Advertisment

Delhi Assembly Election: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି

ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ଯାହାକୁ ଦେଖି ଲାଗୁଛି ଏକଜିଟ୍ ପୋଲ୍‌ରେ ଆକଳନ ସତ ହେବାକୁ ଯାଉଛି। ଦିଲ୍ଲୀରେ ବିଜେପି ବିଜୟର ମୁକୁଟ ପିନ୍ଧିବ ବୋଲି ଚାଲିଥିବା ଟ୍ରେଣ୍ଡରୁ ଅନୁମାନ କରଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Delhi Assembly Election:

Delhi Assembly Election:

ସକାଳ ୮ଟାରୁ ଆରମ୍ଭ ହୋଇଛି ଦିଲ୍ଲୀରେ ଭୋଟ ଗଣତି। ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ଯାହାକୁ ଦେଖି ଲାଗୁଛି ଏକଜିଟ୍ ପୋଲ୍‌ରେ ଆକଳନ ସତ ହେବାକୁ ଯାଉଛି। ଦିଲ୍ଲୀରେ ବିଜେପି ବିଜୟର ମୁକୁଟ ପିନ୍ଧିବ ବୋଲି ଚାଲିଥିବା ଟ୍ରେଣ୍ଡରୁ ଅନୁମାନ କରଯାଉଛି।

Advertisment

ଗଣତି ପୂର୍ବରୁ ଦିଲ୍ଲୀ ଦଙ୍ଗଲରେ ଏଥର ଆମ୍‌ ଆଦମୀ ପାର୍ଟି ସାଫ୍ ହେଉଛି ବୋଲି ଏକଜିଟ୍ ପୋଲ୍‌ରୁ ଆକଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି- ବିଜେପି ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ବୋଲି ଆକଳନ କରାଯାଇଥିଲା। ଯାହା ଏବେ ଚାଲିଥିବା ଭୋଟ ଟ୍ରେଣ୍ଡରୁ ସତ ହେବାକୁ ଯାଉଛି।

ଅନ୍ୟପକ୍ଷରେ ଦିଲ୍ଲୀରେ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଥିବାରୁ ପାର୍ଟି କର୍ମୀଙ୍କ ମହଲରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

Advertisment

ବର୍ତ୍ତମାନ ସୁଦ୍ଧା ବିଜେପି ଦୁଇ-ତୃତୀୟାଂଶ ଆସନରେ ଆଗୁଆ ରହିଛି। ବିପୁଳ ବିଜୟ ପଥେ ବିଜେପି ଆଗେଇ ଚାଲିଥିବା ଜଣାଯାଇଛି। 

ସୂଚନାଯୋଗ୍ୟ, ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିଥିଲେ ୧.୫୫ କୋଟି ଭୋଟର୍। ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୬୯୯ ଜଣ ପ୍ରାର୍ଥୀ।।

ଅଧିକ ପଢନ୍ତୁ: କିଏ ଗଢ଼ିବ ଦିଲ୍ଲୀରେ ସରକାର; ଆରମ୍ଭ ହେଲା ଭୋଟ ଗଣତି।

BJP Congress Delhi Assembly Elections
Advertisment
Advertisment