ମହାଲିଙ୍ଗ କଲେଜକୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କରୁଥିଲେ ଭୂୟସୀ ପ୍ରଶଂସା । ଯେଉଁ କଲେଜକୁ ଆସିଲେ ସମସ୍ତେ ହୋଇଯାଆନ୍ତି ୟଙ୍ଗ୍, ସେହି କଲେଜରେ ରହିବାକୁ ଇଚ୍ଛା ହୁଏ ଘଣ୍ଟା ଘଣ୍ଟା ଧରି ।
କାଲି ଗୋବିନ୍ଦ, ଆଜି ରାଧେ । ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ-ମୋବାଇଲ୍ । କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ଫୋନ୍ ? ଯେଉଁଥିରେ ଲୁଚିଛି ଜହ୍ଲାଦ ଗୋବିନ୍ଦର ପାପ କାହାଣୀ ।
ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । କେ.ଗାଁ ଥାନା ଅଧୀକାରୀ ଡମୁ ପରିଜା ସସ୍ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ କରିଦିଆଯାଇଛି । ଏନେଇ କଳାହାଣ୍ଡି ଏସ୍ପି ଶ୍ରବଣା ବିବେକଙ୍କ ସୂଚନା ଦେଇଛନ୍ତି ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରାଜ୍ୟ ବ୍ୟାପୀ ବିକ୍ଷୋଭ, ରାସ୍ତାରୋକ ଓ କଳାପତାକା ପ୍ରଦର୍ଶନ ।
ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଖୁଲାସା । ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଗିରଫ ଗୋବିନ୍ଦ ସାହୁ, ନିଜ ପରକୀୟା ପ୍ରୀତିର ପ୍ରଘଟ ହେବା ଶଙ୍କାରେ ମମିତାଙ୍କୁ କାର୍ ଭିତରେ ହତ୍ୟା କରିଛି ।
ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଏମିତିକି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତି ଅଭିଯୋଗ ଆସୁଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି NCW ଅଧ୍ୟକ୍ଷା ରେଖା ଶର୍ମା ।
ମମିତା ମେହେର ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ବଢ଼ୁଛି ଲୋକଙ୍କ ଆକ୍ରୋଶ । ତାଙ୍କ ଇସ୍ତଫା ଦାବି କରି ପ୍ରାୟ ଜିଲ୍ଲାରେ ରଣ ହୁଙ୍କାର ଦେଉଛନ୍ତି ବିରୋଧୀ ।
୫ ଦିନିଆ ରିମାଣ୍ଡରେ ଯିବ ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ମଂଜୁର କରିଛନ୍ତି ।