• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜେଲ୍ ଭିତରେ ଭାବପୂର୍ଣ୍ଣ ଭଜନ। ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ କହୁଥିବା କାଳଜୟୀ କବିତା ଗାନ କରାଯାଉଛି । ପୁଣି ପ୍ରେମିକ ହୃଦୟର ବିରହ ବେଦନାର ସଂଗୀତ ବି ବୋଲାଯାଉଛି । ଗୀତ ଗାଉଥିବା ଓ କବିତା ପାଠ କରୁଥିବା କଳାକାରମାନେ ଜେଲ୍ ଅନ୍ତେବାସୀ । ଆଉ ସେମାନେ ହେଉଛନ୍ତି କୋରାପୁଟ ମଣ୍ଡଳ କାରାଗାରର କଏଦୀ ।

ଜେଲ୍ ଅନ୍ତେବାସୀଙ୍କ ଦ୍ୱାରା ପରିଚାଳିତ ହେଉଛି ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ । ଜେଲରେ କାରାବାସ ଭୋଗୁଥିବା ବନ୍ଦୀଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛନ୍ତି ଜେଲ୍ କର୍ତ୍ତୃପକ୍ଷ । ମନଦୁଃଖରେ ରହୁଥିବା ବନ୍ଦୀଙ୍କ ମନରେ ଟିକେ ଖୁସି ସହ ପରିବର୍ତ୍ତନ ପାଇଁ ପ୍ରୟାସ ହେଉଛି ।

ଚଳିତ ବର୍ଷ ଜାନୁଆରୀରେ କୋରାପୁଟ ମଣ୍ଡଳ କାରାଗାରର ସୁପରିଟେନଡେଣ୍ଟଟ୍‌ ଓ ଜେଲରଙ୍କ ପ୍ରେରଣାରେ ସାପ୍ତାହିକ ରେଡ଼ିଓ କାର୍ଯ୍ୟକ୍ରମ ‘ରେଡ଼ିଓ ମୁକ୍ତି’ ଆରମ୍ଭ ହୋଇଛି । ଗୀତ ଗାଇବା, କବିତା ଆବୃତି କରିବା, ସହ ନିଜ ଅନୁଭୂତିକୁ ନିଜ ଭାଷାରେ କହୁଛନ୍ତି କଏଦୀ । ଆଉ ଏସବୁକୁ କାରାଗାର ମଧ୍ୟରେ ଥିବା ଆମ୍ପଲିଫାୟାର ମାଧ୍ୟମରେ ୮୦୦ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କ ପାଇଁ ପରିବେଷଣ କରାଯାଉଛି ।

ଅପରାଧୀଙ୍କୁ କାରାଗାରକୁ ପଠାଇବାର ଉଦ୍ଦେଶ୍ୟ ସେମାନଙ୍କୁ ସଚ୍ଚୋଟ ଏବଂ ଆଇନ ମାନୁଥିବା ନାଗରିକରେ ପରିଣତ କରିବା । କେନ୍ଦ୍ର ଓ ରାଜ୍ୟ ସରକାର କାରାଗାରରେ ଅନ୍ତେବାସୀଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସମାଜ ପ୍ରତି କଏଦୀଙ୍କ ଧାରଣାରେ ଆଚରଣଗତ ପରିବର୍ତ୍ତନ ଆଣିବା ରେଡ଼ିଓ ମୁକ୍ତିର ଉଦ୍ଦେଶ୍ୟ ।