Advertisment

କେଜ୍ରିୱାଲଙ୍କୁ ପୁଣି ଜେଲ୍ ପଠାଇଲେ କୋର୍ଟ, ରିମାଣ୍ଡ ପରେ ହାଜର କରିଥିଲା ED

ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ଜେଲ୍ ପଠାଇଛନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Delhi CM

ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ । ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

Advertisment

ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଜ୍ରିୱାଲକୁ ଗିରଫ କରି ୬ ଦିନ ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା । ଗତ ୨୧ ତାରିଖରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା ।

ଦଶମ ସମନ ପରେ ମନିଲଣ୍ଡ୍ରିଂ ଆକ୍ଟ ଧାରା ୫୦ ଅନୁଯାୟୀ ଜେରା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସିଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ ଗିରଫ ହୋଇଥିଲେ ।

Advertisment

ତେବେ କ’ଣ ଏହି ଦିଲ୍ଲୀ ମଦ ଦୁର୍ନୀତି ଜାଣନ୍ତୁ..

୨୦୨୧ରେ ଦିଲ୍ଲୀରେ ଏକ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜ୍ରିୱାଲ୍ ସରକାର । କିନ୍ତୁ ବିବାଦ ଦେଖାଦେବା ପରେ ୨୦୨୨ରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ଏହି ନୂଆ ନୀତି ଅନୁସାରେ ମଦ ବିକ୍ରି ସହ ସରକାରଙ୍କ କୌଣସି ସଂପର୍କ ରହିବ ନାହିଁ ବୋଲି ଘୋଷଣା କରାଯାଇଥିଲା । ମଦ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା ଏ ସଂପର୍କିତ ସମସ୍ତ ନିୟନ୍ତ୍ରଣ । ଭୋର ୩ଟା ଯାଏଁ ମଦ ଦୋକାନ ଖୋଲିବା ଏବଂ ମଦ ହୋମ୍ ଡେଲିଭରି ପାଇଁ ଅନୁମତି ଥିଲା ।

ଏଣୁ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିଜ ଇଚ୍ଛା ଅନୁସାରେ ରିହାତି ଦେଇପାରୁଥିଲେ । ପରେ ଏନେଇ ଇଓଡବ୍ଲୁ ସ୍କାନରକୁ ଆସିଥିଲେ ତତ୍କାଳୀନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଲୋକଙ୍କୁ ଅନୁଚିତ ଅନୁଗ୍ରହ ଦେବାକୁ ସେ ନିୟମ ବଦଳାଇଥିବା ଅଭିଯୋଗ ହୋଇଥିଲା । ଲାଇସେନ୍ସ ବଦଳରେ ଅନୈତିକ ଭାବେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହ ରାଜକୋଷଙ୍କୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିବା ନେଇ ଆସିଥିଲା ଅଭିଯୋଗ ।

ପରେ ବିଭିନ୍ନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ଦିଲ୍ଲୀ ମୁଖ୍ୟ ସଚିବ । ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା । କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ହୋଇଥିବା ଦାବି କରିଥିଲା ସିବିଆଇ । ଗୋଆ ନିର୍ବାଚନରେ ଆପ୍ ଦଳୀୟ ପ୍ରଚାର ପାଇଁ ଏହି ଟଙ୍କା ଉପଯୋଗ ହୋଇଥିବା ଅଭିଯୋଗ । ବର୍ତ୍ତମାନ ପର୍ଯ୍ୟନ୍ତ ମାମଲା ହାତକୁ ନେଇ ୩୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଛି ଇଡି ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ । ତେଲେଙ୍ଗାନା BRS ନେତ୍ରୀ କେ. କବିତାଙ୍କୁ ବି ଗିରଫ କରିଛି ଇଡି । ୯ ଥର ସମନ ଟାଳିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି ।

Arvind Kejriwal Enforcement Directorate ED
Advertisment
Advertisment