Advertisment

ଛତିଶଗଡ଼ ପୋଲିସ୍‌କୁ ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଲେ ୯ ନକ୍ସଲ

ପୋଲିସର ଏନକାଉଣ୍ଟରରେ ୯ ହାର୍ଡକୋର ମାଓବାଦୀ ନିହତ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
9 Naxal Dead

9 Naxal Dead

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ । ପୋଲିସର ଏନକାଉଣ୍ଟରରେ ୯ ହାର୍ଡକୋର ମାଓବାଦୀ ନିହତ । ସକାଳ ପ୍ରାୟ ୬ଟା ସମୟରେ ଲେଣ୍ଡ୍ରା ଗ୍ରାମ ନିକଟ ଏକ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି।

Advertisment

ଏହି ବଡ଼ ଧରଣର ଏନକାଉଣ୍ଟର ପରେ ବସ୍ତର ଆଇଜି ସୁନ୍ଦରରାଜ କହିଛନ୍ତି ଯେ, ପାପା ରାଓ ନାମକ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ଜଙ୍ଗଲରେ ଥିବା ଖବର ବିଶେଷ ସୂତ୍ରରୁ ପୋଲିସ୍‌ ପାଇଥିଲା। ଏହାପରେ DRG, CRPF, କୋବ୍ରା ଓ ସ୍ପେଶାଲ ଟାସ୍କ୍ ଫୋର୍ସର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ୍‌ ବେଳେ ପୋଲିସ୍‌ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୯ ଜଣ ହାର୍ଡକୋର ନକ୍ସଲ ମୃତ୍ୟୁବରଣ କରିଛନ୍ତି।

ଘଟଣାସ୍ଥଳରୁ ପୋଲିସ୍‌ ୯ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିବା ସହ AK-47, ଏଲ୍‌ଏମ୍‌ଜି, ଅଟୋମେଟିକ୍‌ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ତେବେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏପ୍ରିଲ୍‌ ୧୯ରେ ଏହି ଅଞ୍ଚଳରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ପୋଲିସକୁ ଏହି ବଡ଼ ସଫଳତା ମିଳିଛି।

Advertisment
Naxal Chhattisgarh Encounter
Advertisment
Advertisment