Advertisment

ମାନବ ଚାଲାଣ ମାମଲାରେ ଦଲେର ମେହେନ୍ଦିଙ୍କୁ ଜାମିନ

ଥାନାରେ ମାମଲା ରୁଜୁ ହେବା ପରେ ଦଲେର ଗିରଫ ହୋଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Daler Mehndi Gets Bail

Daler Mehndis

ଲୋକପ୍ରିୟ ଗାୟକ ଦଲେର ମେହେନ୍ଦି ଆଶ୍ୱସ୍ତ। ୨୦୦୩ର ମାନବ ଚାଲାଣ ମାମଲାରେ ଦଲେର ମେହେନ୍ଦିଙ୍କୁ ମିଳିଲା ଜାମିନ। ଗୁରୁବାର ହରିଆଣା ଓ ପଞ୍ଜାବ ହାଇକୋର୍ଟ  ଜାମିନ ତାଙ୍କୁ ଜାମିନ୍ ଦେଇଛନ୍ତି।  ଗତ ଜୁଲାଇ ୨୩ରେ ଦଲେର ମେହେନ୍ଦୀଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ତାଙ୍କୁ ପଟିଆଲା ଜେଲରେ ରହିବାକୁ ପଡ଼ିଥିଲା । କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୩ ମସିହାରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା।

Advertisment

ଅଭିଯୋଗ ଅନୁଯାୟୀ, ଦଲେର ମେହେନ୍ଦୀ, ତାଙ୍କ ଭାଇ ସମଶେର ଓ ଆଉ କିଛି ବ୍ୟକ୍ତି ମିଶି ଲୋକଙ୍କୁ ବେଆଇନ ଭାବେ ବିଦେଶକୁ ପଠାଉଥିଲେ। ସେହି ଲୋକମାନଙ୍କୁ ସେମାନେ ତାଙ୍କ ଟ୍ରୁପ୍‌ର ସଦସ୍ୟ ବୋଲି ଦର୍ଶାଉଥିଲେ।

ଅଭିଯୋଗକାରୀମାନେ ଦର୍ଶାଇଥିଲେ ଯେ ଦଲେର ଓ ତାଙ୍କ ସାଥୀମାନେ ସେମାନଙ୍କୁ ବିଦେଶ ପଠାଇବାକୁ ସେମାନଙ୍କଠାରୁ ଏକ କୋଟି ଟଙ୍କା ନେଇଥିଲେ। କିନ୍ତୁ ସେମାନେ ବିଦେଶ ଯାଇପାରି ନଥିଲେ। ଏହା ପରେ ଦଲେର ଓ ତାଙ୍କ ସାଥୀମାନେ ସେମାନଙ୍କୁ ସେମାନଙ୍କ ଟଙ୍କା ଫେରାଇ ନ ଥିଲେ।

Advertisment

ଦଲେର ଓ ତାଙ୍କ ଭାଇ ୧୯୯୮ ଓ ୧୯୯୯ରେ ଯଥାକ୍ରମେ ଦୁଇଟି ଗ୍ରୁପ୍‌ରେ ୧୦ ଜଣ ଲୋକଙ୍କୁ ବେଆଇନ ଭାବେ ଆମେରିକା ପଠାଇଥିଲେ। ୨୦୦୩ରେ ପଟିଆଲା ସଦର ପୋଲିସ୍ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ବଲଭେରା ଗାଁର ବକଶିଶ ସିଂହ ଥିଲେ ଏହାର ମୁଖ୍ୟ ଅଭିଯୋଗକାରୀ। ଥାନାରେ ମାମଲା ରୁଜୁ ହେବା ପରେ ଦଲେର ଗିରଫ ହୋଇଥିଲେ। ଅବଶ୍ୟ କିଛି ଦିନ ପରେ ତାଙ୍କୁ ଜାମିନ ମିଳି ଯାଇଥିଲା।

Daler Mehndi Daler Mehendi Got Bail
Advertisment
Advertisment