Advertisment

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଏସବୁ ଭିତରେ ଆଜି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Eggs Hurled On Minister Dibya Shankar's Vehicle

Eggs Hurled On Minister Dibya Shankar's Vehicle

କଳାହାଣ୍ଡି: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ମଧ୍ୟ ଜୋର ଧରିଛି। ଆଜି ଅପରାହ୍ଣରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲେଜ ଛକ ନିକଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। ଏଥିସହ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି। 

Advertisment

ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ଗାଡ଼ିରେ ଯାଉଥିବା ବେଳେ ଜୁନାଗଡ଼ କଲେଜ ଛକ ନିକଟରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଜେଡି-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଜୁନାଗଡ଼ ପଡ଼ିଆରେ ହେବାକୁ ଥିବା ମିଶ୍ରଣ ପର୍ବରେ ଦିବ୍ୟଶଙ୍କର ମିଶ୍ର ଓ ପ୍ରଣବ ଦାସ ଉଭୟ ଯୋଗ ଦେବାକୁ ଉଭୟ ଯାଉଥିଲେ।

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଛି। ଏହି ଶୋଭଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ମମିତାଙ୍କ ସପକ୍ଷରେ ବିଜେପି ଜନ ସମର୍ଥନ ସୃଷ୍ଟି କରିବ। ମନ୍ତ୍ରୀ ଦିବଶଙ୍କରଙ୍କୁ ବହିଷ୍କାର କରା ନଗଲେ, ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯିବ ଓ ସେହି ସମୟରେ ଜନତା କର୍ଫ୍ୟୁ କରାଯିବ ବୋଲି ବସନ୍ତ ପଣ୍ଡା କହିଛନ୍ତି।   

Advertisment

କଂଗ୍ରେସ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଆନ୍ଦୋଳନକୁ ତୀବ୍ରତର କରିଛି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ ପ୍ରଦର୍ଶନ ପୂର୍ବକ ଜନତା କର୍ଫ୍ୟୁ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ କଂଗ୍ରେସ ନେତା ଭକ୍ତ ଦାସ ଆହ୍ୱାନ ଦେଇଛନ୍ତି । ସେପଟେ ମମିତା ମେହେରଙ୍କ ଆତ୍ମାର ସଦ୍‌ଗତି ପାଇଁ ସାରା କଳାହାଣ୍ଡି ଜିଲ୍ଲାରେ ଆଜି ଦିନ ୧୧ଟାରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି। 

BJD BJP Dibya Shankar Mishra Mamita Meher Mamita Meher Murder Case Mamita Murder Case
Advertisment
Advertisment