ ଧିରେ ଘଟଣା ଉପରୁ ପରଦା ହଟିଲେ ସବୁ କଥା ପଦାକୁ ଆସିବ।