ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ନମ୍ବର ତିହାର ଜେଲରେ ରହିଛନ୍ତି । ତିହାର ଜେଲରେ କେମିତି କଟିଲା ପ୍ରଥମ ସକାଳ ? ଜାଣନ୍ତୁ...
କିଣିଥିଲେ ୫୦୦ ଟଙ୍କାରେ, କିନ୍ତୁ ବର୍ତ୍ତମାନ ବିକ୍ରି କଲେ ହେବ ୩ ଲକ୍ଷ ୭୫ ହଜାର । ଜଣେ ବ୍ୟକ୍ତି ୧୯୯୪ ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫୦୦ ଟଙ୍କାର ସେୟାର କିଣିଥିଲେ । ବର୍ତ୍ତମାନ ୩୦ ବର୍ଷ ପରେ ଏହି ସେୟାରଗୁଡ଼ିକ ବଢ଼ି ବଢ଼ି ପାଖାପାଖି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି ।
କମେଡିର ବାଦଶାହା କପିଲ ଶର୍ମା ତାଙ୍କର ନୂଆ ଶୋ’ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସହିତ ଫେରିଛନ୍ତି। ଏଥର କପିଲ ପୂର୍ବ ଅପେକ୍ଷା ଅଧିକ ଦମଦାର ସହ ଦର୍ଶକଙ୍କ ପାଖକୁ ଆସିଛନ୍ତି। ମାର୍ଚ୍ଚ ୩୦ରେ ନେଟ୍ଫ୍ଲିକ୍ସରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଛି।
ଏହି ମହିଳା ଜୋମାଟୋ ମାଲିକାନାରେ ଥିବା ବ୍ଲିଙ୍କିଟ୍ ଡେଲିଭରି କଂପାନୀକୁ ଭାରତୀୟ କ୍ରିକେଟର ଶୁଭମାନ ଗିଲଙ୍କୁ ତାଙ୍କ ଠିକଣାରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି । ତାଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବଙ୍କୁ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ । ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ, ବାବା ରାମଦେବଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଆଶ୍ଚର୍ଯ୍ୟ ! ମୃତ୍ୟୁର ୬ ଦିନ ପରେ ଫେରିଲେ ଯବାନ ! କାର ଦୁର୍ଘଟଣାରେ ମୃତ୍ୟୁବରଣ କରିବାର ୬ ଦିନ ପରେ ଫେରିଲେ ଯବାନ ! କିନ୍ତୁ ସୋମବାର ଚିକିତ୍ସା ସମୟରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ବୋଲି ଘୋଷଣା ହୋଇଥିଲା ।
ଆଜି ବେଙ୍ଗଳୁରୁ-ଲକ୍ଷ୍ନୌ ଲଢ଼େଇ । ଆଇପିଏଲରେ ଆଜି ବେଙ୍ଗାଳୁରୁ-ଲକ୍ଷ୍ନୌ ଟକ୍କର । ବେଙ୍ଗଳୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବ ମ୍ୟାଚ୍ ।
ଯଦି ପ୍ରେମରେ ସବୁକିଛି ଠିକଠାକ ନ ରୁହେ ସେତେବେଳେ ଚାପ, କ୍ରୋଧ ଏବଂ ନିରାଶା ମନକୁ ଭାଙ୍ଗିବା ଆରମ୍ଭ କରେ। ସେହି ସମୟରେ ଯାହା ଅନୁଭବ ହୁଏ, ତାହା ପ୍ରେମର ଜ୍ୱର ବୋଲି କୁହାଯାଏ। ତେବେ ଜଣେ ପ୍ରେମ ଜ୍ୱରରେ ଇଡିତ କି ନାହିଁ କିପରି ଜାଣିବେ? ଆସନ୍ତୁ ଏ ବିଷୟରେ ଜାଣିବା-
ପଛରୁ କିଛି ଶବ୍ଦ ଶୁଣି ବ୍ୟକ୍ତି ଜଣକ ଫ୍ରିଜ ଖୋଲିବା ପରେ ପିଲାଟି ଫ୍ରିଜରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଫ୍ରିଜରୁ ପିଲାଟିକୁ କାଢିଥିଲେ। ତେବେ ପିଲାଟିର କୌଣସି ଅସୁବିଧା ବା କ୍ଷତି ହୋଇନାହିଁ।
ଡାକ୍ତରୀ ବିଶେଷଜ୍ଞଙ୍କ ମତରେ ଆଜିକାଲି କିଡ୍ନୀରେ ଷ୍ଟୋନ୍ ଯୁବପିଢିଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଯାଉଛି। ଏଠାରେ ଏହି ରୋଗ ମୁଖ୍ୟତଃ ଦୈନନ୍ଦିନ ଖାଇବା-ପିଇବା ଅଭ୍ୟାସ ହେତୁ ଆମ ଶରୀରରେ ରାସାୟନିକ ଅସନ୍ତୁଳନ ହେତୁ ହୋଇଥାଏ।
୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଏପ୍ରିଲ ୧୫ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ପରବର୍ତ୍ତି ଶୁଣାଣି ।
ବିଜେପିର ବୟାନ ପରେ ବିରୋଧୀଙ୍କ ପାଲଟା ପ୍ରଶ୍ନ । ୧୦ ବର୍ଷ ହେଲା କଣ କରୁଥିଲେ ମୋଦି ସରକାର: କଂଗ୍ରେସ ।
ବାଙ୍ଗଲାଦେଶର ବିରୋଧୀ ଦଳ ନେତାଙ୍କ ବୟକଟ ଇଣ୍ଡିଆ ଅଭିଯାନ ।
ଭାରତକୁ ଗୋଟିଏ ସବୁଜ ଅର୍ଥନୀତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଜି ବଡ଼ ବୟାନ ଦେଇଛନ୍ତି।
କର୍ମଚାରୀ ଜଣକ ମହିଳାଙ୍କ ପାଣି ବୋତଲରେ ନିୟମିତ ଭାବରେ କିଛି ମିଶାଉଥିଲେ। ପାଣିର ସ୍ୱାଦ ପରିବର୍ତ୍ତନ ହେବାରୁ ସେ ଫୁଟାଯାଇଥିବା ପାଣି ପିଇବା ଆରମ୍ଭ କଲେ। ଏହାପରେ ମଧ୍ୟ ସମାନ ସ୍ୱାଦ ଆସିବାରୁ ପାଣିରେ କେହି କିଛି ମିଶାଉଥିବା ସେ ସନ୍ଦେହ କରିଥିଲେ।
ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍ଙ୍କୁ ବାର୍ ଆଟେଣ୍ଡାଣ୍ଟ୍ କରାଯାଇଥିଲା?
ଏଣିକି ଚାକିରି ପରିବର୍ତ୍ତନ ହେଲା ସହଜ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ଆପଣଙ୍କର ଭବିଷ୍ୟନିଧି ପାଣ୍ଠି ପାଇଁ ଆରମ୍ଭ କରିଛି ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମ।
ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ଜଲପାଇଗୁଡ଼ି ଜିଲ୍ଲାରେ ଏହି ଅଘଟଣ ଘଟିଛି ।
ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ।
ସମଗ୍ର ବିଶ୍ୱରେ ଏପ୍ରିଲ୍ ୧କୁ ‘ଏପ୍ରିଲ୍ ଫୁଲ୍ ଦିବସ’ ଭାବେ ପାଳନ କରାଯାଏ। ପ୍ରଥମରୁ ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଦିନ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଅନ୍ୟ ଦେଶମାନେ ମଧ୍ୟ ଏହି ଦିନ ପାଳନ କରିବାକୁ ଲାଗିଲେ।
ଗିରିଶ ଏକ ଦୋକାନକୁ ଯାଇ ଛୁରି କିଣିଥିଲା । ପରେ ସେ ଶାଲିନି ଗ୍ରାଉଣ୍ଡକୁ ଯାଇ ସେଠାରେ ଫରିହାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ସେ ମନା କରିବାରୁ ତାଙ୍କୁ ବାରମ୍ୱାର ଛୁରିରେ ଆକ୍ରମଣ କରିଥିଲା।
ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ଜେଲ୍ ପଠାଇଛନ୍ତି ।
କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି । ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା କଚାତିବୁ ।