Advertisment

Viral Video: ଦମଦାର ସହ ଫେରିଛନ୍ତି କପିଲ ଶର୍ମା; ଜମୁଛି 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'

କମେଡିର ବାଦଶାହା କପିଲ ଶର୍ମା ତାଙ୍କର ନୂଆ ଶୋ’ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସହିତ ଫେରିଛନ୍ତି। ଏଥର କପିଲ ପୂର୍ବ ଅପେକ୍ଷା ଅଧିକ ଦମଦାର ସହ ଦର୍ଶକଙ୍କ ପାଖକୁ ଆସିଛନ୍ତି। ମାର୍ଚ୍ଚ ୩୦ରେ ନେଟ୍‌ଫ୍ଲିକ୍ସରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଛି।

author-image
Pramod Behera
The great Indian kapil Sharma new episodes promo went viral

The great Indian kapil Sharma new episodes promo went viral

କମେଡିର ବାଦଶାହା କପିଲ ଶର୍ମା ତାଙ୍କର ନୂଆ ଶୋ’ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସହିତ ଫେରିଛନ୍ତି। ଏଥର କପିଲ ପୂର୍ବ ଅପେକ୍ଷା ଅଧିକ ଦମଦାର ସହ ଦର୍ଶକଙ୍କ ପାଖକୁ ଆସିଛନ୍ତି। ମାର୍ଚ୍ଚ ୩୦ରେ ନେଟ୍‌ଫ୍ଲିକ୍ସରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଛି।

Advertisment

କପିଲଙ୍କ ନୂଆ ଷ୍ଟାଇଲ୍‌କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏଥିସହିତ ଅଭିନେତା ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ 'ଦି ଗ୍ରେଟ୍‌ ଇଣ୍ଡିଆନ୍‌ କପିଲ ଶୋ'ର ଆଗାମୀ ଏପିସୋଡ୍‌ର ଏକ ପ୍ରୋମୋ ମଧ୍ୟ ଶେୟାର କରିଛନ୍ତି। କପିଲଙ୍କ ଶୋ’ର ଏହି ପ୍ରୋମୋ ଇଣ୍ଟର୍‌ନେଟ୍‌ରେ ଖୁବ ଭାଇରାଲ ହେବାରେ ଲାଗିଛି।

କପିଲ ଶର୍ମାଙ୍କ ଏହି ନୂଆ ଶୋ’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଉଛି। ଶୋ’ର ପ୍ରଥମ ଏପିସୋଡ୍‌ର ସଫଳତା ପରେ କପିଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ଶେୟାର କରି ତାଙ୍କ ପ୍ରଶଂସକଙ୍କ ସହ 'ଦି ଗ୍ରେଟ୍‌ ଇଣ୍ଡିଆନ୍‌ କପିଲ ଶୋ’ର ଆଗାମୀ ଏପିସୋଡ’ର ଝଲକ ଶେୟାର କରିଛନ୍ତି। ଭିଡିଓରେ କପିଲ ନବଜୋତ ସିଂହ ସିଦ୍ଧୁଙ୍କ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ଭିଡିଓ ଶେୟାର କରିବା ସମୟରେ କପିଲ ଲେଖିଛନ୍ତି, “ଅନୁମାନ କରନ୍ତୁ କେଉଁ ସେଲିବ୍ରିଟି ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥି ଭାବରେ ଆସୁଛନ୍ତି।”

Advertisment

'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ଆଗାମୀ ଏପିସୋଡ୍‌ରେ କପିଲ ଶର୍ମା ଦର୍ଶକଙ୍କୁ ହସେଇବା ପାଇଁ ନବଜୋତ ସିଂହ ସିଦ୍ଧୁ ଓ କିକୁ ଶାରଦା କ୍ରିକେଟର ଭୂମିକାରେ ନଜର ଆସିବେ। ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରାଯାଇଥିବା ଏହି ଭିଡିଓରେ କ୍ରିକେଟର୍‌ ହୋଇ କିକୁ କପିଲଙ୍କୁ କହୁଛନ୍ତି, “ହେ ସିଦ୍ଧୁ ପାଜି, ମୁଁ ମଧ୍ୟ କ୍ରିକେଟ୍ ଖେଳିବାକୁ ଚାହୁଁଛି। ବହୁତ ଟଙ୍କା ରୋଜଗାର କରିବାକୁ ଚାହୁଁଛି।”

ସିଦ୍ଧୁ ହୋଇ କପିଲ ଶର୍ମା ତାଙ୍କ ଷ୍ଟାଇଲ୍‌ରେ କହୁଛନ୍ତି, “ମୁଁ ତୁମକୁ ଏକ କୌଶଳ କହିବି ଯାହା ଦ୍ୱାରା ତୁମେ ଘରେ ବସି ମୋବାଇଲରୁ ଟଙ୍କା ରୋଜଗାର କରିପାରିବ।” ଏହା ଉପରେ କିକୁ ତାଙ୍କୁ 'କେମିତି' ପ୍ରଶ୍ନ ପଚାରନ୍ତି। ଏହାର ଉତ୍ତରରେ କପିଲ କୁହନ୍ତି, 'ମୋବାଇଲ୍ ବିକ୍ରି କରିଦିଅ'। ଏହା କହି କପିଲ୍ ସେଠାରୁ ଚାଲିଯାଆନ୍ତି।

ତେବେ ସୋସିଆଲ ମିଡିଆରେ ଲୋକମାନେ ପ୍ରତିକ୍ରିୟା ଦେଇ ନବଜୋତ ସିଂହ ସିଦ୍ଧୁଙ୍କୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ମାଧ୍ୟମରେ ଫେରାଇ ଆଣିବାକୁ ଦାବି କରୁଛନ୍ତି। ବହୁ ପୂର୍ବରୁ ନବଜୋତ ସିଂହ ସିଦ୍ଧୁ କପିଲ ଶର୍ମାଙ୍କ ସୋ 'କମେଡି ନାଇଟ୍ ୱିଥ୍ କପିଲ'ରେ ଜଜ୍ ଭାବରେ ଅଭିନୟ କରୁଥିଲେ। କପିଲ ଶର୍ମା ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ଯୋଡିକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଥିଲେ।

The Kapil Sharma Show Viral Video Comedy Nights With Kapil Comedy TV Serial
Advertisment
Advertisment