/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663307282.jpg)
Special story
ସାମାନ୍ୟ ଅସାବଧାନତା ପାଇଁ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ । ବ୍ୟାଙ୍କରେ ବତୁରିଗଲା ୪୨ ଲକ୍ଷ ଟଙ୍କା । ନିଜ ଟଙ୍କା ସୁରକ୍ଷିତ ରଖିବା ପାଇଁ ଲୋକେ ବ୍ୟାଙ୍କରେ ଜମା କରନ୍ତି । କିନ୍ତୁ ବ୍ୟାଙ୍କଗୁଡିକ ନିଜେ କେତେ ଦାୟିତ୍ୱହୀନ ଭାବରେ ନୋଟ୍ ରଖନ୍ତି, ଉତ୍ତରପ୍ରଦେଶର କାନପୁରରେ ଏହାର ନମୁନା ଦେଖିବାକୁ ମିଳିଛି । ପାଣ୍ଡୁ ନଗରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ରଖାଯାଇଥିବା ୪୨ ଲକ୍ଷ ଟଙ୍କାର ନୋଟ ପାଣିରେ ବତୁରି ଯାଇଛି ।
ତିନି ମାସ ପୂର୍ବରୁ ନୋଟଗୁଡିକ ବ୍ୟାଙ୍କରେ ଥିବା ଏକ ବାକ୍ସରେ ରଖାଯାଇଥିଲା । ତେବେ କିଛି ଦିନ ଭିତରେ ବାକ୍ସ ଭିତରେ ପାଣି ପଶିଯାଇଥିଲା । ହେଲେ ଏସମ୍ପର୍କରେ ବ୍ୟାଙ୍କ କର୍ମଚାରୀମାନେ ଜାଣି ପାରିନଥିଲେ । ନିୟମିତ ବ୍ୟବଧାନରେ ବାକ୍ସରେ ଥିବା ଟଙ୍କାକୁ ଉପରୁ ଉପରୁ ଦେଖୁଥିଲେ ବି ତଳ ଟଙ୍କାକୁ ଚେକ୍ କରୁନଥିଲେ । ହୁଏତ ସଠିକ୍ ସମୟରେ ଓଦା ହୋଇଥିବା କଥା ଜାଣିଥିଲେ ଟଙ୍କା ଗୁଡ଼ିକ ନଷ୍ଟ ହୋଇନଥାନ୍ତା ।
ସୂତ୍ର ଅନୁସାରେ, ବ୍ୟାଙ୍କ ଟ୍ରେଜେରୀରେ ଟଙ୍କା ରଖିବା ପାଇଁ ଜାଗା ନଥିବାରୁ ନୋଟ ଗୁଡ଼ିକ ବାକ୍ସରେ ଭର୍ତ୍ତି କରି ରଖାଯାଇଥିଲା । ତେବେ ପ୍ରବଳ ବର୍ଷା ଯୋଗୁଁ ଅଫିସର କାନ୍ଥ ସବୁବେଳେ ଓଦା ରହୁଥିଲା । ଅତ୍ୟଧିକ ଆର୍ଦ୍ରତା ହେତୁ ପାଣି ଟଙ୍କା ବାକ୍ସ ଭିତରକୁ ପଶିଯାଇଥିଲା । ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କାକୁ ଯାଞ୍ଚ ନକରିବା ଦ୍ୱାରା ୪୨ ଲକ୍ଷ ଟଙ୍କା ନଷ୍ଟ ହୋଇଯାଇଛି ।
ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତଦନ୍ତ ଆରମ୍ଭ ହେବା ପରେ ଏହି ମାମଲା ସମ୍ପର୍କରେ ଉପରୋକ୍ତ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା, ଏବେ ଆଉ ଏକ ଟିମ୍ ମଧ୍ୟ ପହଞ୍ଚିଛି । ଏହାପରେ ପିଏନବିର ଭିଜିଲାନ୍ସ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଏଇଠି ପ୍ରଶ୍ନ ପ୍ରଶ୍ନ ଉଙ୍କି ମାରୁଛି, କାହିଁକି ନୋଟ୍ ଗୁଡ଼ିକର ଯତ୍ନ ନିଆଯାଉ ନାହିଁ ?
ସେପଟେ ଦାୟିତ୍ୱହୀନତା ପାଇଁ ପାଣ୍ଡୁ ନଗର ଶାଖାର ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସିନିୟର ମ୍ୟାନେଜର ଦେବୀଶଙ୍କର, ମ୍ୟାନେଜର ଅସାରାମ, ଚେଷ୍ଟ ଅଫିସର୍ ରାକେଶ କୁମାର ଏବଂ ବରିଷ୍ଠ ପ୍ରବନ୍ଧକ ଭାସ୍କର କୁମାରଙ୍କୁ ସସ୍ପେଣ୍ଡ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)