• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamita Meher Missing Case

BJP Mahila Morcha activists
ମମିତା ମେହେର ହତ୍ୟା ମାମଲା: କ୍ୟାପିଟାଲ ଥାନାରେ ଧସେଇ ପସିଲେ ବିଜେପି ମହିଳା କର୍ମୀ

ମମିତା ମେହେର ହତ୍ୟା ମାମଲାକୁ ନେଇ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ ମହିଳା ମୋର୍ଚ୍ଚାର ନେତ୍ରୀମାନେ କ୍ୟାପିଟାଲ ଥାନା ଭିତରକୁ ଯାଇଥିଲେ।

Lady Teacher Murder Case
ଗୋବିନ୍ଦର ପରକୀୟା ସଂପର୍କ ନେଇ ଜାଣିଥିଲେ ମମିତା: ଡିଆଇଜି

ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା।

Mamita last Birthday celebration
ଆସିଲା ନିଖୋଜ ଶିକ୍ଷୟିତ୍ରୀ ମମିତାଙ୍କ ବର୍ଥଡେ ସେଲିବ୍ରେସନ ଭିଡିଓ

ଏକ ମଫସଲ ଗାଁରୁ ଆସି ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିଲେ ମମିତା। ତାଙ୍କ ମନରେ ଥିଲା ଅନେକ ଆଶା। ଶିକ୍ଷକତା ମାଧ୍ୟମରେ ସାରା ସମାଜକୁ ଜ୍ଞାନ ବାଣ୍ଟିବେ। ହେଲେ ତାଙ୍କର ସବୁ ଆଶା ଆଶାରେ ରହିଯାଇଛି। ଅଚାନକ ସେ ନିଖୋଜ ହୋଇଯାଇଛନ୍ତି।

BJP Demands CBI Probe
ରାଜ୍ୟ ସରକାର ତଦନ୍ତ କଲେ ମମିତାଙ୍କୁ ନ୍ୟାୟ ମିଳିବନି: ଅପରାଜିତା

ବଢିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ମହିଳା ମୋର୍ଚ୍ଚା। କାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ଘରକୁ ଅଣ୍ଡାମାଡ଼ ଛାତ୍ର କଂଗ୍ରେସ କରିଥିଲା। 

lady Teacher Missing Case
 କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା !

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଛି।

mahalinga college President Govinda Sahoo
ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ !

ପୋଲିସର ଘନ ଘନ ଜେରା ପରେ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍‌ସି ଅଟକ ରଖିଛି। 

‘MOST WANTED’ Gobinda Sahu nabbed
ଆଖୁ କିଆରିରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ

ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ। ଚକମା ଦେଇ ପୋଲିସ ହାତରୁ ଖସିପଳାଇଥିଲା।

Mamita
ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର !

ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ମହାଲିଙ୍ଗର ବୋଲି ସୂଚନା ମିଳିଛି। ନିର୍ମାଣାଧୀନ ଷ୍ଟାଡିୟମରୁ ମୃତଦେହ ମିଳିବା ଘଟଣାପରେ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ମୃତଦେହ ସହ ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ

Lady Teacher Missing Case
ତେଜିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି, ଉତ୍ତର ରଖିଲେ ବିଜେଡି ଉପସଭାପତି

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ।

Lady Teacher Missing Case
ମୁହଁ ନଖୋଲିବାକୁ କହିଥିଲା ପୋଲିସ୍‌: ନିଖୋଜ ମମିତାଙ୍କ ବଡ଼ବାପା

ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ  ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା ବଡ଼ବାପା କହିଛନ୍ତି। 

Lady Teacher Missing Case
ମାଟିତଳୁ ଗଳିତ ମୃତଦେହ ଉଦ୍ଧାର, ଚିହ୍ନଟ କରିବେ ପରିବାର

ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍‌ରେ ପହଞ୍ଚି ଖୋଳିବା ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଇଥିଲା। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଥିଲା। 

Lady Teacher Missing Case
ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ: ସିଲ୍‌ ହେଲା ଷ୍ଟାଡିୟମ

ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି।

ମମିତା ମାମଲାରେ ମୋଡ଼
ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି: ମମିତାଙ୍କ ବାପା

ରାତି ତମାମ୍ ନାକାବନ୍ଦୀ କରି ତନାଘନା ପରେ ବି ପାଉନି ପତ୍ତା। ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନାନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପା। ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି।

Missing Lady Teacher Case
ଶିକ୍ଷୟିତ୍ରୀ ନିଖୋଜ ଘଟଣା: ପୋଲିସ୍ ହେପାଜତରୁ ସ୍କୁଲ୍‌ ପରିଚାଳନା କମିଟି ସଭାପତି ଚମ୍ପଟ

ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍‌ ସେ ଖସି ଯାଇଛନ୍ତି।

mamita missing
ମମିତା ମ୍ୟାଡାମ୍ କେଉଁଠି? ଆସିଲା ଚାଞ୍ଚଲ୍ୟକର ଅଡିଓ!

କୁଆଡେ ଗଲେ ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର? ୧୦ ଦିନ ବିତିଗଲା, ମିଳୁନି ଦିଦିଙ୍କ ପତ୍ତା । ୮ଦିନ ହେଲା, ୮ଟି ଟିମ୍ କରି କଳାହାଣ୍ଡି, ନୂଆପଡା, ବଲାଙ୍ଗିରରେ ଖୋଜୁଛି ପୋଲିସ । ତଥାପି ପୋଲିସ୍ ହାତରେ ଲାଗିପାରୁନି ଦିଦିଙ୍କ ଠିକଣା । ଏହା ଭିତରେ ଆସିଛି ଏକ ଚାଞ୍ଚଲ୍ୟକର ଅଡ଼ିଓ ।