କୁଆଡ଼େ ଗଲେ ନବରଙ୍ଗପୁର ର ସପନ ସରକାରଙ୍କ ପରିବାର ? ୨୪ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୪ ଜଣଙ୍କ ପତ୍ତା। ନବରଙ୍ଗପୁର ରାଇଘରର ସପନ ସରକାର, ପତ୍ନୀ ଇତିଶ୍ରୀ, ଶାଳକ ବିଶ୍ୱଜିତ ଏବଂ ପଡ଼ୋଶୀ ହାଜାରି ଢାଲି ଏକାଠି ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ। ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ। ବିଶ୍ୱଜିତଙ୍କ ଘର କୋଣ୍ଡାଗାଁରେ ହୋଇଥିବାରୁ ରାତିରେ ସେଠି ରହିବେ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ।
ହେଲେ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ଅପହଞ୍ଚ ହୋଇଥିଲା। ରାତି ୧୦ଟା ପରେ ୪ ଜଣଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନଥିଲା। ୪ ଜଣ ଏକାଠି କାର୍ରେ ବାହାରିଥିବା ବେଳେ କୁଆଡ଼େ ଗଲେ ତାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଆଜି ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି। ନବରଙ୍ଗପୁର ରାଇଘର ତହସିଲର ସୁପରଭାଇଜର ହେଉଛନ୍ତି ସପନ ସରକାର।