ହଜିଯିବାକୁ ବସିଛି ଇତିହାସର ସ୍ବାକ୍ଷର ବହନ କରୁଥିବା,କୋରାପୁଟ କୋଟପାଡ ସହରର ଐତିହାସିକ ଦମୟନ୍ତୀ ସାଗର । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି, ପୁତ୍ତିଗନ୍ଧମୟ ପରିବେଶ ବି ସୃଷ୍ଟି ହେଲାଣି ।
ପ୍ରତି ୨ଶହ ଗ୍ରାମର ଷ୍ଟ୍ରବେରୀ ପ୍ୟାକେଟକୁ ୧୦୦ ଟଙ୍କା ମୂଲ୍ୟ ରଖାଯାଇଛି। ଆଉ ଦେଶୀ ଷ୍ଟ୍ରବେରୀ କିଣିବା ପାଇଁ ଲାଗିଛି ଭିଡ଼ । ଏହି ଷ୍ଟଲ ଆସନ୍ତା ୨ ମାସ ଧରି ଚାଲିବାକୁ ଥିବା ବେଳେ ଏଥିରୁ ଜେଲି ପ୍ରସ୍ତୁତ କରାଯାଇ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି ।
ଖୋଜ ଦୁଇ ନାବାଳକ ହେଲେ ଶିବ ହନ୍ତାଳ ଓ ଅମିତ ହନ୍ତାଳ। ନାବାଳକମାନେ ଡ୍ୟାମରେ ଗାଧୋଇସାରିବା ପରେ ଡଙ୍ଗାରେ ସେଲଫି ନେଉଥିଲେ। ତେବେ ହଠାତ ଡଙ୍ଗାଟି ବୁଡି ଯାଇଥିଲା। ନିଖୋଜ ନାବାଳକମାନେ ଜୋଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର।
ଶୀତ ଲେଉଟିଗଲାଣି ଖରା ଆରମ୍ଭ ହୋଇଗଲାଣି । ଏହାସହ ଆରମ୍ଭ ହୋଇଗଲାଣି ପାଣି ଚିନ୍ତା । ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇପାରୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ।
ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ମାରିଓ୍ୱାଡାର ମେଗା ପାନୀୟ ଜଳ ପ୍ରକଳ୍ପ । ୨୦୨୧ ଯାଇ ୨୦୨୩ ଅବଧିକୁ ୨ ବର୍ଷ ବିତିଲାଣି । ଟାର୍ଗେଟ୍ ପରେ ଟାର୍ଗେଟ୍ ଗଡୁଛି ହେଲେ କାମ ସେମିତି ଆଣ୍ଠେଇଛି ।
ଜାନୁଆରୀ ନ ଯାଉଣୁ ବଢ଼ିଲାଣି ତାତି । କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାପମାତ୍ରା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ ।
ବାପାମା’ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛି ୪ବର୍ଷର ଝିଅ। ବାପାମା’ଙ୍କୁ ମୃତଦେହ ପାଖରେ ମୁଣ୍ଡ ପିଟି କାନ୍ଦୁଛି। ବାପାମା’ ଫେରିଆସ, ମୋତେ କିଏ ଗେହ୍ଲା କରିବା ଓ ରୋଷେଇ କରି ଖାଇବ ଦେବ ବୋଲି କାନ୍ଦି କାନ୍ଦି କହିହେଉଛି ।
ଝିଅଟିଏ ହୋଇ ଜନ୍ମ ନେଇ ମୁଁ କ’ଣ ଭୁଲ କଲି ? କୁହନ୍ତି ଦୁହିତା ଦୁଇ କୁଳକୁ ହିତା । ଆଉ ମୁଁ କେଉଁ କୁଳକୁ ହେଲି ନିଜେ ବି ଜାଣିନି । ଶାଶୁଘରୁ ସ୍ନେହ ଟିକିଏ ପାଇଲିନି... ସ୍ୱାମୀଙ୍କର ବି ନିଜର ହୋଇପାରିଲିନି ।
କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ...
ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ।
ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା.... ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି.... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।
ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା।
ଷ୍ଟ୍ରବେରୀ ଚାଷ ପାଇଁ କୋରାପୁଟିଆ ଚାଷୀ ମନ ବଳାଉଥିବାରୁ ସହାୟତା ପାଇଁ ଆଗେଇ ଆସିଛି ଜିଲ୍ଲା ଉଦ୍ୟାନ ବିଭାଗ । କୋଟିଆ ଅଞ୍ଚଳରେ ଷ୍ଟ୍ରବେରୀ ଚାଷର ସଫଳତା ପରେ ଏବେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ଉତ୍ସାହିତ କରାଯାଉଛି ।
ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ। କେବଳ ଚାଣ୍ଡାଲଗୁଡା ଗ୍ରାମର ଶହେ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ତେବେ ଯଦି ବର୍ଷ ତମାମ ପାଣି ସୁବିଧା ହୁଅନ୍ତା ଅଧିକ ଆଳୁ ଚାଷ କରି କରିପାରନ୍ତେ ଚାଷୀ।
ସେ ପୁଅକୁ ତାଙ୍କର ଏ କଷ୍ଟ ଉପାର୍ଜିତ ଗଚ୍ଛିତ ସମ୍ପତ୍ତି କଥା ଜଣାଇ ଦେଇଥିଲେ । ମୃତ୍ୟୁ ପରେ ମାଟି ତଳୁ ମିଳିଥିବା ସେ ଚିରା ଫଟା ନୋଟ୍ ଏବେ ଅନେକ କଥା ବଖାଣୁଛି ।
ନିର୍ମାଣ ପରଠୁ କନଷ୍ଟ୍ରକ୍ସନ ସ୍ଲୁଇସ୍ ବନ୍ଦ ନହେବାରୁ ସାଂଘାତିକ ସ୍ଥିତି । ୨୦୧୯ ଭୋଟ୍ ପୂର୍ବରୁ ତରବରିଆ ଉଦଘାଟନକୁ ନେଇ ଉଠିଲା ପ୍ରଶ୍ନ ।
କାହ୍ନୁ ପେଶାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ପରିବାର ସହ ବୈପାରୀଗୁଡାରେ ରୁହନ୍ତି । ପରିବେଶ ସଚେତନତା ନେଇ ଗତ ୨୦୧୪ ମସିହାରୁ ‘ପ୍ଲାଣ୍ଟ ଏ ଟ୍ରି ସେଭ୍ ଦ ପ୍ଲାନେଟ’ ନାରା ନେଇ ବିଭିନ୍ନ ଗାଁକୁ ଯାଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ବୃକ୍ଷରୋପଣ କରିଥାନ୍ତି ।
ବହୁ ସ୍କୁଲକୁ ଆସିଲେନି ପିଲା, ପାଠ ନପଢାଇ ଫେରିଲେ ଶିକ୍ଷକ । ପିଲାଙ୍କ ଅଧିକାର କ୍ଷୁର୍ଣ୍ଣ ନକରିବାକୁ ଡିଇଓଙ୍କ ନିବେଦନ ।
ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଦିନକ ପାଇଁ ଠପ୍ ଅବିଭକ୍ତ କୋରାପୁଟ ।
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ ପାଇଁ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।
ଅଲଟ୍ରାସାଉଣ୍ଡ, ଆମ୍ବୁଲାନ୍ସ ଓ ପରିମଳରେ ବି ଅବ୍ୟବସ୍ଥା ! ଅଭିଯୋଗକୁ ନେଇ ଜିଲ୍ଲା ପରିଷଦ ବୈଠକରେ ଉଦବେଗ ।
ବିଶ୍ୱର ନାମିଦାମୀ ବ୍ରାଣ୍ଡକୁ ଟକ୍କର ଦେଉଛି କୋରାପୁଟ କଫି । ଅଧିକ ପ୍ରୋତ୍ସାହନ ଓ ବଜାର ସୁବିଧା କରିବାକୁ ଦାବି ।
ଘଞ୍ଚ ଜଙ୍ଗଲରୁ ବାଉଁଶ କାଟି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ଦିନ ଦ୍ବିପ୍ରହରେ ବାଉଁଶ ବୋହି ନେଉଛନ୍ତି । କୋରାପୁଟ ଡିଏଫଓଙ୍କ ହସ୍ତକ୍ଷେପ ପରେ ବନ୍ଦ ହେଲା ବାଉଁଶ କଟା।
ରାଜ୍ୟ ତଥା ବାହାରକୁ ଯାଉଛି କୋରାପୁଟ ସୀତାଫଳ । ପ୍ରତିଦିନି ନାରାୟଣପାଟଣାରୁ ଯାଉଛି ଟ୍ରିପ୍ ଟ୍ରିପ୍ ସୀତାଫଳ ।
ଏହି ନିଆରା ପୂଜା ମଣ୍ଡପ ବନାଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ଯୁବଗୋଷ୍ଠୀ । ଏହି ପୂଜା ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଛନ୍ତି ଯେ ଡାକ୍ତର ହେଉଛନ୍ତି ଚଳନ୍ତି ଭଗବାନ ।