• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ବି ଥମିନି, ମମିତା ପ୍ରସଙ୍ଗ । ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଜାରି ରହିଛି ପ୍ରତିବାଦ । ଆଜି ପୁଣି ଥରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ । କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି । ଅଣ୍ଡାମାଡ଼ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କଳାପତାକା ପ୍ରଦର୍ଶନ । ମମିତାଙ୍କୁ ନ୍ୟାୟ ଦାବିରେ ମନ୍ତ୍ରୀଙ୍କୁ କରାଯାଇଛି ଜୋରଦାର ବିରୋଧ ।

ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେକୁ ଗିରଫ କରିଛି। ଗୋବିନ୍ଦଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଫଟୋ ଭାଇରାଲ୍‌ ହେବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କରିଥିଲେ ବିଜେପି ଓ କଂଗ୍ରେସ। ମନ୍ତ୍ରୀ ଓ ବିଜେଡି ବିଧାୟକଙ୍କୁ ସବୁଠି ବରୋଧ କରାଯାଇଥିଲା। ଏପରିକି ଅନେକ ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ହୋଇଥିଲା। ସେବେଠାରୁଏହି ଅଣ୍ଡା ମାଡ଼ ଧାରା ଜାରି ରହିଛି । ସରକାରୀ ଦଳର ମନ୍ତ୍ରୀ ହୁଅନ୍ତୁ ବା ନେତା, ଯୁଆଡ଼େ ଯାଉଛନ୍ତି ଅଣ୍ଡା ମାଡ଼ ସହ କଳାପତାକ ପ୍ରଦର୍ଶନର ଶିକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ଦୁଇ ଦୁଇ ଥର ବିରୋଧ କରିଛନ୍ତି ବିରୋଧୀ ।