Advertisment

ମମିତା ମେହେର ହତ୍ୟାକାଣ୍ଡ: ଆଜି ବିଜେପିର ବଲାଙ୍ଗିର ବନ୍ଦ

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସା ୬ଟା ଯାଏଁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
Balangir

Balangir

ବଲାଙ୍ଗିର: ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସା ୬ଟା ଯାଏଁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧି ଗୋବିନ୍ଦ ସାହୁ ସହିତ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର। ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛି ବିଜେପି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସହରରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି।

Advertisment

ସେପଟେ, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ଇଂରାଜୀ ମିଡ଼ିୟମ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଅଧିକ ଖୋଳତାଡ଼ ଚଳାଇଛି ପୋଲିସ। ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନଭିନ୍‌ ଚଳାଇଛି। ପୋଲିସ ଜବତ ହୋଇଥିବା ଅଭିଯୁକ୍ତ ଗୋବିନ୍ଦର କାର୍ ଓ ପାରିପାର୍ଶ୍ୱିକ ସ୍ଥିତିର ବି ଅନୁଧ୍ୟାନ ଚାଲିଛି। ଅଧିକ ପ୍ରମାଣ ହାସଲ ପାଇଁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ସାମଗ୍ରୀକୁ ଫୋରେନ୍ସିକ୍ ଲ୍ୟାବକୁ ଟେଷ୍ଟ ପାଇଁ ପଠାଇବାକୁ ଯୋଜନା ରହିଛି। ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡ ପାଇଁ ବଙ୍ଗୋମୁଣ୍ଡା JMFC କୋର୍ଟ ଅନୁମତି ଦେଇଛନ୍ତି। ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବିଭିନ୍ନ ଦିଗରୁ ପଚରାଉଚରା କରିବ ପୋଲିସ। ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି DIG କହିଛନ୍ତି। ଗୋବିନ୍ଦର ପରକୀୟା ପ୍ରୀତି ବିଷୟରେ ଜାଣିବା ଏବଂ ଏହାକୁ ପ୍ରଘଟ କରିଦେବାର ଧମକ ଦେଇଥିବାରୁ ମମିତାଙ୍କୁ ଯୋଜନା ବଦ୍ଧ ଭାବେ ଗୋବିନ୍ଦ ହତ୍ୟା କରିଥିବା ଗତକାଲି ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଥିଲେ। ତେବେ ଗୋବିନ୍ଦର କାହା ସହ ଥିଲା ପରକୀୟା ପ୍ରୀତି ସେ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment
Odisha BJP Crime Balangir
Advertisment
Advertisment