Advertisment

ଦେଶୀ ବୁଦ୍ଧି ଆପଣାଇଲେ...ପାହାଡ ଚିରି କ୍ଷେତକୁ ପାଣି ମଡେଇଲେ

ଦେଶୀ ବୁଦ୍ଧି ଆପଣାଇ ୨୫ ଏକର ଚାଷ ଜମିକୁ ପାଣି ମଡେଇବାକୁ ନୂଆ ରଣନୀତି ଅବଲମ୍ବନ କଲେ ଚାଷୀ। ପାହାଡ ଚିରିଲେ, ନିଜ କ୍ଷେତକୁ ପାଣି ମଡେଇଲେ। ପାଣି ବିନା ଯେଉଁ ଚାଷ ଜମି ଦିନେ ଟାଙ୍ଗରା ଥିଲା ଆଜି ସେଇ ଚାଷ ଜମିରେ ଭଲରେ ମାଡୁଛି ପାଣି

author-image
Sarbeswar
ଅଦ୍ୟତନ ହୋଇଛି
Nabarangapur Farmer Cut Mountain for Irrigation

special story

 କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହାକୁ କାମରେ କରି ଦେଖାଇଛନ୍ତି ନବରଙ୍ଗପୁର ର ଚାଷୀ। ଜିଲ୍ଲାର ପାପଡାହାଣ୍ଡି ଲଦିଓଗର୍ଲିଗୁଡାର ଚାଷୀମାନେ ନିଜସ୍ୱ ଉଦ୍ୟମରେ ପରିଶ୍ରମ କରି ପାହାଡ ଚିରି ନିଜ କ୍ଷେତକୁ ନେଇଛନ୍ତି ପାଣି । ଯାହାକୁ ନେଇ ଖାଲି ନିଜ ଜିଲ୍ଲାରେ ନୁହେଁ ବରଂ ପୂରା ରାଜ୍ୟରେ ବଢିଛି ଚର୍ଚ୍ଚା। ସାଧାରଣତଃ ଏଠିକାର ଲୋକ ଚାଷ କାମ କରି ପରିବାର ଚଳାନ୍ତି। ହେଲେ ପାଣି ଅଭାବରୁ ଚାଷ କାମ ଠିକରେ ହୋଇପାରିନୁ। ଜମିକୁ ପାଣି ଯୋଗାଇବାକୁ ସ୍ଥାନୀୟ ପ୍ରଶାସନ ପାଖରେ ବାରମ୍ବାର ଦାବି କରିଥିଲେ ଚାଷୀ। କିନ୍ତୁ ଚାଷୀଙ୍କ କଥାକୁ ସେତେଟା ଗୁରୁତ୍ୱ ବୋଧହୁଏ ଦେଇନଥିଲା ପ୍ରଶାସନ। ତେଣୁ ନିଜସ୍ୱ ବୁଦ୍ଧି ଖର୍ଚ୍ଚ କରି ନିଜ ଜମିକୁ ପାଣି ମଡେଇଲେ ଚାଷୀ...

Advertisment

ଦେଶୀ ବୁଦ୍ଧି ଆପଣାଇ ୨୫ ଏକର ଚାଷ ଜମିକୁ ପାଣି ମଡେଇବାକୁ ନୂଆ ରଣନୀତି ଅବଲମ୍ବନ କଲେ ଚାଷୀ। ପାହାଡ ଚିରିଲେ, ନିଜ କ୍ଷେତକୁ ପାଣି ମଡେଇଲେ। ପାଣି ବିନା ଯେଉଁ ଚାଷ ଜମି ଦିନେ ଟାଙ୍ଗରା ଥିଲା ଆଜି ସେଇ ଚାଷ ଜମିରେ ଭଲରେ ମାଡୁଛି ପାଣି। ପାହାଡିଆ ଅଂଚଳ ହୋଇଥିବା କାରଣରୁ ଅନେକ ଅସୁବିଧା ତ ହୋଇଥିଲା ହେଲେ ସେହି ଅସୁବିଧାକୁ ଖାତିର ନକରି ପାହାଡର ପଥରକୁ ହାତରେ ଚିରିଚିରି କ୍ଷେତରେ ପହଞ୍ଚାଇଛନ୍ତି ପାଣି। ପାହାଡ ଚିରି ପାଣି ନେବାରେ ୧୦ କୃଷକ ପରିବାର ଦିନରାତି ଏକ କରି କାମ କଲେ ଆଉ ଏବେ ନିଜ ବିଲକୁ ପାଣି ମଡେଇଲେ।

ଅଧିକ ପଢ଼ନ୍ତୁ: ସୁଧାଂଶୁଙ୍କ ବାଡ଼ିରେ ଲାଲ ଟହଟହ ଡ୍ରାଗନ୍ ଫ୍ରୁଟ୍‌ : ୟୁଟ୍ୟୁବ ଦେଖି ଚାଷ କଲେ ନବରଙ୍ଗପୁର ଚାଷୀ

Advertisment

ଚାଷୀଙ୍କ କହିବା କଥା...ବିଲକୁ ପାଣି ମଡେଇବାକୁ ଅନେକ ସମୟରେ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ହେଲେ ଅଧାପନ୍ତରିଆ କାମ କରିଦେଇ ଥିଲା ପ୍ରଶାସନ। ତେଣୁ ନିଜସ୍ୱ ଉଦ୍ୟମରେ ପାହାଡ ଉପରେ ଥିବା ଝରଣାର ପାଣିକୁ ବିଲ ପର୍ଯ୍ୟନ୍ତ ପହଞ୍ଚାଇଲୁ ଆଉ ଏବେ ବିଲରେ ଭଲରେ ମାଡୁଛି ପାଣି। 

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ପାହାଡର ଛାତି ଚିରି କ୍ଷେତରେ ପାଣି ମଡେଇଛନ୍ତି ସେମାନେ ଉଚ୍ଚଶିକ୍ଷିତ ବି ନୁହେଁ। ହେଲେ ଦେଶୀ ବୁଦ୍ଧି ଆପଣାଇ ଏମିତି ନିଜ କ୍ଷେତକୁ ମଡେଇଛନ୍ତି ପାଣି। ଆମେ ଅନେକ ସମୟରେ ଦେଖିଛନ୍ତି ପାଣି ଆସୁନଥିବା କାରଣରୁ ଚାଷ ହୋଇପାରୁନି ହେଲେ ଏଇଠି ହାର ମାନିନାହାନ୍ତି ଚାଷୀ ବରଂ ନିଜସ୍ୱ ଉଦ୍ୟମରେ ଏକର ଏକର ଜମିରେ ମଡେଇଛନ୍ତି ପାଣି ଆଉ ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା...

(ରିପୋର୍ଟ -ନବଘନ ବିଷୋୟୀ,ନବରଙ୍ଗପୁରର)

Farmer Nabarangapur
Advertisment
Advertisment