/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663249136.jpg)
‘Special Bird’ Flight
ନାମିବ୍ୟାରୁ ଭାରତ ଆସୁଛି ୮ଟି ଚିତାବାଘ । ବାଘ ଗୁଡିକୁ ଆଣିବାକୁ ବିମାନକୁ ଦିଆଯାଇଛି ଚିତାର ରୂପ । ବୋଇଂ-୭୪୭ ଜୁମ୍ବୋ ଜେଟ୍ ବିମାନ ଆସନ୍ତାକାଲି ରାତିରେ ନାମିବ୍ୟାରୁ ବାହାରିବ । ଏହା ଶନିବାର ସକାଳେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଚିତାକୁ ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟକୁ ନିଆଯିବ । ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତା ଗୁଡିକୁ କୁନୋ ଅଭୟାରଣ୍ୟରେ ଛାଡିବେ । ଚିତାକୁ ଭାରତ ଆଣିବାକୁ ନାମିବ୍ୟାରେ ପହଞ୍ଚି ସାରିଛି ଏହି ସ୍ୱତନ୍ତ୍ର ବିମାନ।
ନାମିବ୍ୟାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ବିମାନର ଫଟୋ ଟ୍ୱିଟ୍ କରାଯାଇଛି । ବିମାନରେ ବାଘ ଗୁଡିକୁ ଭାରତ ଆଣିବା ବେଳେ ଖାଲି ପେଟରେ ଅଣାଯିବ । ଦୀର୍ଘ ସମୟର ଯାତ୍ରା ବେଳେ ଚିତା ପାଇଁ ଯେଭଳି କୌଣସି ସମସ୍ୟା ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି । ବାଘ ଗୁଡିକୁ ମାସେ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବା ପରେ ଅଭୟାରଣ୍ୟରେ ଛଡାଯିବ । ଭାରତରେ ୧୯୪୭ରେ ଶେଷ ଚିତା ବାଘର ମୃତ୍ୟୁ ହୋଇଥିଲା । ଏହାର ୬୨ ବର୍ଷ ପରେ ୨୦୦୯ରେ ଆରମ୍ଭ ହୋଇଥିଲା ଆଫ୍ରିକାନ୍ ଚିତା ଇଣ୍ଟ୍ରୋଡକ୍ସନ୍ ପ୍ରୋଜେକ୍ଟ । କୋଭିଡ୍ ପାଇଁ ଏହି ଯୋଜନା ବିଳମ୍ବିତ ହୋଇଥିବା ବେଳେ ଏବେ ଭାରତ ଆସିବାକୁ ଯାଉଛି ଚିତା ବାଘ ।
ଆସନ୍ତା ୧୭ ତାରିଖରେ ସକାଳ ୬ଟାରୁ ୭ଟା ଭିତରେ ଚିତା ବାଘକୁ ନେଇ ଆସୁଥିବା ବିମାନ ରାଜସ୍ଥାନ ବିମାନ ବନ୍ଦରରେ ପହଞ୍ଚିବ । ନାମିବ୍ୟାରୁ ଆସିବାକୁ ଏହି ବିମାନଟିକୁ ୧୧ ଘଣ୍ଟା ସମୟ ଲାଗିବ । ଏହାପରେ ଚାଟାର୍ଡ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କକୁ ଅଣାଯିବ। ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ କୁନୋ ପାଲପୁର ଅଭୟାରଣୟରେ ନିର୍ମିତ ସ୍ୱତନ୍ତ୍ର ଖୁଆଡ଼ରେ ୮ଟି ଚିତା ବାଘକୁ ଛାଡି ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ ।
A special bird touches down in the Land of the Brave to carry goodwill ambassadors to the Land of the Tiger.#AmritMahotsav#IndiaNamibiapic.twitter.com/vmV0ffBncO
— India In Namibia (@IndiainNamibia) September 14, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)