• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାହୁଲଙ୍କୁ ସୋସିଆଲ ମିଡିଆରେ ହେଲା ତାତ୍ସଲ୍ୟ । କମେଣ୍ଟ କଲେ.. କ୍ରିଟିସାଇଜ୍‌ ବି କଲେ । ଆଉ କେହି କେହି ଦୟା ବି ଦେଖାଇଲେ । କନ୍ୟାକୁମାରୀରୁ ଆରମ୍ଭ ହୋଇଛି କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା। ରାହୁଲ ଗାନ୍ଧି ଧରିଛନ୍ତି ଏହାର ମଙ୍ଗ । ତେବେ ରାହୁଲଙ୍କ ଏହି ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଆରମ୍ଭ ହୋଇଛି ଥଟ୍ଟା ମଜା । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଥଟ୍ଟା ମଜା ।

ସୂଚନାଯୋଗ୍ୟ, ଏବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଖୁବ୍‌ ଚର୍ଚ୍ଚାରେ ରହିଛି । ସାରା ଦେଶରେ ଏହାକୁ ନେଇ ଆଲୋଚନା କରାଯାଉଛି । ତେବେ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଏବଂ ଟିକେ ହସିବେ ମଧ୍ୟ । ରାହୁଲଙ୍କ ରାଲିରେ କିଛି ପକେଟ୍‌ମାର ସାମିଲ ହୋଇଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

କନ୍ୟାକୁମାରୀରୁ ଆରମ୍ଭ ହୋଇଛି ରାହୁଲଙ୍କ ଏହି ଯାତ୍ରା । ଯାତ୍ରାରେ ରାହୁଲଙ୍କ ସହ ଅନେକ ନେତା, ସମର୍ଥକ ଓ ଜନତା ସାମିଲ ହୋଇଛନ୍ତି । ହେଲେ ଏଇ ରାଲିଲେ କିଛି ଚୋର ସାମିଲ ହୋଇଥିବା ଖବର ଆସିବା ପରେ ସାଧାରଣରେ ବଢିଲାଣି ଚର୍ଚ୍ଚା । ରାହୁଲଙ୍କ ରାଲିରେ ଶହଶହ ସମର୍ଥକ ସାମିଲ ହୋଇଥିବାରୁ କିଏ କେଉଁ ଉଦ୍ଦେଶ୍ୟରେ ରାଲିରେ ମିଶୁଛି ତାହା ଜାଣିବା କଷ୍ଟ ।

ହେଲେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ରାହୁଲଙ୍କ ଏଇ ରାଲିଲେ କିଛି ପକେଟ୍‌ମାର ଲୁଟେରା ସାମିଲ ହୋଇଛନ୍ତି । କେବଳ ସାମିଲ ହୋଇଛନ୍ତି ତାହା ନୁହେଁ ବରଂ ଅନେକ ପକେଟ୍‌ ମାରି ବି କରିଛନ୍ତି । ଚର୍ଚ୍ଚା ହେଉଛି କି ରାଲିରେ ମାଗଣା ଖାଇବା ମିଳୁଥିବାରୁ ହଜାର ହଜାର ସମର୍ଥକ ଓ ଜନତା ରାହୁଲଙ୍କ ରାଲିରେ ସାମିଲ ହେଉଛନ୍ତି । ତେଣୁ ଏମାନେ ମନ୍ଦ ଉଦ୍ଦେଶ୍ୟ ରଖି ରାଲିରେ ସାମିଲ ହୋଇଥିବା କୁହାଯାଉଛି ।

ରାହୁଲଙ୍କ ଏଇ ଯାତ୍ରା ବେଲାୟାନି ଜଂକସନରୁ ପାତ୍ତୋମ ଯାଉଥିବା ବେଳେ ସାମ୍ନାକୁ ଆସିଛି ପକେଟ୍‌ମାର ଘଟଣା । ଯାତ୍ରାରେ ସାମିଲ ଥିବା ଲୋକ ଯେତେବେଳେ ସେମାନଙ୍କ ମନିପର୍ସ ଖୋଜିବାକୁ ଲାଗିଥିଲେ ତାହା ମିଳିନଥିଲା । ପରେ ଜଣାପଡିଥିଲା ଯେ, ଏଇ ରାଲିରେ ଲୁଟେରାମାନେ ବି ସାମିଲ ହୋଇଛନ୍ତି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଜାଣିପାରିଲା ଯେ, ରାହୁଲଙ୍କ ସହ ଏକ ପକେଟମାର୍‌ ଗ୍ୟାଙ୍ଗ୍ ମଧ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି । ଆଉ ଏଇ ଘଟଣାରେ ୪ ଜଣଙ୍କୁ ଗିରଫ ମଧ୍ୟ କରିସାରିଲାଣି ପୋଲିସ ।