• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବଙ୍କୁ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ । ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ, ବାବା ରାମଦେବଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ବ୍ୟକ୍ତିଗତ ଭାବେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ ସେମାନେ ଏହି ନିର୍ଦ୍ଦେଶ ପାଳନ କରିନଥିଲେ । ଏଣୁ ସେ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ କୋର୍ଟ ଏହାକୁ "ଲିପ୍ ସର୍ଭିସ" ବୋଲି କହିଛନ୍ତି ଏବଂ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ପତଞ୍ଜଳି ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ କାଠଗଡ଼ାରେ ଛିଡ଼ା କରିଛନ୍ତି ।

କୋଭିଡ ସମୟରେ ଏହାର ଉପଚାର କେବଳ ଆୟୁର୍ବେଦରେ ସମ୍ଭବ ବୋଲି ପତଞ୍ଜଳି ପ୍ରଚାର କରିଥିଲା । ଏହାର ମେଡିସିନ ୟେଲୋପାଥିରେ ନାହିଁ ବୋଲି କହିଥିଲା କମ୍ପାନୀ । ଏହାକୁ ନେଇ ପତଞ୍ଜଳି ଉପରେ ଖୁବ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଡ୍ରଗ୍ସ ଏବଂ ମ୍ୟାଜିକ୍ ପ୍ରତିକାର (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ ଅନୁସାରେ ସମସ୍ତ ବିଜ୍ଞାପନ ବନ୍ଦ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଫେବ୍ରୁଆରୀ ୨୭ ରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଏବଂ ମୋଟାପଣ ଭଳି ରୋଗ ଉପରେ ଉତ୍ପାଦିତ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ । ଏହା ପରେ ମଧ୍ୟ ପତଞ୍ଜଳି ଏପରି ବିଜ୍ଞାପନ ପ୍ରକାଶ କରିବା ଜାରି ରଖିଥିଲା । ଫଳରେ ପତଞ୍ଜଳି ଆୟୁର୍ବେଦ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ଅବମାନନା ବିଜ୍ଞପ୍ତି ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଭ୍ରମାତ୍ମକ ବିଜ୍ଞାପନର ପ୍ରସାରଣ ଅଭିଯୋଗରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।