/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634817197.jpg)
IIC Suspend
ବଲାଙ୍ଗିର: ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । କେ.ଗାଁ ଥାନା ଅଧୀକାରୀ ଡମୁ ପରିଜା ସସ୍ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ କରିଦିଆଯାଇଛି । ଏନେଇ କଳାହାଣ୍ଡି ଏସ୍ପି ଶ୍ରବଣା ବିବେକଙ୍କ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଳଅଧିକ ତଦନ୍ତ ପାଇଁ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍ପି ସନସାଇନ ସ୍କୁଲ ହଷ୍ଟେଲରେ ପହଞ୍ଚିଛନ୍ତି । ହଷ୍ଟେଲର ତାଲା ଭାଙ୍ଗି ପୋଲିସ ଭିତରେ ପଶିଛି । ତାଲା ଭାଙ୍ଗିବା ବେଳେ କ୍ୟାମେରାକୁ ସାଙ୍ଗରେ ନେଇଥିଲା ପୋଲିସ । ଖାଲି ସେତିକି ନୁହେଁ ସାଥିରେ ସ୍କୁଲ ଓ କଲେଜର ୨ ଜଣ ଷ୍ଟାଫ୍ ମଧ୍ୟ ତାଲା ଭାଙ୍ଗିଳବା ବେଳେ ସେଠାରେ ଉପସ୍ଥିତ ଥିଲେ । ଉକ୍ତ ହଷ୍ଟେଲ ଭିତରେ ଏକ ସିକ୍ରେଟ ରୁମ୍ ଥିବା ଚର୍ଚ୍ଚା ହେଉଛି ।
Also Read
ତେବେ କଲେଜରେ ଏହି ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ଏବେ କଲେଜରୁ ମୁହଁ ଫେରାଇ ନେଉଛନ୍ତି । ଆଜି କିଛି ଅଭିଭାବକ ମହାଲିଙ୍ଗ କଲେଜରେ ପହଞ୍ଚି ନିଜ ପିଲାଙ୍କ ଟିସି ବାହାର କରିବାକୁ ଆବେଦନ କରିଛନ୍ତି । ତେବେ ଆଗକୁ କଲେଜର ଅବସ୍ଥା କ’ଣ ହେବ ସେନେଇ ସ୍ଥାନୀୟ ଲୋକଙ୍କ ମନରେ ଶଙ୍କା ପଶିଛି । ଅନ୍ୟ ଅଭିଭାବକମାନେ ମଧ୍ୟ ମମିତା ମେହେର ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଆଗାମୀ ଦିନ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଏହି କଲେଜରୁ ଟିସି ନେଇ ବାହାରିଯିବେ ବୋଲି ଆଲୋଚନା ହେଉଛି ।
ଅନ୍ୟପଟେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ମଧ୍ୟ ଗିରଫ କରିଛି ପୋଲିସ । ରାଧେକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ ।
ଗୋଟିଏ ପଟେ ଏହି ଶିକ୍ଷୟତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ଫର୍ଦ୍ଧ ଯୋଡ଼ି ହଉଥିବା ବେଳେ ଅନ୍ୟପଟେ ବିଜେପି ମହିଳା ମୋର୍ଚ୍ଚା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଷୋଦଗାର କରୁଛି । କେମିତି ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ମାରିକି ପୋତିଦିଆଗଲା ? ଦିବ୍ୟଶଙ୍କରଙ୍କ ଉପରକୁ ଉଠିଥିବା ଆଙ୍ଗୁଠିର ତଦନ୍ତ କାହିଁକି ପୋଲିସ କରୁନାହିଁ ? ଏମିତି ଅନେକ ପ୍ରଶ୍ନ ନେଇ ଆଜି ମାନବଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ତେବେ ଗତକାଲି ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏମିତିକି ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଖାଲି ସେତିକି ନୁହେଁ ଏହି ଘଟଣାରେ ଆଜି ବଲାଙ୍ଗିର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।\
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)