Advertisment

ଜଳପ୍ରପାତ ନିକଟରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଖସିଗଲା ଗୋଡ଼; ତା’ପରେ...

ଜଳପ୍ରପାତ ନିକଟରେ ସେଲ୍‌ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ ଏହି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Youth Missing

Youth Missing After Falling Into Waterfall While Taking Selfie

ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆ ରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ। ଜଳପ୍ରପାତ ନିକଟରେ ସେଲ୍‌ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ- କୋରାପୁଟ ଜିଲ୍ଲାର ହରିବନ୍ଧୁ ଗୌଡ଼।

Advertisment

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ଥିବା ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠ ଏହି ଜଳପ୍ରପାତ ରହିଛି। ପ୍ରତ୍ୟେକ ବର୍ଷ ଏହି ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ହଜାର ପର୍ଯ୍ୟଟକ ବୁଲି ଆସିଥାନ୍ତି । ଗତକାଲି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ କୃଷ୍ଣଗୁଡା ଗାଁର ହରିବନ୍ଧୁ ଗୌଡ଼(୧୮) ୨ ଜଣ ସାଙ୍ଗଙ୍କ ସହ ଘୁମରେଶ୍ୱର ଶୈବ ପୀଠକୁ ବୁଲିବାକୁ ଆସିଥିଲେ। 

ଅଧିକ ପଢ଼ନ୍ତୁ: ବାଘ ସହ ସେଲ୍‌ଫି ସାହସ ନୁହେଁ ଦୁଃସାହସ, ଦେଖନ୍ତୁ ଭିଡିଓ..

ଶୈବ ପୀଠରେ ଦର୍ଶନ ସାରି ଅପରାହ୍ନରେ ନିକଟରେ ଥିବା ଜଳପ୍ରପାତ ନିକଟରେ ବୁଲାବୁଲି କରୁଥିଲେ। ଏହି ସମୟରେ ହରିବନ୍ଧୁ ସେଲ୍‌ଫି ନେବା ବେଳେ ଗୋଡ଼ ଖସି ପଡ଼ିବା ଯୋଗୁ ପାଣି ଭିତରେ ପଡ଼ି ଯାଇଥିଲେ। ଏହାପରେ ହରିବନ୍ଧୁଙ୍କ ସାଙ୍ଗମାନେ ତାଙ୍କ ପରିବାରକୁ ଫୋନ୍‌ ଯୋଗେ ଏସମ୍ପର୍କରେ ଜଣାଇଥିଲେ। 

Advertisment

ଖବର ପାଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ କର୍ମଚାରୀ ଘୁମରେଶ୍ୱର ଘଟଣାସ୍ଥଳରେ ପହଞ୍ଚି ହରିବନ୍ଧୁଙ୍କୁ ବହୁ ଖୋଜାଖୋଜି କରିଥିଲେ। ଖବର ଲେଖାଯିବା ସୁଦ୍ଧା ବର୍ତ୍ତମାନ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜ ନେଇ ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Selfie
Advertisment
Advertisment