Advertisment

ପେଟ ପୋଷିବା ପାଇଁ ବାହାରକୁ ଯାଇଥିଲେ, ପାଖରେ ଟଙ୍କା ନଥିବାରୁ ୧୫୦ କି.ମି. ଚାଲି ଚାଲି ଆସିଲେ...

ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ।

author-image
Rajalaxmi Sahoo
5 migrant labourers with no cash walk 150 km by foot from Visakhapatnam to Koraput

5 migrant labourers with no cash walk 150 km by foot from Visakhapatnam to Koraput

ଗାଁକୁ ଫେରିବାକୁ ୧୫୦ କିଲୋମିଟର ଚାଲିଲେ ଦାଦନ। ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ। ୩ ମାସ ପୂର୍ବେ ଆନ୍ଧ୍ର ପ୍ରଦେଶର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ପାରିଶ୍ରମିକ ମାଗିବା ପରେ ସେମାନଙ୍କୁ ନିର୍ଯାତନା ସହିବାକୁ ପଡ଼ିଥିଲା।

Advertisment

ଶେଷରେ ଗତ ମଙ୍ଗଳବାର ଦିନ ରାତିଅଧିଆ ଲୁଚି ଛପି ଏହି ଶ୍ରମିକମାନେ ଚାଲି ଚାଲି ବାହାରି ଆସିଥିଲେ। ପାଖରେ ଟଙ୍କା ନଥିବାରୁ କୌଣସି ବାଟ ନପାଇ ରାଜରାସ୍ତାରେ ଚାଲି ଚାଲି କୋରାପୁଟ ସାଲୁର ଘାଟିରେ ପହଞ୍ଚିଥିଲେ। ଶ୍ରମିକଙ୍କ ଏ ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର ଡ୍ରାଇଭର୍ ମାନେ ସହାୟତା କରିଥିଲେ।

ଏହାପରେ ଶ୍ରମିକଙ୍କୁ ଗାଡ଼ିରେ ବସାଇ ପଟ୍ଟାଙ୍ଗିରେ ଛାଡ଼ି ଥିଲେ। ଖବର ପାଇ ଓଡ଼ିଶା ମୋଟର ଚାଳକ ସଂଘ ପଟ୍ଟାଙ୍ଗି ଶାଖା ପକ୍ଷରୁ ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହାୟତା କରାଯାଇଥିଲା। ଏହାସହ ୫ ଶ୍ରମିକଙ୍କୁ ସେମାନଙ୍କ ଗାଁରେ ପହଞ୍ଚିବା ବ୍ୟବସ୍ଥା ମଧ୍ୟ କରିଥିଲେ।

Advertisment
Migrant Labourers
Advertisment
Advertisment