Advertisment

ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ବେଳେ ଘଟିଲା ଅଘଟଣ; ବିବିସି ବନ୍ଦକଲା ସିଧାପ୍ରସାରଣ

ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍‌ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍‌କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।

author-image
Minati Mishra
ଅଦ୍ୟତନ ହୋଇଛି
Queen Elizabeth II's Funeral

royal guard of Queen Elizabeth II

ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟ ଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍‌ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍‌କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।

Advertisment

ସୂଚନାଯୋଗ୍ୟଯେ, ମହାରାଣୀଙ୍କ କଫିନ ସୁରକ୍ଷା ପାଇଁ ବ୍ୟବସ୍ଥା କଡାକଡି କରାଯାଇଛି। ରୟାଲ ଗାର୍ଡ ମୁତୟନ କରାଯାଇଛି। ହଠାତ ଜଣେ ଗାର୍ଡ ବେହୋସ ହୋଇ ତଳେ ପଡିଗଲେ। କଳା ରଙ୍ଗର ୟୁନିଫର୍ମ ପିନ୍ଧିଥିବା ଏହି ଗାର୍ଡ ତଳେ ପଡିଯିବାର ଭିଡିଓ ଏବେ ଭାଇରାଲ ହୋଇଛି। ପ୍ରଥମେ ଲାଗିଲା ସେ ତାଙ୍କ ସ୍ଥାନରେ ଠିଆ ହେବା ସମୟରେ ହଲୁଛନ୍ତି। କିଛି ସମୟ ପରେ ସେ ତଳେ ପଡି ଯାଇଥିଲେ । ଏହା ଦେଖିବା କ୍ଷଣି ମୁତୟନ ଥିବା ଅନ୍ୟ ଗାର୍ଡ ମାନେ ଧାଇଁ ଆସିଥିଲେ ଏବଂ ତାଙ୍କୁ ଉଠାଇ ନେଇଥିଲେ। ପରେ ସେ ସ୍ୱାଭାବିକ ହେବା ପରେ ନିଜ ସ୍ଥାନରେ ଛିଡ଼ା ହୋଇଥିଲେ। ହେଲେ ସେ ପଡି ଯାଇଥିବା ସମୟରେ ଉପସ୍ଥିତ ଦର୍ଶକ କିଛି ସମୟ ପାଇଁ ଭୟଭୀତ ହୋଇ ପଡ଼ିଥିଲେ। ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନର ଲାଇଭ କରୁଥିବା ବିବିସି କିଛି ସମୟ ପାଇଁ ଏହାର ସିଧା ପ୍ରସାରଣକୁ ବନ୍ଦ କରି ଦେଇଥିଲା।

ଏହି କାର୍ଯ୍ୟକ୍ରମରେ ମହାରାଜା ଚାର୍ଲସ ତୃତୀୟ ଏବଂ ତାଙ୍କ ପୁଅ ପ୍ରିନ୍ସ ୱିଲିୟମ ଏବଂ ପ୍ରିନ୍ସ ହ୍ୟାରି ଉପସ୍ଥିତ ଥିଲେ। ମହାରାଣୀଙ୍କ କଫିନକୁ ଲଣ୍ଡନସ୍ଥିତ ତାଙ୍କର ସରକାରୀ ବାସଭବନରୁ ପାର୍ଲାମେଣ୍ଟ ହାଉସର ଲିଭିଙ୍ଗ-ଇନ-ଷ୍ଟେଟକୁ ନିଆଯାଇଥିଲା । ସୋମବାର ଦିନ ରାଜକୀୟ ରୀତିନୀତି ଅନୁଯାୟୀ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Advertisment

ସୂଚନା ଅନୁସାରେ, ସୋମବାର ସକାଳ ସାଢେ ୬ଟା ପର୍ଯ୍ୟନ୍ତ ସାଧାରଣ ଜନତା ମହାରାଣୀଙ୍କ ଅନ୍ତିମ ଦର୍ଶନ କରିପାରିବେ। ହଜାର ହଜାର ଲୋକ ଉତ୍କଣ୍ଠାର ସହ ମହାରାଣୀଙ୍କ ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି।

Viral Video Queen Elizabeth II King Charles III
Advertisment
Advertisment