• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି । ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା କଚାତିବୁ । ବାରମ୍ବାର ଏ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠୁଥିଲା ହେଲେ କାହିଁକି ଏହି ଛୋଟିଆ ଦ୍ୱୀପକୁ ନେଇ ଏତେ ବିବାଦ ବୋଲି ପ୍ରଶ୍ନ କରିଥିଲେ ନେହରୁ ।

ଏହାକୁ ହସ୍ତାନ୍ତର କରିଦେବା ଉଚିତ୍ ବୋଲି ମତ ରଖିଥିବା ଆଜି ପ୍ରେସମିଟରେ କହିଛନ୍ତି ଜୟଶଙ୍କର । ଖାଲି ଏତିକି ନୁହେଁ ନେହରୁଙ୍କଠାରୁ ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ ଯାଏଁ କଚାତିବୁକୁ ନେଇ ଏପରି ହିଁ ଚିନ୍ତାଧାରା କଂଗ୍ରେସ ସରକାର ବେଳେ ରଖାଯାଇଥିବା ସେ କହିଛନ୍ତି । ଗଲା ୨୦ ବର୍ଷ ଭିତରେ ୬ ହଜାରରୁ ଅଧିକ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: କଂଗ୍ରେସକୁ ଝଟକା; ପୁଣି ନୋଟିସ୍‌ ପଠାଇଲା IT, ଭରିବେ ୩୫୬୭ କୋଟି ଟଙ୍କାର ଟିକସ୍‌...

ଯାହା ଭାରତୀୟ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିବା ଦୋହରାଇଛନ୍ତି ଜୟଶଙ୍କର । ସେପଟେ ଆଉ କିଛି ଦିନ ପରେ ତାମିଲନାଡ଼ୁ ନିର୍ବାଚନ ଥିବା ବେଳେ ଏହି ପ୍ରସଙ୍ଗ ଉଠିଥିବାରୁ ଜାତୀୟ ରାଜନୀତି ସରଗରମ ହୋଇଛି । ଅନ୍ୟପଟେ ଜୟଶଙ୍କରଙ୍କ ବୟାନ ପରେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଡିଏମକେ ଓ କଂଗ୍ରେସ ।

୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କଚାତିବୁକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ । ଏନେଇ RTI ତଥ୍ୟ ଆସିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି କଡ଼ା ସମାଲୋଚନା କରି ପୋଷ୍ଟ କରିଥିଲେ । ତେବେ ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରେ କଚାତିବୁ ଦ୍ୱୀପ । ଇଏ ବିବାଦ ଆଜି କାଲିର ନୁହେଁ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ଦ୍ୱୀପକୁ ଉଭୟ ଭାରତ ଓ ଶ୍ରୀଲଙ୍କା ନିଜର ବୋଲି ଦାବି କରିଛନ୍ତି ।

ବିଶେଷ ଭାବେ ରାମେଶ୍ୱରମ ଦ୍ୱୀପର ବେଶ୍ ନିକଟତର ରହିଛି ଏହି ଦ୍ୱୀପ । ତେଣୁ ବର୍ଷ ବର୍ଷ ଧରି ଏଠି ଭାରତୀୟ ମାନେ ଯା’ଆସ କରନ୍ତି । ତାମିଲନାଡ଼ୁର ମତ୍ସଜୀବୀ ମାନେ ଏହା ଉପରେ ନିର୍ଭରଶୀଳ । ଦେଶ ସ୍ୱାଧୀନ ହେବା ପୂର୍ବରୁ ରାମନାଥ ସାମ୍ରାଜ୍ୟରେ ଥିଲା କଚାତିବୁ । ଏପରିକି ୧୯୨୧ ମସିହାରେ ଏହାକୁ ମାଡ୍ରାସ୍ ପ୍ରେସିଡେନସି ଅଧିନରେ ରଖାଯାଇଥିଲା ।

ପରେ ପରେ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା । ତେବେ ୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭାରତ-ଶ୍ରୀଲଙ୍କା ସୀମା ଚୁକ୍ତିରେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ । ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂରରେ କଚାତିବୁ ଦ୍ୱୀପ ରହିଛି ।

ଏଠି ବହୁ ସଂଖ୍ୟାରେ ତାମିଲ ଲୋକେ ବସବାସ କରନ୍ତି । ଆଜି ବି ମାଛ ଧରିବାକୁ ଏହାର ଆଖପାଖକୁ ଲୋକେ ଯାଆନ୍ତି । ହେଲେ ସବୁଠୁ ବଡ଼ ସମସ୍ୟା ହେଉଛି, ସମୁଦ୍ର ମଝିରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିବାରୁ ବହୁ ସମୟରେ ମତ୍ସଜୀବୀ ମାନେ କଚାତିବୁକୁ ଚାଲି ଯାଆନ୍ତି । ଗଲା ୫ ବର୍ଷରେ ୬୦୦ରୁ ଅଧିକ ମତ୍ସଜୀବୀ ଅନୁପ୍ରବେଶ କରିଥିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ବି ହୋଇଛନ୍ତି ।