/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711988155.jpg)
PM Sheikh Hasina
ବାଙ୍ଗଲାଦେଶର ବିରୋଧୀ ଦଳ ନେତାଙ୍କ ବୟକଟ ଇଣ୍ଡିଆ ଅଭିଯାନକୁ କଡା ଜବାବ ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ବିରୋଧୀ ଦଳ ନେତା ଯଦି ନିଜ ନିଷ୍ପତ୍ତିରେ ଅଡି ରହିବାକୁ ଚାହାନ୍ତି ତାହେଲେ ସେମାନେ ନିଜ ନିଜ ପତ୍ନୀଙ୍କ ଶାଢୀ ପୋଡି ଦିଅନ୍ତୁ । ଏଥିସହ ଭାରତରୁ ଆସୁଥିବା ମସଲା ମଧ୍ୟ ଖାଇବା ବନ୍ଦ କରନ୍ତୁ । ଯଦି ପାରିବେ ନାହିଁ, ବୟକଟ ଇଣ୍ଡିଆ ଅଭିଯାନରୁ ଓହରି ଯାଆନ୍ତୁ ।
Advertisment
ଭାରତରୁ ଆସୁଥିବା ଶାଢୀ ବିରୋଧୀ ଦଳର ନେତାଙ୍କ ପତ୍ନୀ ପିନ୍ଧୁ ନାହାନ୍ତି ବୋଲି କହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଶେଖ ହସିନା । ଭାରତ ସହ
ବାଙ୍ଗଲାଦେଶର ସମ୍ପର୍କ ଖୁବ ଭଲ ଅଛି । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି । ବାଙ୍ଗଲାଦେଶର ଅନ୍ତରିଣ ମାମଲାରେ ଭାରତ ମୁଣ୍ଡ ଖେଳଉଥିବା ଅଭିଯୋଗ କରି ବୟକଟ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲେ ବିରୋଧୀ । ଯାହାକୁ କଡା ସମାଲୋଚନା କରିଛନ୍ତି ଶେଖ ହସିନା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)