/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712045495.jpg)
Shubham Gill
ମହିଳାଙ୍କ ଅଜବ କାରନାମା । ଦେଖିଲେ ହେବେ ଚକିତ । ପୋଷ୍ଟର କାର୍ଡ଼ରେ ଲେଖିଲେ ଅଜବ ଜିନିଷ । ନିକଟରେ ଜଣେ ମହିଳା ଜୋମାଟୋ ମାଲିକାନାରେ ଥିବା ବ୍ଲିଙ୍କିଟ୍ ଡେଲିଭରି କଂପାନୀକୁ ଭାରତୀୟ କ୍ରିକେଟର ଶୁଭମାନ ଗିଲ୍ଙ୍କୁ ତାଙ୍କ ଠିକଣାରେ ଡେଲିଭରି କରିବାକୁ ଅନୁରୋଧ କରିଛନ୍ତି । ତାଙ୍କର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ କହିବୁ ଯେ ଗିଲ୍ଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଆଇପିଏଲ୍ ୨୦୨୪ରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳିଛି ଯେଉଁଥିରେ ଟିମ୍ ଗୋଟିଏ ମ୍ୟାଚ ଜିତିଛି ଓ ଗୋଟିଏ ହାରିଛି ।
ମହିଳା ଜଣକ ନାମ ହେଉଛି ଆୟୁଷୀ । ସେ ଚଳିତ ଆଇପିଏଲ୍ରେ ଶୁଭମାନ ଗିଲ୍ଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସ ଖେଳ ଦେଖିବାକୁ ଯାଇଥିଲେ । ସେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ହାତରେ ଏକ ବଡ ପୋଷ୍ଟର କାର୍ଡ଼ ଧରି କ୍ରିକେଟ୍ ଷ୍ଟାଡିୟମ ସମ୍ମୁଖରେ ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛି ।
ପୋଷ୍ଟରରେ ଆୟୁଷୀ ଗୁଜୁରାଟ ଟାଇଟାନ୍ସ କ୍ୟାପଟେନ୍ ଶୁଭମାନ ଗିଲଙ୍କୁ ତାଙ୍କ ଠିକଣାରେ ଡେଲିଭରି କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଲେଖାଯାଇଥିଲା ଯେ, “ବ୍ଲିଙ୍କିଟ୍, ଦୟାକରି ଶୁଭମାନ ଗିଲଙ୍କୁ ମୋ ଠିକଣାକୁ ଡେଲିଭରି କରନ୍ତୁ । ”
ତେବେ ଆଇପିଏଲ୍ରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ବେଙ୍ଗାଳୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସଂଧ୍ୟା ୭ଟା ୩୦ରେ ମ୍ୟାଚ୍ ଖେଳାଯିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ବେଙ୍ଗାଳୁରୁ ୩ଟି ମ୍ୟାଚ୍ ଖେଳି ଗୋଟିଏ ମାତ୍ର ଜିତିଥିବା ବେଳେ ଲକ୍ଷ୍ନୌ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଛି । ଲକ୍ଷ୍ମୌ ବେଙ୍ଗାଳୁରୁ ଅପେକ୍ଷା ସାମାନ୍ୟ ଭଲ ସ୍ଥିତିରେ ଥିଲେ ମଧ୍ୟ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଗୁରୁତ୍ବ ରଖୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)