Advertisment

ଚିତା ବାଘକୁ ଦେଖି ନଦୀକୁ ଡେଇଁ ପଡ଼ିଲେ ମହିଳା, ୭୦ କିଲୋମିଟର ପହଁରିଲେ

ବାଘଠାରୁ ନିଜ ଜୀବନ ବଂଚାଇବା ପରେ ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ‘ମୁଁ ନିଜେ ବି ଜାଣିନଥିଲି ବାଘଠୁ ବଂଚିବା ପାଇଁ ମୁଁ ୭୦ କିଲୋମିଟର ପହଁରିବି ।’

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Maharastra Woman Swims 70 km

Maharastra Woman Swims 70 km

ଚିତା ବାଘ ପାଇଁ ପହଁରିଲେ ୭୦ କିମି । ହୁଏତ ଏଇ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ହେଲେ କଥାଟି ପୂରା ସତ । ମହାରା‌ଷ୍ଟ୍ରରେ ଘଟିଥିବା ଏଇ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଚିତାବାଘ ମୁହଁରୁ ନିଜ ଜୀବନ ରକ୍ଷା କରିବା ପାଇଁ ଜଣେ ମହିଳା ନଦୀ ଭିତରକୁ ଡେଇଁପଡିଥିବା ବେଳେ ତାଙ୍କୁ ୭୦ କିଲୋମିଟର ପହଁରିବାକୁ ପଡ଼ିଥିଲା ବୋଲି ଜଣାପଡ଼ିଛି ।

Advertisment

୭୦କିଲୋମିଟର ପହଁରିବା ପରେ ମହିଳା ନିଜର ଜୀବନ ବଞ୍ଚାଇ ପାରିଛନ୍ତି । ଏହା ମଧ୍ୟରେ ମହିଳାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲେ ବି ସେ ସାହସର ସହ ତାକୁ ସାମ୍ନା କରିଥିଲେ । ଆଉ ଧୈର୍ଯ୍ୟ ହାରିନଥିଲେ । ଆଉ ନିଜ ଧୈର୍ଯ୍ୟ ପାଇଁ ଆଜି ସିଏ ନିଜ ଜୀବନ ଫେରି ପାଇଛନ୍ତି ।

ବାଘଠାରୁ ନିଜ ଜୀବନ ବଂଚାଇବା ପରେ ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ‘ମୁଁ ନିଜେ ବି ଜାଣିନଥିଲି ବାଘଠୁ ବଂଚିବା ପାଇଁ ମୁଁ ୭୦ କିଲୋମିଟର ପହଁରିବି ।’ ମହିଳା ଜଣକ କହିଛନ୍ତି କି, ପହଂରିବା ସମୟରେ ଭଗବାନଙ୍କ ମନ୍ତ୍ର ଜପ ଏବଂ କଦଳୀ ଫାଟୁଙ୍ଗା ତାଙ୍କର ସାହାରା ବନିଥିଲା ।

Advertisment

କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତା’ର କି କରିପାରେ ବଳବନ୍ତ । ଆଉ ଏହି କଥାକୁ ପ୍ରମାଣିତି କରି ଦେଖାଇଛନ୍ତି ମହାରାଷ୍ଟ୍ରରେ ବାଘ ସହ ଲଢେଇ କରି ଜୀବନ ବଂଚାଇଥିବା ମହିଳା । ତେବେ ମହିଳାଙ୍କ ନାଁ ଲତାବାଇ ଦିଲ୍ଲୀପ କୋଲୀ ବୋଲି ଜଣାପଡିଛି । ଘଟଣା ଦିନ ଲତାବାଇ ବାଦାମ ଉପାଡ଼ିବା ପାଇଁ ଚାଷ ଜମିକୁ ଯାଇଥିବା ବେଳେ ତାଙ୍କ ଆଡକୁ ଏକ କୁକୁରଟି ଜୋରରେ ଦୌଡ଼ି ଆସୁଥିବା ଦେଖିଥିଲେ । କୁକୁରଟି ଏଭଳି ଜୀବନ ବିକଳରେ କାହିଁକି ଦୌଡ଼ୁଛି ଦେଖିବା ପାଇଁ ଲତାବାଇ ଉପରକୁ ଆସିବା ବେଳେ କୁକୁର ପଛରେ ଚିତାବାଘ ଦୌଡ଼ୁଥିବା ଦେଖିଥିଲେ । ଏହା ଦେଖି ଡରିଯିବା ସହ ସେ ଚାଷ ଜମି ପାଖରେ ଥିବା ତାପି ନଦୀକୁ ଡେଇଁ ପଡ଼ିଥିଲେ।

ଲତାବାଇ ନଦୀ ପାର ହୋଇ ଆରପଟକୁ ଯିବେ ବୋଲି ଭାବିଥିଲେ । କିନ୍ତୁ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ସେ ଭାସି ଭାସି ଆଗକୁ ଚାଲିଯାଇଥିଲେ। କିଛି ବାଟ ଯିବା ପରେ ଏକ କଦଳୀ ଫାଟୁଙ୍ଗା ମିଳିବାରୁ ଏହା ସାହାଯ୍ୟରେ ସେ ୭୦କିଲୋମିଟର ଦୂରକୁ ଚାଲିଯାଇଥିଲେ ବୋଲି କହିଛନ୍ତି । ତେବେ ବାଘ ପାଇଁ ୭୦ କିମି ପହଁରିବା ଘଟଣାକୁ ନେଇ ପୂରା ଦେଶରେ ଏବେ ଚର୍ଚ୍ଚା ଚାଲିଛି ।

Maharastra Woman Swims 70 Km
Advertisment
Advertisment