କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।
କେବଳ ସୁରକ୍ଷାକର୍ମୀ ନୁହଁନ୍ତି, ଚିତାଙ୍କୁ ଜଗିବା ପାଇଁ ଆସିଛନ୍ତି ୨ଟି ହାତୀ
ଆଜାଦୀ କା ଅମୃତ ମହୋତ୍ସବ ବେଳେ ଚିତା ପୁଣି ଫେରିଥିବା ମୋଦି କହିଛନ୍ତି ।
ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ ପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ।
ଚିତାବାଘଙ୍କୁ ଆଣିବ ବାଘମୁହାଁ ବିମାନ । ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା ।
ଜୁଲାଇରେ ନାମିବିୟା ସହିତ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମ ବ୍ୟାଚ୍ରେ ୮ଟି ଚିତା ଭାରତ ଆସିବାକୁ ଥିବା ବେଳେ, ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ୫ ବର୍ଷ ଭିତରେ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।