Advertisment

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ: ସିଲ୍‌ ହେଲା ଷ୍ଟାଡିୟମ

ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Lady Teacher Missing Case

Lady Teacher Missing Case

ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ କଣ ରହିଛି ? ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲା ର କିଛି ସୁରାକ୍ ପୋଲିସ୍‌କୁ ଷ୍ଟାଡିୟମ୍‌ରୁ ମିଳିଛି କି? ମମିତାଙ୍କ ନିଖୋଜ୍ ରହସ୍ୟ ଉପରୁ ପରଦା ହଟାଇବ କି ଏହି ହାଇସ୍କୁଲ ଷ୍ଟାଡିୟମ୍ ? କାରଣ ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍‌ରେ ପହଞ୍ଚି ଖୋଳିବା ଆରମ୍ଭ କରିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଉଛି। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଛି। ଖୋଦେଇରୁ କିଛି ତଥ୍ୟ ମିଳିବା ସନ୍ଦେହରେ ଏହି ଖୋଳତାଡ଼ ଚାଲିଛି।

Advertisment

ଦୁଇ ଜିଲ୍ଲାର ଏସ୍ପି ଅନୁଧ୍ୟାନ କରିଛନ୍ତି ସ୍ଥିତି। ସୂଚନା ମୁତାବକ ଷ୍ଟାଡିୟମ୍‌ରେ ଏବେ ଖୋଳାଯିବ। ଏଥିରୁ କିଛି ତଥ୍ୟ ମିଳିପାରେ, ଯାହା ଶିକ୍ଷୟିତ୍ରୀଙ୍କ ନିଖୋଜ ରହସ୍ୟ ଉପରୁ ପରଦା ହଟାଇବା ସମ୍ଭାବନା ରହିଛି। 

ସେପଟେ ପୋଲିସ୍ ବ୍ୟାରେକ୍‌ରୁ ସ୍କୁଲ ସଭାପତି ଚମ୍ପଟ ଘଟଣାରେ ସିନ୍ଧେକେଲା ପୋଲିସ ଦ୍ୱାରା ଏକ କାର୍ ଜବତ କରାଯାଇଛି। ଜବତ କାର୍‌ଟି ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ନାଁରେ ଥିବା ସୂଚନା ମିଳିଛି। ନିଖୋଜ ମମିତାଙ୍କୁ ନେବା ଆଣିବାରେ ଉକ୍ତ କାର୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ଫେରାର ହେବାର ୨୪ ଘଣ୍ଟା ପରେ ବି ଗୋବିନ୍ଦ ସାହୁଙ୍କ ପତ୍ତା ମିଳୁନି। 

Advertisment

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜିତ ସାହୁଙ୍କୁ ବୋର୍ଡା ଥାନାରେ ପଚରାଉଚରା କରାଯାଇଛି। କଳାହାଣ୍ଡି ଏସ୍.ପି ନିଜେ ରଞ୍ଜିତ ସାହୁଙ୍କୁ ପଚରାଉଚରା କରିଛନ୍ତି। ଏଥିସହ ଯୁକ୍ତ ୩ର ଜଣେ ଛାତ୍ରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି। ଏସବୁ ଭିତରେ ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି।

ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନାନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପା। ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି। ସେପଟେ ଗୋବିନ୍ଦ ଫେରାର୍ ଘଟଣାରେ ୩ ପୋଲିସ୍ କର୍ମଚାରୀଙ୍କୁୁ ସସପେଣ୍ଡ କରାଯାଇଥିବା ବେଳେ ଗୋବିନ୍ଦଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ବିରୋଧୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ।

ଘଟଣାରେ ସଂପୃକ୍ତି ଅଭିଯୋଗ ଉଠାଇ ବିରୋଧୀ କଂଗ୍ରେସ ଏବଂ ବିଜେପି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରିଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଦିବ୍ୟଶଙ୍କର। ଓଟିଭିକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଇନ ତାବାଟରେ ଯିବ। ଆମର ବ୍ୟବସ୍ଥା ଉପରେ ଭରସା ରହିଛି। ଯେ କେହି ବି ଦୋଷୀ ସାବ୍ୟସ୍ତ ହେବେ ସେ ଦଣ୍ଡିତ ହେବେ ବୋଲି କହିଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

Odisha Police Mamita Meher Missing Case AudioClip
Advertisment
Advertisment