ଚିତାବାଘଙ୍କୁ ଆଣିବ ବାଘମୁହାଁ ବିମାନ । ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା ।
ଜୁଲାଇରେ ନାମିବିୟା ସହିତ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମ ବ୍ୟାଚ୍ରେ ୮ଟି ଚିତା ଭାରତ ଆସିବାକୁ ଥିବା ବେଳେ, ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ୫ ବର୍ଷ ଭିତରେ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।