• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ନମ୍ବର ତିହାର ଜେଲରେ ରହିଛନ୍ତି । ତିହାର ଜେଲର ୬୭୦ ନମ୍ବର କଏଦୀ ଏବେ ଅରବିନ୍ଦ କେଜ୍ରିଓ୍ବାଲ ।  ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି କେଜ୍ରିଓ୍ବାଲ । ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି । ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଟିଛି ପ୍ରଥମ ରାତି । କ୍ଷମତାରେ ଥିବା ସମୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଜେଲ ଯାଇଛନ୍ତି । ସୋମବାର ଦିନ ଦିଲ୍ଲୀର ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସୁପ୍ରିମୋଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ଗତକାଲି ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ ।

କେମିତି କଟିଲା ପ୍ରଥମ ସକାଳ ? 

ତିହାର ଜେଲରେ ପ୍ରଥମ ରାତି ବିତାଇବା ପରେ ମଙ୍ଗଳବାର ସକାଳେ ଜଳଖିଆ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରୁଟି ଓ ଚା ’ଦିଆଯାଇଥିଲା । ଅନ୍ୟ କଏଦୀଙ୍କ ଭଳି କେଜ୍ରିୱାଲ ସୂର୍ଯ୍ୟୋଦୟ ସମୟ ପାଖାପାଖି ସକାଳ ୬ଟା ୩୦ରେ ଶଯ୍ୟା ଛାଡ଼ିଥିଲେ  । ୬ଟା ୪୦ ବେଳକୁ ଜଳଖିଆ ଭାବେ ଚା’ ଓ ପାଉଁରୁଟି ଦିଆଯାଇଥିଲା । କିଛି ସମୟ ପାଇଁ ଯୋଗ ମଧ୍ୟ କରିଥିଲେ । ଏହାପରେ ସେ ଗାଧୋଇଥିଲେ ।

ଇଡି ହାଜତରେ ରହି ମଧ୍ୟ ସେ ସରକାର ଚଳାଉଥିବାରୁ ଯେଉଁଦିନ ଶୁଣାଣି ଥିବ ସେଦିନ ଅଦାଲତକୁ ଯିବେ କିମ୍ବା ତାଙ୍କ ଆଇନଜୀବୀଙ୍କୁ ଭେଟିପାରିବେ । ସକାଳ ୧୧ଟାରେ ଜେଲ୍‌ରେ ମଧ୍ୟାହ୍ନ ଭୋଜନ ଦିଆଯାଇଛି । ଏହାପରେ କଏଦୀମାନଙ୍କୁ ସେମାନଙ୍କ ‌କୋଠରୀରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରହିବାକୁ ହୋଇଥାଏ । ଅନ୍ୟ ବନ୍ଦୀମାନଙ୍କ ଭଳି କେଜ୍ରିୱାଲଙ୍କୁ ଅପରାହ୍ଣ ୩ଟା ୩୦ରେ ଚା’ ଓ ବିସ୍କୁଟ ଖାଇବାକୁ ଦିଆଯିବ। ଏହାପରେ ୪ଟା ବେଳେ ସେ ଆଇନଜୀବୀଙ୍କୁ ଭେଟିପାରିବେ।

ରାତ୍ରିରେ କେମିତି ଥାଏ ବ୍ୟବସ୍ଥା ? 

ସେହିପରି ରାତ୍ରିଭୋଜନ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଦିଆଯାଇଥାଏ । ଏହାପରେ ରାତି ପ୍ରାୟ ୭ଟା ବେଳକୁ ସେମାନଙ୍କୁ କୋଠରୀରେ ବନ୍ଦ କରି ଦିଆଯାଇଥାଏ। ଖାଇବା ଓ ଅନ୍ୟ କାର୍ଯ୍ୟ ନଥିଲେ କଏଦୀମାନେ ସକାଳ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଟିଭି ଦେଖିପାରିବେ। ତେବେ ‌ଅଳ୍ପ କେତୋଟି ଚାନେଲ୍‌ ଟିଭିରେ ଦେଖିବାକୁ ମିଳିଥାଏ। 

OTV is now on Whatsapp

Join and get latest news update delivered to you via whatsapp

Join Now