Advertisment

ସ୍ମାର୍ଟ ଫୋନ ମାୟାରେ ବାୟା; ପରିବା ବଦଳରେ ଫ୍ରିଜରେ ପିଲାକୁ ରଖିଦେଲା ମା’...ଦେଖନ୍ତୁ ଭିଡିଓ

ପଛରୁ କିଛି ଶବ୍ଦ ଶୁଣି ବ୍ୟକ୍ତି ଜଣକ ଫ୍ରିଜ ଖୋଲିବା ପରେ ପିଲାଟି ଫ୍ରିଜରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଫ୍ରିଜରୁ ପିଲାଟିକୁ କାଢିଥିଲେ। ତେବେ ପିଲାଟିର କୌଣସି ଅସୁବିଧା ବା କ୍ଷତି ହୋଇନାହିଁ।

author-image
Sonali Ojha
ଅଦ୍ୟତନ ହୋଇଛି
Viral Video Of Mother's Addiction To Smartphone

Smartphone

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟି ଯାଇଛି। କି ପିଲା କି ବୁଢ଼ା ସଭିଏଁ ସ୍ମାର୍ଟ ଫୋନ୍ ମାୟାରେ ବାୟା। ଏହା ଏବେ ଡ୍ରଗ୍ସ, ହେରଇନ ଆଦି ନିଶା ଦ୍ରବ୍ୟ ଭଳି ସମସ୍ତଙ୍କୁ ଏପରି ବଶ କରିଛି ଯେ ଏଇ ଫୋନ୍ ଆଡ଼ିକ୍ସନରୁ ମୁକୁଳିବା ଆଦୌ ସହଜ ନୁହେଁ। ଏପରି ଫୋନରେ କଥା ହୋଇହୋଇ ମା’ ନିଜ ପିଲାକୁ ଫ୍ରିଜରେ ରଖି ଭୁଲି ଯାଇଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

ଭିଡିଓରେ ଜଣେ ମହିଳା ଫୋନରେ କଥା ହେଉଛନ୍ତି। ପାଖରେ ତାଙ୍କର ଛୋଟ ଛୁଆଟି ଖେଳୁଛି। କଥା ହୋଇହୋଇ ସେ ପରିବା କାଟିବାରେ ବ୍ୟସ୍ତ ଅଛନ୍ତି। କଥାରେ ସେ ଏତେ ମଜ୍ଜି ଯାଇଛନ୍ତି ଯେ ପିଲା କଥା ପୁରା ଭୁଲି ଯାଇଛନ୍ତି। ପରିବା କାଟି ସେ ଫ୍ରିଜରେ ରଖିବା ପରିବର୍ତ୍ତେ ପିଲାକୁ ଫ୍ରିଜରେ ଭର୍ତ୍ତି କରି ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ପିଲା କଥା ସେ ସଂପୂର୍ଣ୍ଣ ଭୁଲି ଯାଇ କଥା ହେବାରେ ଲାଗିଛନ୍ତି।

ଅଧିକ ପଢ଼ନ୍ତୁ: ଗୋଡ଼ ନଥାଇ ବି ୧୪ ହଜାର ଫୁଟ ଉପରୁ ଡେଇଁଲେ ଯବାନ..ଭିଡିଓ ଭାଇରାଲ

କିଛି ସମୟ ପରେ ମହିଳାଙ୍କର ସ୍ୱାମୀ ଆସି ପିଲା ବିଷୟରେ ପଚାରିବାରୁ ସେ ଚିନ୍ତିତ ଜଣାପଡୁଛନ୍ତି। ଏଥିସହ ପିଲା ନମିଳିବାରୁ ସେ କାନ୍ଦିବା ଆରମ୍ଭ କରିଦେଲେ। ଏହାପରେ ପଛରୁ କିଛି ଶବ୍ଦ ଶୁଣି ବ୍ୟକ୍ତି ଜଣକ ଫ୍ରିଜ ଖୋଲିବା ପରେ ପିଲାଟି ଫ୍ରିଜରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଫ୍ରିଜରୁ ପିଲାଟିକୁ କାଢିଥିଲେ। ତେବେ ପିଲାଟିର କୌଣସି ଅସୁବିଧା ବା କ୍ଷତି ହୋଇନାହିଁ। ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଭିଡିଓଟି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରାଯାଇଛି। ଭିଡିଓ ଉପରେ ଭୟଙ୍କର ନିଶା ବୋଲି ଏକ କ୍ୟାପସନ ଦିଆଯାଇଛି। ଏଯାଏ ଭିଡିଓଟିକୁ ୩.୯ଲକ୍ଷ ଲୋକ ଦେଖି ସାରିଲେଣି। ଜଣେ ୟୁଜର ଭିଡିଓ ଦେଖି କମେଣ୍ଟ କରିଛନ୍ତି, ପିଲାଙ୍କୁ ଗୁରୁତ୍ୱ ଦିଅ। ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି, ଅସଲ ସ୍କ୍ରିନ ପ୍ଲେ ପାଇଁ ଓସ୍କାର ଆୱାର୍ଡ ଦିଆଯାଉ। ସେହିପରି ଆଉଜଣେ ଲେଖିଛନ୍ତି, ସେ ପିଲାକୁ ଗରମ ଦାଉରୁ ରକ୍ଷା କରିବା ପାଇଁ ଏପରି କରିଛନ୍ତି।

Smartphones Viral Video
Advertisment
Advertisment