ଆଶ୍ଚର୍ଯ୍ୟ ! ମୃତ୍ୟୁର ୬ ଦିନ ପରେ ଫେରିଲେ ଯବାନ ! କାର ଦୁର୍ଘଟଣାରେ ମୃତ୍ୟୁବରଣ କରିବାର ୬ ଦିନ ପରେ ଫେରିଲେ ଯବାନ ! କିନ୍ତୁ ସୋମବାର ଚିକିତ୍ସା ସମୟରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ବୋଲି ଘୋଷଣା ହୋଇଥିଲା । ଯବାନଙ୍କ ନାମ ହେଉଛି ବିକାଶ ଭାସ୍କର । ବୟସ ୨୬ ବର୍ଷ । ଜୁନ୍ଜୁନୁ ଜିଲ୍ଲାର କାନୱରପୁର ବାଲାଜୀ ଗାଁର ମୂଳ ବାସିନ୍ଦା ହେଉଛନ୍ତି ବିକାଶ ଭାସ୍କର । ମାର୍ଚ୍ଚ ୨୪ରେ ଉକ୍ତ ଜିଲ୍ଲାର ଡଣ୍ଡଲୋଡ ସହରରେ କାର୍ ଦୁର୍ଘଟଣାରେ ନିଆଁ ଲାଗିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଖବର ମିଳିଥିଲା । ପରେ ଯବାନଙ୍କ ପରିବାର ମଧ୍ୟ ତାଙ୍କର ଶେଷ ରୀତିନୀତି କରିଥିଲେ ।
କିନ୍ତୁ ସୋମବାର ଦିନ ଯବାନଙ୍କୁ ରହସ୍ୟମୟ ଭାବରେ ପୁନର୍ବାର ଦେଖିବାକୁ ମିଳିଥିଲା । ପରେ ସେ ଅସୁସ୍ଥ ହୋଇଯାଇଥିଲେ ଯାହାଫଳରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୋଲିସ କହିଛି।
Also Read
ତେବେ ଏହି ଘଟଣାରେ ଝୁନ୍ଝୁନ୍ ଏସ୍ପି ଋଷି ଭର୍ମା କହିଛନ୍ତି ଯେ, “ସୂଚନା ଅନୁଯାୟୀ ମାର୍ଚ୍ଚ ୨୪ରେ ଯବାନ ଜଣକ ତାଙ୍କର ମିଛ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲେ । ଆମ ଟିମ୍ ଏହି ଘଟଣାର ଦଦନ୍ତ କରୁଛି । ଏହା ଭିତରେ ସୋମବାର ଯବାନ ଜଣକ ତାଙ୍କ ଘରକୁ ଫେରିଥିଲେ ଏବଂ ଯେତେବେଳେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା, ସେତେବେଳେ ସେ ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କୁ ମୁକୁନ୍ଦଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଯେଉଁଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଝୁନ୍ଝୁନ୍ ଡାକ୍ତରଖାନାକୁ ପଠାଯାଇଥିଲା। ”
ଯବାନ ଜଣକ ତାଙ୍କ ଚାଷ ଜମିରେ କାମ କରୁଥିବା ଶ୍ରମିକ ମହେଶ ମେଘୱାଲଙ୍କୁ ନିଜ ମିଛ ମୃତ୍ୟୁର ଷଡ଼ଯନ୍ତ୍ର କରିବା ପାଇଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ଏସ୍ପି କହିଛନ୍ତି, “ଯବାନଙ୍କ କାର୍ରେ ଜଳିଯାଇଥିବା ବ୍ୟକ୍ତି ଯଦି ତାଙ୍କ ଦ୍ୱାରା ହତ୍ୟା କରାଯାଇଛି ତାହା ପ୍ରମାଣ ହେବାର ଆବଶ୍ୟକ ରହିଛି । ଅନ୍ୟପଟେ ସେ କାହିଁକି ତାଙ୍କ ମିଛ ମୃତ୍ୟୁ ଷଡ଼ଯନ୍ତ୍ର କରିଛନ୍ତି ତାହା ମଧ୍ୟ ତଦନ୍ତ ଚାଲିଛି ।”
ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଯବାନ ଭାସ୍କରଙ୍କୁ ଶ୍ରୀନଗରରେ ପୋଷ୍ଟ କରାଯାଇଥିଲା ଓ ଅନଲାଇନ୍ କାରବାରରେ ସେ ୧.୫ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିଲା । ଏହି କ୍ଷତି ପୂରଣ ପାଇଁ ସେ ଏକ ବୀମା ପଲିସି କିଣିଥିଲେ ଏବଂ ତାଙ୍କ ସମ୍ପର୍କୀୟ ଭାଇ ରମେଶ ସାହାଯ୍ୟରେ ନିଜ ମୃତ୍ୟୁର ଷଡ଼ଯନ୍ତ୍ର କରିଥିଲେ । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଦୁଇଜଣ ଭାସ୍କରଙ୍କ କାରକୁ ତାଙ୍କର ଚାଷ ଶ୍ରମିକ ମହେଶ ମେଘୱାଲଙ୍କ ମୃତଦେହରେ ନିଆଁ ଲଗାଇ ଜାଳି ଦେବାକୁ ନିଷ୍ପତ୍ତି ନେଇଥିଲେ ।