Advertisment

Technology: ଏମିତି ସଫା କରୁଛନ୍ତି କି ସ୍ମାର୍ଟଫୋନ; ନଷ୍ଟ ହୋଇପାରେ ହାର୍ଡୱେର୍‌

ଅନେକ ଲୋକ ସାନିଟାଇଜରରେ ସେମାନଙ୍କର ସ୍ମାର୍ଟଫୋନ୍ ସଫା କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଏହା ଠିକ୍ ନୁହେଁ। ସାନିଟାଇଜରରେ ଥିବା ଆଲ୍‌କହଲ୍ ଭାଇରସ୍ ଏବଂ ବ୍ୟାକ୍ଟେରିଆ ମାରିବାରେ ସାହାଯ୍ୟ କରିଥାଏ ସତ କିନ୍ତୁ ଏହା ସ୍ମାର୍ଟଫୋନର ସ୍କ୍ରିନ୍, କୋଟିଂ ଏବଂ ହାର୍ଡୱେରକୁ ମଧ୍ୟ ନଷ୍ଟ କରିଦିଏ।

author-image
Pramod Behera
ଅଦ୍ୟତନ ହୋଇଛି
How to sanitise mobile safely without using sanitiser

How to sanitise mobile safely without using sanitiser

ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇଛି। କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରେ ଅନେକ ଏହାକୁ ସଫା କରିବାକୁ ଭୁଲିଯାଆନ୍ତି। ଏହାକୁ ସଫା କରିବା ଏବଂ ଜୀବାଣୁମୁକ୍ତ ରଖିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକ ସାନିଟାଇଜରରେ ସେମାନଙ୍କର ସ୍ମାର୍ଟଫୋନ୍ ସଫା କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଏହା ଠିକ୍ ନୁହେଁ।

Advertisment

ସାନିଟାଇଜରରେ ଥିବା ଆଲ୍‌କହଲ୍ ଭାଇରସ୍ ଏବଂ ବ୍ୟାକ୍ଟେରିଆ ମାରିବାରେ ସାହାଯ୍ୟ କରିଥାଏ ସତ କିନ୍ତୁ ଏହା ସ୍ମାର୍ଟଫୋନର ସ୍କ୍ରିନ୍, କୋଟିଂ ଏବଂ ହାର୍ଡୱେରକୁ ମଧ୍ୟ ନଷ୍ଟ କରିଦିଏ। ତେଣୁ, ସ୍ମାର୍ଟଫୋନ୍ କିପରି ସଫା କରାଯାଏ ତାହା ଜାଣିବା ଜରୁରୀ। ଠିକ ଉପାୟରେ ସଫା କଲେ ଏହା ସୁରକ୍ଷିତ ରହିବ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ।

ଅଧିକ ପଢ଼ନ୍ତୁ: ସ୍ମାର୍ଟଫୋନ୍ ହେଉଛି ବ୍ୟାକ୍ଟେରିଆର ବଡ଼ ଘର; ଜାଣନ୍ତୁ କିପରି ଏହାକୁ ସଫା କରିବେ?

Advertisment

ସାନିଟାଇଜର୍‌ରେ ସଫା କଲେ କ’ଣ ହେବ:

ସାନିଟାଇଜରରେ ଆଲ୍‌କୋହଲ ଭିତ୍ତିକ ରାସାୟନିକ ପଦାର୍ଥ ଥାଏ, ଯାହା ଭାଇରସ୍ ଏବଂ ବ୍ୟାକ୍ଟେରିଆକୁ ମାରିବାରେ ସାହାଯ୍ୟ କରିଥାଏ। କିନ୍ତୁ, ଏହି ଆଲ୍‌କହଲ ସ୍ମାର୍ଟଫୋନର ସ୍କ୍ରିନ୍, କୋଟିଂ ଏବଂ ଭିତର ଉପାଦାନଗୁଡ଼ିକୁ ମଧ୍ୟ ନଷ୍ଟ କରିଦିଏ।

  • ସ୍କ୍ରିନ୍ କୋଟିଂ ନଷ୍ଟ - ଅଧିକାଂଶ ସ୍ମାର୍ଟଫୋନ୍‌ର ସ୍କ୍ରିନ୍‌ରେ ଓଲିଓଫୋବିକ୍(Oleophobic) କୋଟିଂ ଅଛି, ଯାହା ଫିଙ୍ଗର ପ୍ରିଣ୍ଟ ଏବଂ ଧୂଳିରୁ ରକ୍ଷା କରିଥାଏ। ସାନିଟାଇଜରରେ ଥିବା ଆଲ୍‌କୋହଲ୍ ଏହାକୁ ନଷ୍ଟ କରିଦିଏ।
  • ହାର୍ଡୱେୟାର ନଷ୍ଟ ହେବା ସମ୍ଭାବନା - ଯଦି ସାନିଟାଇଜର ଫୋନର ସ୍ପିକର, ଚାର୍ଜିଂ ପୋର୍ଟ କିମ୍ବା ମାଇକ୍ରୋଫୋନରେ ପଶିଯାଏ, ତେବେ ଏହା ସେସବୁକୁ ନଷ୍ଟ କରିପାରେ।
  • ଡିସ୍‌ପ୍ଲେ ଏବଂ ବ୍ୟାକ୍‌ ପ୍ୟାନେଲ୍‌ ଉପରେ ପ୍ରଭାବ - ସାନିଟାଇଜରରେ ଲଗାତାର ସଫା କରିବା ଦ୍ୱାରା ଫୋନ୍‌ର ବଡି ଓ ଡିସ୍‌ପ୍ଲେରେ ଧଳା ବା ସ୍କ୍ରାଚ୍ ଦେଖାଯାଏ, ଯାହା ଏହାର ସୌନ୍ଦର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ।

ଅଧିକ ପଢ଼ନ୍ତୁ: ଡିପ୍ ଫେକ୍ ପାଇଁ ଆପଣଙ୍କ ଫଟୋ/ଭିଡିଓ ହେଉନି ତ ଚୋରି… ଏମିତି କରନ୍ତୁ ସୁରକ୍ଷା

ସ୍ମାର୍ଟଫୋନ୍ ସଫା କରିବାର ଉପାୟ:

ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନ୍‌କୁ ସୁରକ୍ଷିତ ଭାବରେ ସଫା କରିବାକୁ ଚାହୁଁଛନ୍ତି, ତେବେ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ:

  • ମାଇକ୍ରୋଫାଇବର କପଡା ବ୍ୟବହାର - ଫୋନ୍‌ର ସ୍କ୍ରିନ୍ ଏବଂ ବଡିକୁ ସଫା କରିବା ପାଇଁ ଏକ ନରମ ମାଇକ୍ରୋଫାଇବର କପଡା ବ୍ୟବହାର କରନ୍ତୁ।
  • ଆଲକହଲ୍ ୱାଇପ୍ ବ୍ୟବହାର - ଯଦି ଆପଣଙ୍କୁ ସାନିଟାଇଜ୍ କରିବାକୁ ପଡେ, ତେବେ କେବଳ ୭୦% ଆଇସୋପ୍ରୋପିଲ୍ ଆଲକହଲ୍ ୱାଇପ୍ ବ୍ୟବହାର କରନ୍ତୁ, କାରଣ ଏହାର ସ୍କ୍ରିନ୍‌କୁ କ୍ଷତି ପହଞ୍ଚାଏ ନାହିଁ।
  • ଓଦା କପଡା ବ୍ୟବହାର - ଟିକେ ଓଦା କପଡ଼ାରେ ଡିଷ୍ଟିଲ୍ ପାଣି ନିଅନ୍ତୁ ଏବଂ ଫୋନ୍‌କୁ ଧିରେ ଧିରେ ପୋଛନ୍ତୁ।
  • UV ସାନିଟାଇଜର -ସ୍ମାର୍ଟଫୋନ୍‌ରୁ ଭାଇରସ୍ ଏବଂ ବ୍ୟାକ୍ଟେରିଆକୁ ମାରିବା ପାଇଁ UV ସାନିଟାଇଜର ହେଉଛି ସୁରକ୍ଷିତ ଉପାୟ।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ପାଇଁ ଲାପ୍‌ଟପ୍ କିଣୁଛନ୍ତି କି… ଏହି ୬ଟି ଜିନିଷକୁ ଧ୍ୟାନ ଦିଅନ୍ତୁ; ଅସୁବିଧାରେ ପଡ଼ିବେ ନାହିଁ

Smartphones Tips And Trick
Advertisment
Advertisment