Advertisment

ଜମା ଖାତାରୁ ଭୂତ ନେଇଗଲା ଟଙ୍କା

ଜମାକାରୀଙ୍କ ମୃତ୍ୟୁ ପରେ ଭୂତ ଚେକ୍ ମାଧ୍ୟମରେ ଉଠାଯାଉଛି ଟଙ୍କା। ମୃତ୍ୟୁ ପରେ କିଏ କଲା KYC ଅପଡେଟ୍ ? କିଏ  ଉଠାଇଲା ଟଙ୍କା ?

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cash withdrawn from dead man’s account

Cash withdrawn from dead man’s account

ଭୂତ ଉଠାଉଛି ଜମା ଟଙ୍କା।  ଜମାକାରୀଙ୍କ ମୃତ୍ୟୁ ପରେ ଭୂତ ଚେକ୍ ମାଧ୍ୟମରେ ଉଠାଯାଉଛି ଟଙ୍କା। ବ୍ୟାଙ୍କ ଅଧିକାରୀଙ୍କ ଜାଣତରେ ଏଭଳି ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି।ସେପଟେ ବ୍ୟାଙ୍କ ମ୍ୟାନେଜର ମଧ୍ୟ ମୋବାଇଲ କ୍ୟାମେରାରେ ଚଞ୍ଚକତା ନେଇ ମାନିଥିବା ବେଳେ, କ୍ୟାମେରା ଆଗରେ ମୁହଁ ଖୋଲି ନାହାନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସ୍ଥିତ କେସିସି ବ୍ୟାଙ୍କରୁ ଏଭଳି ଅଭିଯୋଗ ଆସିଛି।

Advertisment

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ ଅନ୍ତର୍ଗତ କୋଦଭଟାର ସନସିଂ ମାଝୀଙ୍କ ୨୦୨୦ ମସିହା ଅକ୍ଟୋବର ୯ ତାରିଖରେ ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁ ପରେ ୨୦୨୧ ଓ ୨୦୨୨ ମସିହାରେ ଏକାଧିକ ଥର ସେ  ନିଜ ବ୍ୟାଙ୍କ ଆକାଉଣ୍ଟରୁ ଜମା ଟଙ୍କା ଉଠାଇଛନ୍ତି। ସନସିଂଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟରୁ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଜଣାପଡ଼ିଛି। ସନସିଂଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜମା ଟଙ୍କା ଉଠାଇବାକୁ ଯାଇଥିବା ବେଳେ, ଏଭଳି ଦୁର୍ନୀତି ବିଷୟରେ ଜାଣିବାକୁ ପାଇଥିଲେ। ଏପରିକି ତାଙ୍କ ନାଁରେ କେଓ୍ୱାଇସି ଅପଡେଟ୍ ବି ହୋଇଛି। 

ସନସିଂ ମାଝୀ ପାପଡ଼ାହାଣ୍ଡି ସ୍ଥିତ କେସିସି ବ୍ୟାଙ୍କରେ ଖାତା ଖୋଲିଥିଲେ । ୨୦୧୬/୧୭ ମସିହାରେ ତାଙ୍କ ଆକାଉଣ୍ଟକୁ  ୩ ଲକ୍ଷ ୨୮ ହଜାର ୬୩୮ ଧାନ ବିକ୍ରି ଟଙ୍କା ଆସିଥିଲା।  ୨୦୨୦ରେ ତାଙ୍କ ମୃତ୍ୟୁ ପରେ ପୁଅ ନିକୁଞ୍ଜ ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ। ହେଲେ ଏହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ଏକାଧିକ ଥର ସେଲଫ୍‌ ଚେକ୍‌ ଜରିଆରେ ଟଙ୍କା ଉଠାଯାଇଛି।  ତେବେ ଏଠି ପ୍ରଶ୍ନ ଉଠୁଛି, ସନସିଂଙ୍କ ମୃତ୍ୟୁ ପରେ କିଏ କଲା KYC ଅପଡେଟ୍ ? କିଏ  ଉଠାଇଲା ଟଙ୍କା ? ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଟଙ୍କା ଫେରାଇବାକୁ ସନସିଂଙ୍କ ପୁଅ ଦାବି କରିଛନ୍ତି।

Advertisment

ସୂଚନାଥାଉ କି, କୋଷାଗୁମୁଡ଼ା ବ୍ଲକର ୨୯ରୁ ଅଧିକ ଚାଷୀ ବି ନିଜ ଟଙ୍କା ଉଠାଇବାକୁ ଯାଇ ହଟାହଟା ହୋଇଛନ୍ତି। ଆକାଉଣ୍ଟରେ ଟଙ୍କା ଥାଇ ମଧ୍ୟ KYC ଅପଡେଟ୍ ନଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେଉନାହାନ୍ତି। ଉମରଗାଁର ସମାରୁ ମାଝୀଙ୍କ ଆକାଉଣ୍ଟରେ ୪୯ ହଜାର ଟଙ୍କା ଅଛି। ସାହୁକାରଙ୍କ ଋଣ ସୁଝିବାକୁ ସେ କେତେଥର ବ୍ୟାଙ୍କ ଗଲେଣି। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଗୋଟିଏ କଥା ତମର KYC ଅପଡେଟ୍ ନାହିଁ। ବ୍ୟାଙ୍କ କର୍ତ୍ତୃପକ୍ଷ ନିଜେ କେଓ୍ୱାଇସି  ଅପଡେଟ କରିବା କଥା, ମାତ୍ର ବିଭିନ୍ନ ଆଳ ଦେଖାଇ ଟଙ୍କା ଉଠାଣ କରୁନାହାନ୍ତି।  ଯାହା ବ୍ୟାଙ୍କ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣୁଛି। 

(ରିପୋର୍ଟ-ନବଘନ ବିଷୋୟୀ, ନବରଙ୍ଗପୁର)

Fraud
Advertisment
Advertisment