Advertisment

ଷ୍ଟାଡିୟମ୍ ନିର୍ମାଣରେ ବ୍ୟାପକ ଅନିୟମିତତା : ଖର୍ଚ୍ଚ ହେଲାଣି ୨୦ ଲକ୍ଷ, ହେଲେ କାମରେ ଆସୁନି

ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ?

author-image
Prangyan Parimita
ଅଦ୍ୟତନ ହୋଇଛି
Jojana Ra Na Hari Loot

Jojana Ra Na Hari Loot

ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ଓ ନୂଆ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ପ୍ରତି ବ୍ଲକରେ ନିର୍ମାଣ କରୁଛନ୍ତି ମିନି ଷ୍ଟାଡିୟମ୍। ସେହି କ୍ରମରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କୁନ୍ଦୁଲିଠାରେ ଏକ ମିନି ଷ୍ଟାଡିୟମ୍ ତିଆରି ହୋଇଛି। କିନ୍ତୁ କେବଳ ପାଚେରି ଓ ଗେଟରେ ସୀମିତ ଷ୍ଟାଡିୟମ୍। ୨୦ ଲକ୍ଷ ଟଙ୍କା ତିଆରି ହୋଇଛି ବୋଲି ସେମିଳିଗୁଡ଼ା ବ୍ଲକ କର୍ତ୍ତୃପକ୍ଷ ୟୁସି ବା ବିନିଯୋଗ ପ୍ରମାଣପତ୍ର କ୍ରୀଡ଼ା ବିଭାଗକୁ ଦେଇସାରିଛନ୍ତି। ହେଲେ ଖେଳାଳିଙ୍କ କାମରେ ଆସୁନି।

Advertisment

୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ହାଇସ୍କୁଲକୁ ଲାଗି ଏହି ମିନି ଷ୍ଟାଡିୟମ୍ ହୋଇଛି। ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ୨୦୧୬ ଅକ୍ଟୋବର ୨୪ ତାରିଖରେ ୧୦ ଲକ୍ଷ ଏବଂ ୨୦୧୭ ଜାନୁଆରୀ ମାସରେ ୧୦ ଲକ୍ଷ ଏମିତି ମୋଟ ୨୦ ଲକ୍ଷ ଟଙ୍କା ଆସିଥିଲା। ସେମିଳିଗୁଡ଼ା ବ୍ଲକ,ଷ୍ଟାଡିୟମ୍ ନିର୍ମାଣ କାମ କରୁଥିଲା। ହେଲେ କେବଳ ଚାରିପଟେ ପାଚେରି ହୋଇଛି ଏବଂ ଏକ ପ୍ରବେଶ ପଥ ବା ଗେଟ୍ ହୋଇଛି। ବାସ୍, ଏତିକି କାମ ସାରି ୨୦୧୯ରେ ଉଦଘାଟିତ ହୋଇଥିଲା ଷ୍ଟାଡିୟମ୍।

କୁନ୍ଦୁଲି ମିନି ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ କୌଣସି ସୁବିଧା ନାହିଁ। ନା ଅଛି ଚେଞ୍ଜିଙ୍ଗ ରୁମ୍, ନା ଭଲି କି ଫୁଟବଲ୍ କୋର୍ଟ ନା ରେଷ୍ଟ ସେଡ୍ ନା ଟଏଲେଟ୍ ନା ଲାଇଟ୍ ନା ପିଇବା ପାଣିର ବ୍ୟବସ୍ଥା, କିଛି ନାହିଁ। ଏଠି ବସିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ କେହି ବସିପାରିବେ ନାହିଁ। କେବଳ ବାଉଣ୍ଡାରି ୱାଲ ଓ ଗେଟ୍ କରି କ୍ରୀଡ଼ା ବିଭାଗକୁ ୟୁସି ବା ବିନିଯୋଗ ପ୍ରମାଣପତ୍ର ଦେଇଦେଇଛି ସେମିଳିଗୁଡ଼ା ବ୍ଲକ ପ୍ରଶାସନ।

Advertisment

ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ? ଷ୍ଟାଡିୟମର ମୌଳିକ ଜିନିଷ ନକରି କାହିଁକି ତରବରିଆ ଭାବେ ଉଦଘାଟନ କରିଦେଲେ?ନିକଟରେ କୌଣସି ଷ୍ଟାଡିୟମ୍ ନଥିବାରୁ ଫୁଟବଲ, ଭଲି, କବାଡି ଭଳି ଖେଳ ପାଇଁ ଖେଳାଳିମାନେ ବାଧ୍ୟ ହୋଇ ଏଠାକୁ ଆସୁଛନ୍ତି। କିନ୍ତୁ କିଛି ସୁବିଧା ନଥିବାରୁ ନିରାଶ ହେଉଛନ୍ତି । ଏହି ଷ୍ଟାଡିୟମ୍ ଖେଳ ଓ ଖେଳାଳିଙ୍କ ପାଇଁ ଉପଯୁକ୍ତ ନଥିବାରୁ କୌଣସି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରୁନାହାନ୍ତି।

କେଉଁ ବାବଦରେ ୨୦ ଲକ୍ଷ ଖର୍ଚ୍ଚ ହୋଇଛି, କାହିଁକି ଖେଳାଳିଙ୍କ ପାଇଁ ସୁବିଧା ହେଉନି ସେ ସମ୍ପର୍କରେ ଆମ ପ୍ରତିନିଧି ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ପଚାରିଥିଲେ। ଅନିୟମିତତା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତଦନ୍ତ କରାଯିବ ବୋଲି କହିଛନ୍ତି। ତେବେ ବିଡିଓ ଏନେଇ ମୁହଁ ଖୋଲିନାହାନ୍ତି।

ଗ୍ରାମାଞ୍ଚଳରୁ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟରେ ଯଦି ସରକାର ମିନି ଷ୍ଟାଡିୟମ୍ ନିର୍ମାଣ କରୁଛନ୍ତି, ତାହେଲେ କାହିଁକି କାମର ତଦାରଖ ହେଉନି ? କେବଳ ସରକାରୀ ବାବୁଙ୍କୁ ପୋଷିବା ଏହାର ଉଦ୍ଦେଶ୍ୟ ନା ଆଉ କିଛି ?

Jojana Ra Na Hari Loot
Advertisment
Advertisment