Advertisment

ଧୀରେ ଧୀରେ ଗୁମର ଖୋଲୁଛି ଗୋବିନ୍ଦ, ହତ୍ୟା ପୂର୍ବରୁ ମମିତାଙ୍କୁ ମାଣିକେଶ୍ୱରୀ ମନ୍ଦିର ନେଇ ଯାଇଥିଲା

ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। କେମିତି ଓ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି, ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋବିନ୍ଦ। ବିଚ୍ ରାସ୍ତାରେ କାର୍ ଭିତରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। କେମିତି ଓ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି, ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋବିନ୍ଦ। ବିଚ୍ ରାସ୍ତାରେ କାର୍ ଭିତରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। ଗାଡ଼ି ଭିତରେ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରାଯାଇଥିଲା। ଏସବୁ କଥା ଗୋବିନ୍ଦ ପୋଲିସ୍‌ ଆଗରେ ସ୍ୱୀକାର କରିଛି। 

Advertisment

ଗତ ୮ ତାରିଖ ଦିନ ଗୋବିନ୍ଦ, ମମିତାଙ୍କୁ ନିଜ ୱାଗନର୍ କାର୍‌ରେ ବସାଇ ନେଇଥିଲା। ଭବାନୀପାଟଣାରେ ଶପିଂ କରାଇବା ପରେ ଗୋବିନ୍ଦ ମର୍ଡର ପାଇଁ ପ୍ଲାନ୍ ପ୍ରସ୍ତୁତ କରିଥିଲା। ତାଙ୍କ ସମ୍ପର୍କରେ ମମିତା ଏପରି କିଛି ଗୁମର ଜାଣିଥିଲେ ଯାହାକୁ ନେଇ ଗୋବିନ୍ଦ ଡରି ଯାଇଥିଲେ। କାହାକୁ ନ କହିବା ପାଇଁ ମମିତାଙ୍କୁ ସେ ଗୁହାରି କରିଥିଲା। ଏପରିକି ମାଣିକେଶ୍ୱରୀଙ୍କ ମନ୍ଦିର ଯାଇ ଶପଥ କରି ଗୁମର ପ୍ରଘଟ ନ କରିବାକୁ ମଧ୍ୟ ଗୋବିନ୍ଦ ନେହୁରା ହୋଇଥିଲେ। ହେଲେ ଏଥିରେ ମମିତା ରାଜି ହୋଇନଥିଲେ। ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ କାର୍ ପଛ ସିଟ୍‌ରେ ମମିତାଙ୍କୁ ତଣ୍ଟି ଚିପି ମାରିଥିଲା ଗୋବିନ୍ଦ। ପରେ ମୃତଦେହକୁ ନଷ୍ଟ କରିବାକୁ ସେ ପ୍ଲାନିଂ କରିଥିଲେ।

ମହାଲିଙ୍ଗ ଷ୍ଟାଡିୟମ୍‌ରେ ଗାତ ଖୋଳିବାକୁ ନିଜର ନିକଟତର ସହଯୋଗୀ ରାଧେକୁ ଗୋବିନ୍ଦ କହିଥିଲା। ମୁନସୀକୁ କହି କାଡ୍‌ବୋର୍ଡ ପ୍ରସ୍ତୁତ ରଖା ଯାଇଥିଲା। ଗାତରେ ପାଣି ଜମିବାରୁ କାଡବୋର୍ଡ ପକାଇବା ପରେ ମୃତଦେହ ରଖା ଯାଇଥିଲା। ଏହା ଉପରେ କାଠ, ଟାୟର ପକାଇ ଗୋବିନ୍ଦ ଜାଳି ଦେଇଥିଲା।  ଏବେ ପ୍ରଶ୍ନ ଉଠୁଛି ମୁନସୀ ଓ ରାଧେ କ’ଣ ଜାଣିଥିଲେ ମମିତାଙ୍କ ମୃତ୍ୟୁ ସମ୍ପର୍କରେ ? ଗୋବିନ୍ଦଙ୍କୁ ଏମାନେ ହତ୍ୟା ପରେ ସହଯୋଗ କରିଥିଲେ କି ? ଏବେ ଏହାକୁ ନେଇ ତଦନ୍ତ ଚାଲିଛି। ତେବେ ଏମାନଙ୍କୁ କେବଳ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରନାମା ସମ୍ପର୍କରେ ଏମାନେ ଜାଣିନଥିବା ଗୋବିନ୍ଦ ପୋଲିସ୍‌କୁ କହିଛନ୍ତି।

Advertisment

ଏପରି କ’ଣ ଗୁମର ଜାଣିଥିଲେ ମମିତା ? ଗୋବିନ୍ଦଙ୍କ କେଉଁ ଗୁମର ମମିତା ଖୋଲିଥାନ୍ତେ ଯାହା ପାଇଁ ସେ ଏହି ହତ୍ୟା କଲେ ? ଅନ୍ୟପକ୍ଷେ, ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ମହାଲିଙ୍ଗରେ ପହଞ୍ଚିଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପରିଦର୍ଶନ କରିବେ। 

Bolangir Mamita Meher Mamita Meher Murder Case
Advertisment
Advertisment