Advertisment

ଆମାଜନକୁ ପଛରେ ପକାଇ ବିଶ୍ୱର ୨ୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ପୁଣି ଉପରକୁ ଉଠିଲେ ଗୌତମ ଆଦାନୀ। ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଜୁଲାଇରେ ପ୍ରକାଶିତ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିଲେ। ଏବେ ଆମାଜନ୍‌ ପ୍ରତିଷ୍ଠାତା ଜେବ୍‌ ବେଜସଙ୍କୁ କାଟି ବିଶ୍ୱର ୨ୟ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
World's Second Richest Gautam Adani

Gautam Adani becomes world's second richest

ପୁଣି ଉପରକୁ ଉଠିଲେ ଗୌତମ ଆଦାନୀ। ଧନୀ ତାଲିକାରେ ନିଜ ସ୍ଥାନକୁ ଲଗାତାର ଉପରକୁ ଉଠାଇ ଚାଲିଛନ୍ତି ଅଦାନୀ ଗ୍ରୁପ ଚେୟାରମ୍ୟାନ। ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଜୁଲାଇରେ ପ୍ରକାଶିତ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିଲେ। ଅଗଷ୍ଟ ମାସରେ ତାଲିକାର ତୃତୀୟ ସ୍ଥାନରେ ଥିବା ଫ୍ରେଞ୍ଚ ବ୍ୟବସାୟୀ ବର୍ଣ୍ଣାଟ ଅର୍ଣ୍ଣଲ୍‌ଟଙ୍କୁ ତଳକୁ ଖସାଇ ତାଙ୍କ ସ୍ଥାନ ଅକ୍ତିଆର କରିଥିଲେ। ଏବେ ଆମାଜନ୍‌ ପ୍ରତିଷ୍ଠାତା ଜେବ୍‌ ବେଜସଙ୍କୁ କାଟି ବିଶ୍ୱର ୨ୟ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି।

Advertisment

ଫୋବର୍ସର ରିୟଲ ଟାଇମ୍‌ ସୂଚୀ ଅନୁଯାୟୀ, ବେଜସ୍‌ ଗୁରୁବାର ଗୋଟିଏ ଦିନରେ ୨ ବିଲିଅନ ଡଲାର ହରାଇ ତଳକୁ ଖସିଥିବାବେଳେ ଆଦାନୀ ସମାନ ଦିନରେ ନିଜ ନେଟ ୱର୍ଥରେ ୪ ବିଲିୟନ ଡଲାର ଅଧିକ ଯୋଡ଼ି ଏହି ସ୍ଥାନକୁ ଯାଇଛନ୍ତି। ତେବେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଥିବା ଟେସଲା ଏବଂ ସ୍ପେସ୍‌ ଏକ୍ସ ସିଇଓ ଏଲୋନ୍ ମସ୍କ ଏବେ ବି ଧନୀ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ପ୍ରଥମ ଧନୀ ଏଲୋନ ମସ୍କଙ୍କ ନେଟ ୱର୍ଥ ୨୭୩.୫ ବିଲିୟନ ଡଲାର ଥିବାବେଳେ ୨ୟ ଧନୀ ଗୌତମ ଆଦାନୀଙ୍କ ନେଟ ୱର୍ଥ ରହିଛି ୧୫୪.୭ ବିଲିଅନ ଡଲାର। ତୃତୀୟ ସ୍ଥାନରେ ଫ୍ରାନ୍ସର ବର୍ଣ୍ଣାଟ ଅର୍ଣ୍ଣଲ୍‌ଟ ଥିବାବେଳେ ୪ର୍ଥ ସ୍ଥାନରେ ଅଛନ୍ତି ଆମାଜନ ପ୍ରତିଷ୍ଠାତା ଜେବ୍‌ ବେଜସ। ଏବେ ବେଜସଙ୍କ ନେଟ ୱର୍ଥ ୧୫୦ ବିଲିୟନ ଡଲାର ରହିଛି। ଅନ୍ୟପକ୍ଷେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ନେଟ ୱର୍ଥ ୯୨ ବିଲିୟନ ଡଲାର ସହ ୮ମ ସ୍ଥାନରେ ରହିଛନ୍ତି।

Advertisment

ଏଠି କହିରଖିବୁ, ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଛନ୍ତି। ଚଳିତବର୍ଷ ଫେବ୍ରୁଆରୀରେ ସେ ଏସିଆର ସବୁଠାରୁ ଧୀନ ବ୍ୟକ୍ତିର ମାନ୍ୟତା ପାଇଥିଲେ। ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ ୱର୍ଥ ୧୦୦ ବିଲିୟନ ଡଲାର ଟପିଥିଲା। ପରେ ସେ ବିଲ୍‌ଗେଟ୍‌ସ ଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିବା ପରେ ଅଗଷ୍ଟରେ ୩ୟ ଏବଂ ସେପ୍ଟେମ୍ବରରେ ୨ୟ ସ୍ଥାନକୁ ଉଠିଛନ୍ତି।

Gautam Adani Adani Group Chairman Gautam Adani Industrialist Gautam Adani
Advertisment
Advertisment