Advertisment

ମାତୃତ୍ୱ ଛୁଟି ମାଗିବାରୁ ସହକର୍ମୀଙ୍କୁ ବିଷ ଦେଇଦେଲେ ମହିଳା !

କର୍ମଚାରୀ ଜଣକ ମହିଳାଙ୍କ ପାଣି ବୋତଲରେ ନିୟମିତ ଭାବରେ କିଛି ମିଶାଉଥିଲେ। ପାଣିର ସ୍ୱାଦ ପରିବର୍ତ୍ତନ ହେବାରୁ  ସେ ଫୁଟାଯାଇଥିବା ପାଣି ପିଇବା ଆରମ୍ଭ କଲେ। ଏହାପରେ ମଧ୍ୟ ସମାନ ସ୍ୱାଦ ଆସିବାରୁ ପାଣିରେ କେହି କିଛି ମିଶାଉଥିବା ସେ ସନ୍ଦେହ କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Maternity Leave

Maternity Leave

ଅଫିସରେ ଗର୍ଭବତୀ ମହିଳା ସହକର୍ମୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ। ମହିଳାଙ୍କୁ ମାତୃତ୍ୱ ଛୁଟି ନଦେବା ପାଇଁ ସହକର୍ମୀ ବିଷ ଦେଇଥିବା ଅଭିଯୋଗ ହୋଇଛି। ଚୀନର ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ୟୁଜର୍ସ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ମହିଳା ସହକର୍ମୀ ଜଣକ ଗର୍ଭବତୀ ଥିଲେ। ତାଙ୍କ ସହ କାମ କରୁଥିବା ଅନ୍ୟଜଣେ ମହିଳା କର୍ମଚାରୀ ତାଙ୍କୁ ଛୁଟି ନ ଦେବାକୁ ଚାହୁଁନଥିଲେ। ଛୁଟି ନେଲେ ତାଙ୍କୁ ଏକାକୀ ସବୁକାମ କରିବାକୁ ହେବ। ଏତେ ଚାପ ନେଇ ସେ କାମ କରିବାକୁ ଚାହୁଁନଥିଲେ। ସେଥିପାଇଁ ସେ ସହକର୍ମୀଙ୍କ ପାଣିରେ ଗର୍ଭ ନଷ୍ଟ କରିବାର ଔଷଧ ମିଶାଇଥିଲେ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, କର୍ମଚାରୀ ଜଣକ ମହିଳାଙ୍କ ପାଣି ବୋତଲରେ ନିୟମିତ ଭାବରେ କିଛି ମିଶାଉଥିଲେ। ପାଣିର ସ୍ୱାଦ ପରିବର୍ତ୍ତନ ହେବାରୁ  ସେ ଫୁଟାଯାଇଥିବା ପାଣି ପିଇବା ଆରମ୍ଭ କଲେ। ଏହାପରେ ମଧ୍ୟ ସମାନ ସ୍ୱାଦ ଆସିବାରୁ ପାଣିରେ କେହି କିଛି ମିଶାଉଥିବା ସେ ସନ୍ଦେହ କରିଥିଲେ। ଏହାପରେ ସତ ଜାଣିବା ପାଇଁ ସେ ବସୁଥିବା ସ୍ଥାନର ଭିଡିଓ କଲେ। ଆଇପ୍ୟାଡ୍ ଯୋଗ ସେ ସହକର୍ମୀ ମହିଳା କିଛି ମିଶାଉଥିବାର ଦେଖିଥିଲେ।

Advertisment

ଭିଡିଓରେ, କଳା ପୋଷାକ ପିନ୍ଧିଥିବା ଜଣେ ମହିଳା ଡେସ୍କ ପାଖକୁ ଆସିଲେ। ଏକ ଛୋଟ ବୋତଲ ଖୋଲି ମହିଳାଙ୍କ ପାଣି ବୋତଲରେ ପାଉଡର ପରି କିଛି ପଦାର୍ଥ ମିଶାଇଥିଲେ। ଏସସିଏମପି ଅନୁଯାୟୀ, ସହକର୍ମୀ ଛୁଟି ନିଅନ୍ତୁ ବୋଲି ସେ ଚାହୁଁନଥିଲେ। ଏନେଇ ଗର୍ଭବତୀ ମହିଳା କର୍ମଚାରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଜଣେ ଓକିଲ ନ୍ୟାସନାଲ ବିଜନେସ୍ ଡେଲିକୁ କହିଛନ୍ତି ଯେ ଯଦି ମହିଳାଙ୍କ କାର୍ଯ୍ୟକଳାପ କ୍ଷତି ପହଞ୍ଚାଇବା ବୋଲି ପ୍ରମାଣିତ ହୁଏ ତେବେ ଏହା ଗୁରୁତର ଅପରାଧ। ଯଦିଓ ଏହି ପଦାର୍ଥ ବିଷାକ୍ତ କିମ୍ବା ଶାରୀରିକ କ୍ଷତି ଘଟାଇ ନାହିଁ ତଥାପି ଏହା ଅପରାଧ ହୋଇପାରେ। ଏହି ଭିଡିଓ ଭାଇରାଲ୍ ହେବାପରେ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଜଣେ ୟୁଜର କମେଣ୍ଟ କରିଛନ୍ତି, କେବଳ ଛୁଟି ନଦେବାକୁ ବିଷ ଦେଉଛନ୍ତି? ପୋଲିସ କଣ ନାଟକ ଦେଖୁଛି?ଅନ୍ୟଜଣେ କମେଣ୍ଟ କରିଛନ୍ତି, ଏହି ଖଳ ପ୍ରକୃତିର ଲୋକ କିପରି ଚାକିରି ପାଇଲେ? ପରୀକ୍ଷାରେ କେବଳ ଏକାଡେମୀକ କ୍ୟାରିୟର ଦେଖୁଛି, ନୈତକି ରୂପ ଦେଖିପାରୁନି।

Pregnant Woman Colleagues
Advertisment
Advertisment