ରାସ୍ତାରେ ଭରପୂର ଲୋକ। ଗାଡ଼ି ଗଡୁଥିଲା। ଗାଡ଼ିକୁ ଦେଖି ଲୋକେ ଆଁ କରି ଚାହିଁ ରହିଥିଲେ। କାରଣ ଗାଡି ଗଡ଼ୁଥିଲା ପଛୁଆ ପଛୁଆ..। ୨ ମିନିଟ ବା ୫ ମିନିଟ ନୁହେଁ। ପୂରା ୨୯ ମିନିଟ। ଚାଳକ ବେଶ ଦକ୍ଷତାର ସହ ଗାଡି ଚଲାଉଥିଲେ। ରିଭର୍ସ ଗିଅରରେ ଚାଳକ ୨୯ ମିନିଟ ୧୦ ସେକେଣ୍ଡରେ ୧୬ କିଲୋମିଟର ୧୪୦ ମିଟର ରାସ୍ତା ଅତିକ୍ରମ କରିଥିଲେ।
ବାଘଠାରୁ ନିଜ ଜୀବନ ବଂଚାଇବା ପରେ ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ‘ମୁଁ ନିଜେ ବି ଜାଣିନଥିଲି ବାଘଠୁ ବଂଚିବା ପାଇଁ ମୁଁ ୭୦ କିଲୋମିଟର ପହଁରିବି ।’
କିଛି ବର୍ଷ ପୂର୍ବେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ଏପରି ଥିଲା ଯେ ଏହା ଯେକୌଣସି ସମୟରେ ବି ବନ୍ଦ ହୋଇଯାଇଥାନ୍ତା। କିନ୍ତୁ ଜଣେ ହିଁ ବ୍ୟକ୍ତି ଥିଲେ ଯିଏ ଫିଲ୍ମ ନିର୍ମାଣ ଏବଂ ସେସବୁରେ ବହୁ ଅର୍ଥ ଖର୍ଚ୍ଚ କରିବାରେ ବିଶ୍ୱାସ କରୁଥିଲେ। ସେହି ବ୍ୟକ୍ତି ‘କେଜିଏଫ୍’ ତିଆରି କରି ଇତିହାସ ସୃଷ୍ଟି କରିଥିଲେ।
ଇୟରଫୋନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସାମ୍ନାରେ ବେଶ ହଟହଟା ହେବାକୁ ପଡ଼ିଛି। ବହୁ ଚେଷ୍ଟା କରି ବି କାନରେ ଇୟରଫୋନ ଲଗାଇ ପାରିଲେନି ପାକ ପ୍ରଧାନମନ୍ତ୍ରୀ। ଶରିଫଙ୍କର ଏପରି ଅବସ୍ଥା ଦେଖି ପୁଟିନ୍ ନିଜ ହସକୁ ରୋକି ପାରି ନ ଥିଲେ। ଶେଷରେ କିପରି ପିନ୍ଧିବାକୁ ହେବ ତାହା ମଧ୍ୟ ଦେଖାଇଥିଲେ। ତଥାପି କାନରେ ଇୟରଫୋନ ଲଗାଇବାରେ ବିଫଳ ହୋଇଥିଲେ ପାକ୍ ପ୍ରଧାନମନ୍ତ୍ରୀ। ଉଜବେକିସ୍ଥାନରେ ଚାଲିଥିବା କ୍ଷେତ୍ରୀୟ ସମ୍ମେଳନରେ ଗତକାଲି ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଥଟ୍ଟା ମଜା ।
ପୁଣି ଉପରକୁ ଉଠିଲେ ଗୌତମ ଆଦାନୀ। ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଜୁଲାଇରେ ପ୍ରକାଶିତ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିଲେ। ଏବେ ଆମାଜନ୍ ପ୍ରତିଷ୍ଠାତା ଜେବ୍ ବେଜସଙ୍କୁ କାଟି ବିଶ୍ୱର ୨ୟ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି।
୨୦୨୩ ମସିହାରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍ ଅର୍ଥାତ୍ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ ଟ୍ରେନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତରେ ଏହି ଟ୍ରେନ୍ ନିର୍ମାଣ ହେଉଛି।
କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୦,୯୪୦ ରହିଛି।
ଏଭଳି ମିଥ୍ୟା ଆରୋପ କାବୁଲ ଓ ଇସଲାମାବାଦ ମଧ୍ୟରେ ସଂପର୍କ ନଷ୍ଟ କରିବା ଆଶଙ୍କା ରହିଛି ବୋଲି ତାଲିବାନ ସରକାର କହିଛନ୍ତି ।
ବିବାହ ନାଁରେ ଅନେକ ଠକେଇ ବିଷୟରେ ଆପଣ ଶୁଣିଥିବେ। ମନ ପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ କିଏ କେତେ ପ୍ରକାର ମିଛ କହିଥାଏ। କିଏ ମିଛରେ ଦରମା ବଢାଇଥାଏ ତ କିଏ ଶିକ୍ଷାଗତ ଯୋଗ୍ୟତାର ମିଛ ତାଲିକା ଦେଇଥାଏ। କିଏ ପୁଣି ଜମିବାଡ଼ି ଘର ଦ୍ୱାର ଏପରିକି ପରିବାର ସମ୍ପର୍କରେ ମଧ୍ୟ ମିଛ ବିବରଣୀ ଦେଇଥାଏ। ହେଲେ ବିବାହ କରିବା ପାଇଁ କେହି ନିଜର ଲିଙ୍ଗକୁ ନେଇ ମିଛ କହିପାରେ ଏକଥା ବିଶ୍ୱାସ କରିପାରିବେ କି ? ହେଲେ ଏମିତି ଘଟଣା ଘଟିଛି ଗୁଜରାଟର ଭଦୋଦରାରେ।
ଚଳିତ ବର୍ଷ ଜୁଲାଇରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଅଚାନକ୍ ୧୧୬,୭୭,୨୪,୪୩,୨୭୭ ଟଙ୍କା ଆସିଥିବା ଦେଖିବାକୁ ପାଇଥିଲେ। ଏହାପରେ ଆଉ ବିଳମ୍ବ ନ କରି ତତ୍କ୍ଷଣାତ ସେ ଏଥିରୁ ୨ କୋଟି ଟଙ୍କା ଶେୟାର ମାର୍କେଟ୍ରେ ନିବେଶ କରିଥିଲେ।
ବ୍ୟାଙ୍କରେ ବତୁରି ଯାଉଛି ଟଙ୍କା, ଲୋକେ ଜମା ରଖିବେ କେଉଁଠି ?
ଆର୍ମି ଏନ୍କ୍ଲେଭ୍ ବାହାରେ କୁଡ଼ିଆ ଘର କରି କିଛି ଶ୍ରମିକ ରହୁଥିଲେ। ତେବେ ସାରା ରାତି ପ୍ରବଳ ବର୍ଷା ଯୋଗୁ ଆର୍ମି ଏନ୍କ୍ଲେଭ୍ ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା।
ଟ୍ରେନ୍ରୁ ଉକ୍ତ ଯୁବକ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଜଣେ ମହିଳା ଯାତ୍ରୀଙ୍କ ପାଖରୁ ଯୁବକ ଜଣକ ମୋବାଇଲ୍ ଝାମ୍ପି ନେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଅନ୍ୟ ଯାତ୍ରୀ ତାଙ୍କ ହାତକୁ ଧରି ଦେଇଥିଲେ।
ଜୁଲାଇରେ ନାମିବିୟା ସହିତ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମ ବ୍ୟାଚ୍ରେ ୮ଟି ଚିତା ଭାରତ ଆସିବାକୁ ଥିବା ବେଳେ, ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ୫ ବର୍ଷ ଭିତରେ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।
ମୁଖ୍ୟ ରାସ୍ତାରେ ଯିବେନି ପଥଚାରୀ । ସାଇକେଲ ଚାଳକ ବି ସ୍ୱତନ୍ତ୍ର ଟ୍ରାକ୍ରେ ଯିବେ ।
ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ରଖିଲା ସର୍ତ୍ତ, ୟୁକ୍ରେନ୍ ଯିବାକୁ ମେଡିକାଲ ପିଲାଙ୍କୁ ବାଧ୍ୟ କରୁଛନ୍ତି ସ୍ଥାନୀୟ ୟୁନିଭର୍ସିଟି ।
ଚିତାକୁ ଭାରତ ଆଣିବାକୁ ନାମିବ୍ୟାରେ ପହଞ୍ଚି ସାରିଛି ଏହି ସ୍ୱତନ୍ତ୍ର ବିମାନ ।
ୟୁଜରଙ୍କୁ ସହଜ ଏବଂ ସରଳ ଉପାୟରେ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍ ସବୁଠୁ ଆଗରେ।
୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର ।
ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।
ସେ ଥିଲେ ଜଣେ ସିରିଏଲ କିଲର। ବୟସ ମାତ୍ର ୧୮ ହେଲେ ଅଜବ ଥିଲା ତାଙ୍କ କାରନାମା। ବିନା କାରଣରେ ଚାରି ଚାରି ଜଣ ସିକ୍ୟୁରିଟି ଗାର୍ଡଙ୍କୁ ସେ ହତ୍ୟା କରିଥିଲେ। ସେ ଯେତେବେଳେ ଜେଲକୁ ଆସିଲେ ତାଙ୍କୁ ଦେଖି କଏଦୀ ବି ଡରିଲେ । ତାଙ୍କ ସହ ରହିବାକୁ କେହି ସୁରକ୍ଷିତ ମନେ କଲେନି। ତେଣୁ...