• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ହ୍ୱାଟ୍‌ସଆପ୍‌କୁ ନେଇ ଚର୍ଚ୍ଚା । ହ୍ୱାଟ୍‌ସଆପ୍‌ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ । ଆମେ ସମସ୍ତେ ଜାଣନ୍ତି ହ୍ୱାଟ୍‌ସଆପ୍‌ ଏମିତି ଏକ ଆପ୍‌ ଯାହାକି ସବୁବେଳେ ୟୁଜରମାନଙ୍କ ସୁବିଧା ପାଇଁ କିଛି ନା କିଛି ଏକ୍‌ସପେରିମେଣ୍ଟ କରିଥାଏ । ସଂସ୍ଥା ପକ୍ଷରୁ ଅନେକ ନୂଆ ଫିଚର ନିୟମିତ ଭାବେ ଇଣ୍ଟ୍ରୋଡ୍ୟୁସ୍‌ କରାଯାଇଥାଏ । ୟୁଜରଙ୍କୁ ସହଜ ଏବଂ ସରଳ ଉପାୟରେ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ।

ଏଥିରେ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଫାଇଲ୍‌, ଭଏସ୍‌ ରେକର୍ଡିଂ ଆଦି ପଠାଇବା, ଏମିତିକି ଏଥିରେ ପେମେଣ୍ଟ କରିବାର ମଧ୍ୟ ସୁବିଧା ରହିଛି । ତେବେ ଏତେ ସବୁ ସୁବିଧା ପରେ ବି ଚନ୍ଦ୍ରରେ ଦାଗ ଭଳି କିଛି ନା କିଛି କେଁ ରହିଯାଉଛି ଏହି ଆପ୍‌ରେ । ତେବେ ସେହି ଅସୁବିଧାଟି ଆମେ ସମସ୍ତେ ଭୋଗୁଛନ୍ତି । ଆମେ କେବେ ବି ଗୋଟିଏ ଫୋନ୍‌ ନମ୍ବରକୁ ସେଭ ନକରି ହ୍ୱାଟ୍‌ସଆପ୍‌ରେ ମେସେଜ୍‌ ପଠାଇ ପାରିବା ନାହିଁ । କାରଣ ଏଥିରେ ଏହି ସୁବିଧା ନାହିଁ । 

ଜଣେ ବ୍ୟକ୍ତି କେବେ ବି ଅଜଣା ନମ୍ବରକୁ ନିଜ ଆଡ଼ୁ ଏଥିରେ ମେସେଜ କରିପାରିବେ ନାହିଁ । ମେସେଜ ପଠାଇବାକୁ ହେଲେ ପ୍ରଥମେ ଫୋନ୍‌ ନମ୍ବରଟିକୁ ମୋବାଇଲ୍‌ରେ ସେଭ୍‌ କରିବାକୁ ପଡ଼ିବ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହା ଦ୍ୱାରା ଆପଣ ନମ୍ବର ସେଭ୍‌ ନ କରି ମଧ୍ୟ ସେସେଜ୍‌ ପଠାଇପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ସେହି ଟ୍ରିକ୍‌...

ନମ୍ବର ସେଭ୍‌ ନକରି ମେସେଜ ପଠାଇବା..

 ୧. ପ୍ରଥମେ ଯେକୌଣସି ଏକ ୱେବ୍‌ ବ୍ରାଉଜର ଖୋଲିବା ।

୨. ଏହାପରେ ଏହି ଲିଙ୍କ୍ ଟାଇପ୍‌ କରନ୍ତୁ । ( "http://wa.me/ ଦେଶର କୋଡ୍‌ ସହ ଫୋନ ନମ୍ବର" ତାପରେ ଏଣ୍ଟର ଉପରେ କ୍ଲିକ୍‌ କରନ୍ତୁ ।) (ଉଦାହରଣ ସ୍ୱରୂପ "https://wa.me/991125387")

୩. ନମ୍ବର ଟାଇପ୍‌ କରିବା ପରେ ଏହି ଲିଙ୍କ୍‌ ଖୋଲିବା ପାଇଁ ଏଣ୍ଟର ଉପରେ କ୍ଲିକ୍‌ କରନ୍ତୁ । 

୪.ଏହି ଲିଙ୍କ୍‌ ଦ୍ୱାରା ଆପଣ ସିଧାସଳଖ ହ୍ୱାଟ୍‌ସଆପ୍‌ ସ୍କ୍ରିନ୍‌ରେ ପହଞ୍ଚିବେ ।

୫.ଏହାପରେ ଏକ ଗ୍ରିନ୍‌ କଲର ବଟନ୍‌ ରହିଥିବା ଦେଖିବାକୁ ପାଇବେ । ଯେଉଁଥିରେ ଲେଖାଥିବା ‘କଣ୍ଟିନ୍ୟୁ ଚାଟ୍‌’ । ତାକୁ କ୍ଲିକ୍‌ କରନ୍ତୁ ।

୬.ଏହି କ୍ଲିକ୍‌ ପରେ ଆପଣ ଯେଉଁ ନମ୍ବର ଡାଏଲ କରିଥିଲେ, ତାକୁ ମେସେଜ୍‌ ପଠାଇବା ପାଇଁ ଏକ ବକ୍ସ ପାଇବେ । ଆଉ ସେଥିରେ ମେସେଜ୍‌ ପଠାଇପାରିବେ ।

ଟ୍ରୁ କଲର ଜରିଆରେ ବି କରିପାରିବେ ମେସେଜ୍

ଯଦି ଆପଣ ଟ୍ରୁ-କଲର ଆପ୍‌ ବ୍ୟବହାର କରୁଛନ୍ତି । ତେବେ ନମ୍ବର ସେଭ୍‌ ନକରି ଅତି ସହଜରେ କରିପାରିବେ ହ୍ୱାଟ୍‌ସଆପ୍ ମେସେଜ୍ ।

-ଏଥିପାଇଁ ଆପଣଙ୍କୁ ପ୍ରଥମେ ଟ୍ରୁ କଲର ଆପ୍‌ ଖୋଲିବାକୁ ପଡ଼ିବ ।

-ଏହାପରେ ଟ୍ରୁ-କଲରର ସର୍ଚ୍ଚ ବାର୍‌ରେ ସେହି ଫୋନ୍‌ ନମ୍ବର ଟାଇପ୍‌ କରିବାକୁ ହେବ ।

-ଫଳରେ ସେହି ଲୋକର ଟ୍ରୁ-କଲର ପ୍ରୋଫାଇଲ ଓପନ ହେବ ।

-ଏହାପରେ ତଳକୁ ସ୍କ୍ରଲ୍‌ କରନ୍ତୁ । ଆପଣ ହ୍ୱାଟ୍‌ସଆପ୍‌ ବଟନ୍‌ର ଅପ୍‌ସନ୍‌ ପାଇବେ । ସେଠାରେ କ୍ଲିକ୍‌ କରିବାକୁ ହେବ ।

-ତାପରେ ଆପଣ ମେସେଜ୍‌ ପଠାଇବା ପାଇଁ ହ୍ୱାଟ୍‌ସଆପ୍‌ ସ୍କ୍ରିନ୍ ପାଇବେ ।  

-ସେଠାରେ ଆପଣ ମେସେଜ୍‌ କରିପାରିବେ ।