Advertisment

ଦମ୍ପତିଙ୍କ ସମେତ ୪ ନିଖୋଜ, ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା...ଫୋନ୍‌ ସ୍ୱିଚ୍‌ ଅଫ୍‌

୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
4 People Missing In Nabarangpur

Couple Including 4 People Missing In Nabarangpur

କୁଆଡ଼େ ଗଲେ ନବରଙ୍ଗପୁରର ସପନ ସରକାରଙ୍କ ପରିବାର ? ୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଏମାନେ ହେଲେ ନବରଙ୍ଗପୁର ରାଇଘରର ସପନ ସରକାର, ପତ୍ନୀ ଇତିଶ୍ରୀ, ଶାଳକ ବିଶ୍ୱଜିତ୍‌ ଏବଂ ପଡ଼ୋଶୀ ହାଜାରି ଢାଲି। ସମସ୍ତେ ଏକାଠି ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ। ହେଲେ ସେଠାରୁ ଆଉ ଘରକୁ ଫେରି ନାହାନ୍ତି।

Advertisment

ସୂଚନା ଅନୁସାରେ, ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ। ବିଶ୍ୱଜିତ୍‌ଙ୍କ ଘର କୋଣ୍ଡାଗାଁରେ ହୋଇଥିବାରୁ ରାତିରେ ସେଠି ରହିବେ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ। ହେଲେ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କର ଫୋନ୍ ଆଉ ଲାଗିନଥିଲା।

ପରିବାର ଲୋକଙ୍କ ପତ୍ତା ନମିଳିବା ନେଇ ସପନ ସରକାରଙ୍କ ବୋହୂ ସ୍ୱପ୍ନା ସରକାର କହିଛନ୍ତି ଯେ, ‘କାଙ୍କେରରେ ବଡ଼ ମାଉସୀଙ୍କ ଘରେ ବିବାହ କାର୍ଯ୍ୟକ୍ରମ ଥିବାରୁ ବାପା ଓ ମା’ ଯାଇଥିଲେ। ସେମାନଙ୍କ ସହ ମାମୁ ଜଣେ ବିଶ୍ୱଜିତ୍‌ ଅଧିକାରୀ ଓ ତାଙ୍କ ପଡ଼ୋଶୀ ହାଜାରି ଢାଲି ଯାଇଥିଲେ। ହେଲେ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କର ଫୋନ୍ ଆଉ ଲାଗିନଥିଲା। ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା।’

Advertisment

ରାତି ୧୦ଟା ପରେ ୪ ଜଣଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନଥିଲା। ୪ ଜଣ ଏକାଠି କାର୍‌ରେ ବାହାରିଥିବା ବେଳେ କୁଆଡ଼େ ଗଲେ ତାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି। ନବରଙ୍ଗପୁର ରାଇଘର ତହସିଲର ସୁପରଭାଇଜର ହେଉଛନ୍ତି ସପନ ସରକାର।

Missing
Advertisment
Advertisment