Advertisment

ପାଣିପାଗ ବିଭାଗର ପୂର୍ବାନୁମାନ- ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Today Rainfall Likely In Some Districts Of Odisha

Today Rainfall Likely In Some Districts Of Odisha

ଆଜି ବି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

Advertisment

ଗତକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇଥିଲା। ତେବେ ଆସନ୍ତାକାଲିଠୁ ୩ ଦିନ ଯାଏ ସବୁଠି ପାଗ ଶୁଖିଲା ରହିବ। ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିଥିବାରୁ ଶୀତ ଟିକେ କମ୍‌ ରହିଛି।

ସେପଟେ ଶୀତରେ ଥରୁଛି ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡା। ଏଠାରେ ସନ୍ଧ୍ୟା ଓ ସକାଳେ ପାରଦ ତଳକୁ ଖସିବା ପରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ପାହାଡ଼ ଜଙ୍ଗଲ ଭରା ଅଞ୍ଚଳ ହୋଇଥିବାରୁ ଏଠାରେ ମାତ୍ରାଧିକ ଶୀତ ସହିତ ତୁଷାରପାତ ହୋଇଥାଏ। ଗତ ୩ ଦିନ ହେଲାଣି ଦିନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ସନ୍ଧ୍ୟାରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି। ଏଠାରେ ଲୋକେ ପ୍ରାତଃଭ୍ରମଣ ସାଙ୍ଗକୁ ଚା’ ପିଇବା ସହ ନିଆଁ ଜାଳି ଶୀତର ବେଶ ମଜା ନେଉଛନ୍ତି। 

Advertisment
Rain In Odisha Rainfall Alert Rainfall Alert In Odisha
Advertisment
Advertisment