/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712048366.jpg)
Share Market
କିଣିଥିଲେ ୫୦୦ ଟଙ୍କାରେ, କିନ୍ତୁ ବର୍ତ୍ତମାନ ବିକ୍ରି କଲେ ହେବ ୩ ଲକ୍ଷ ୭୫ ହଜାର । ଜଣେ ବ୍ୟକ୍ତି ୧୯୯୪ ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫୦୦ ଟଙ୍କାର ସେୟାର କିଣିଥିଲେ । ବର୍ତ୍ତମାନ ୩୦ ବର୍ଷ ପରେ ଏହି ସେୟାରଗୁଡ଼ିକ ବଢ଼ି ବଢ଼ି ପାଖାପାଖି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଚଣ୍ଡିଗଡ଼ର ଜଣେ ଡାକ୍ତର କିଛିଦିନ ତଳେ ଏହି ପୁରୁଣା ଡକ୍ୟୁମେଣ୍ଟଗୁଡ଼ିକ ପାଇଥିଲେ । ଉକ୍ତ ଡକ୍ୟୁମେଣ୍ଟ ଗୁଡ଼ିକ ତାଙ୍କ ଜେଜେବାପାଙ୍କ ନାଁରେ ଥିଲା । ସେ ସେଥିରେ ଦେଖିବାକୁ ପାଇଥିଲେ ଯେ, ୧୯୯୪ ମସିହାରେ ଜେଜେବାପା ଏସବିଆଇର କିଛି ସେୟାର କିଣିଥିଲେ । ଉକ୍ତ ସେୟାରଗୁଡ଼ିକ ବଜାରମୂଲ୍ୟ ବର୍ତ୍ତମାନ ବଢ଼ି ବଢ଼ି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଶିଶୁରୋଗ ବିଶେଷଜ୍ଞ ତନ୍ମୟ ମୋତିୱାଲା ନିଜ ଘର ସଜାଡ଼ୁଥିବା ବେଳେ ଏହି ସେୟାରର ଡକ୍ୟୁମେଣ୍ଟଗୁଡ଼ିକ ପାଇଥିଲେ । ଇକ୍ୱିଟି ନିବେଶର ଶକ୍ତି ଉପରେ ଗୁରୁତ୍ୱ ଦେଇ ଏହି ଡାକ୍ତର ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରିଛନ୍ତି । ତିନି ଦଶନ୍ଧିରେ ସେୟାରଗୁଡ଼ିକ ପ୍ରାୟ ୭୫୦ ଗୁଣ ବଢ଼ିଥିବା ଡାକ୍ତର କହିଛନ୍ତି ।
The power of holding equity 😊
My Grand parents had purchased SBI shares worth 500 Rs in 1994.
They had forgotten about it. Infact they had no idea why they purchased it and if they even hold it.I found some such certificates while consolidating family's holdings in a… pic.twitter.com/GdO7qAJXXL
— Dr. Tanmay Motiwala (@Least_ordinary) March 28, 2024
X ରେ ଏକ ପୋଷ୍ଟରେ ଡାକ୍ତର ମୋତିୱାଲା ଲେଖିଛନ୍ତି, ଜେଜେବାପା ୧୯୯୪ରେ ୫୦୦ ଟଙ୍କା ମୂଲ୍ୟର SBI ସେୟାର କିଣିଥିଲେ । ପରେ ସେ ଏହାକୁ ଭୁଲି ଯାଇଥିଲେ । ସେତେବେଳେ କାହିଁକି କିଣିଥିଲେ, କେତେ ଦିନ ପର୍ଯ୍ୟନ୍ତ ରଖିବେ ତାହା ଭାବିନଥିଲେ । ଆଜି ତାହା ୭୫୦ ଗୁଣ ବଢ଼ି ଯାଇଛି ।
ବର୍ତ୍ତମାନର ମହଙ୍ଗା ଯୁଗରେ ୪ ଲକ୍ଷ ଟଙ୍କା କିଛି ବି ନୁହେଁ । ଏହା ସତ୍ତ୍ୱେ ମାତ୍ର ୩୦ ବର୍ଷରେ ସେୟାର ମୂଲ୍ୟରେ ପ୍ରାୟ ୭୫୦ ଗୁଣ ବଢ଼ିବା ନିହାତି ବଡ଼ ବୋଲି ଡାକ୍ତର କହିଛନ୍ତି । ତେବେ ସେ ଉକ୍ତ ସେୟାରଗୁଡ଼ିକକୁ ହାତ ମାରିବେ ନାହିଁ ବୋଲି କହିଛନ୍ତି । ବର୍ତ୍ତମାନ ନଗଦ ଟଙ୍କାର କୌଣସି ଆବଶ୍ୟକତା ନାହିଁ । ଏଣୁ ସେୟାରଗୁଡ଼ିକ ରହିବ ବୋଲି ସେ କହିଛନ୍ତି ।
ପୋଷ୍ଟଟି ବର୍ତ୍ତମାନ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର୍ସ ଲେଖିଛନ୍ତି, ଏହା ହିଁ ହେଉଛି ପ୍ରକୃତ ବିନିଯୋଗ । ଅନ୍ୟ ଜଣେ ନିଜର କାହାଣୀ ମଧ୍ୟ ଲେଖିଛନ୍ତି । ଜେଜେବାପା ତାଙ୍କର ବ୍ୟାଙ୍କରେ କର୍ମଚାରୀ ଥିଲେ । ଏଣୁ ସେ ଏସବିଆଇର ସେୟାର କିଣିଥିଲେ । ବାପାଙ୍କର ମୃତ୍ୟୁ ପରେ ସେ ଏହି ସେୟାର ଗୁଡ଼ିକ ପାଇଥିଲେ । ପରେ ତାକୁ ବିକ୍ରି କରି ଇକ୍ୟୁଟିରେ ଇନଭେଷ୍ଟ କରିବା ଆରମ୍ଭ କଲେ ବୋଲି ସେ ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)