• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏନସିସି କ୍ୟାଡେଟ୍‌ଙ୍କ ଦାଦାଗିରି । ବସ ଭଡା ମାଗିବାରୁ ନିର୍ଧୁମ ମାଡ଼ । ବସ୍‌ଯାତ୍ରୀ ଓ କଣ୍ଡକ୍ଟରଙ୍କ ମାଡପିଟ୍‌ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାତ୍ରୀବାହୀ ବସ୍‌ରେ ମାତ୍ର ୧୫ ଟଙ୍କାକୁ ନେଇ ଜଣେ ଏନସିସି କ୍ୟାଡେଟ୍ କଣ୍ଡକ୍ଟରଙ୍କୁ ପ୍ରବଳ ମାଡ ମାରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି ।

ମଙ୍ଗଳବାର ଦିନ ୧୦ଟାରେ ଭୋପାଳରେ ଏହି ଘଟଣା ଘଟିଛି । ଜଣେ ଏନସିସି କ୍ୟାଡେଟ ପୋଲିସ ମୁଖ୍ୟାଳୟ ଯିବା ପାଇଁ ବୋର୍ଡ ଅଫିସ ନିକଟରୁ ସିଟି ବସ୍‌ରେ ଚଢ଼ିଥିଲେ । ସେ ଚଢ଼ିବା ପରେ ସବୁ ଯାତ୍ରୀଙ୍କ ପରି ତାଙ୍କୁ ଟଙ୍କା ମାଗିଥିଲେ କଣ୍ଡକ୍ଟର । ହେଲେ ସେ ଟଙ୍କା ତ ଦେଇନଥିଲେ ବରଂ କଣ୍ଡକ୍ଟରକୁ ନିର୍ଧୁମ ମାଡ ମାରିଥିଲେ । ଯାହାର ଭିଡିଓ ବସ୍‌ରେ ଥିବା ସିସିଟିଭିରେ କଏଦ ହୋଇଛି।

ସୂଚନା ଅନୁସାରେ କଣ୍ଡକ୍ଟରଙ୍କୁ ୧୫ ଟଙ୍କା ବଦଳରେ ୧୦ ଟଙ୍କା ଦେଇଥିଲେ ସମ୍ପୃକ୍ତ ଛାତ୍ର । ହେଲେ ଏହାକୁ କଣ୍ଡକ୍ଟର ଗ୍ରହଣ କରିନଥିଲେ । ସେପଟେ ଏନସିସି କ୍ୟାଡେଟ୍‌ ଜଣକ ଟଙ୍କା ନଦେଇ ବସ୍‌ରୁ ଓହ୍ଲାଇ ଯିବାକୁ ଉଦ୍ୟମ କରିଥିଲେ । ଯାହାକୁ ବିରୋଧ କରିଥିଲେ କଣ୍ଟକ୍ଟର ଏବଂ ଆଉ ତାଙ୍କୁ ଟିକିଏ ଠେଲି ଦେଇଥିଲେ ।

 ଭାଇରାଲ୍‌ ଭିଡିଓ:-

ଏତିକି ଘଟଣାରେ ଏନସିସି କ୍ୟାଡେଟ୍‌ ଜଣକ ରାଗିଯାଇ କଣ୍ଡକ୍ଟରଙ୍କୁ ମାଡ ମାରିଥିଲେ । କଣ୍ଡକ୍ଟରଙ୍କୁ ମୁଥ ପରେ ମୁଥ ମାରି ଚାଲିଥିଲେ। ବସ୍‌ରେ ଅନ୍ୟ ଯାତ୍ରୀମାନେ ଉପସ୍ଥିତ ଥିଲେ ମଧ୍ୟ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ। ତେବେ ଏହି ଘଟଣାର ଭିଡିଓ ପ୍ରଶାସନ ପକ୍ଷରୁ ପୋଲିସକୁ ଦିଆଯାଇଛି ଓ ଏବେ ଅଭିଯୁକ୍ତ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।