ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି । ରୋଡ୍ ଶୋ' ସରିବା ଯାଏଁ ଜନପଥରେ ଗାଡ଼ି ଚଳାଚଳ ମନା ।
ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।
ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର।
ଭାଙ୍ଗିବା ଦରକାର ନାହିଁ, ବିଜେଡି ଭୁଶୁ଼ଡି ଗଲାଣି କହିଲା ବିଜେପି । ଚର୍ଚ୍ଚାରେ ସମୀରଙ୍କ 'ବିଜେଡିରେ ଏକାଧିକ ଏକନାଥ ସିନ୍ଦେ' ମନ୍ତବ୍ୟ ।
ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି ।
ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ବୋଲି କହିଛନ୍ତି ଅପରାଜିତା । ରୋଡ୍ ଶୋକୁ ନେଇ ଦଳୀୟ କର୍ମୀ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି ।
ମୋଦି ଯିବା ପରେ କାଲି ଆସୁଛନ୍ତି ରାଜନାଥ, ବିଷ୍ଣୁ ଦେବ ସାଏ । ୯ ତାରିଖରେ ଆସିବେ ନୀତିନ ଗଡ଼କରି, ହିମନ୍ତ ବିଶ୍ବଶର୍ମା ।
ଆମ ଇସ୍ତାହାର ଓଡ଼ିଶା ବିକାଶର ରୋଡମ୍ୟାପ୍ କହିଲା ବିଜେପି । ବିଜେପିର ମେନିଫୋଷ୍ଟୋକୁ ମିଛ କହିଲା ବିଜେଡି ।
ଟ୍ୟୁମର ଅପରେସନ୍ ଡାକ୍ତରଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଚାରିଆଡ଼େ ବ୍ଲଡ ଭେସେଲ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ଥିଲା ।
ମୋଦିଙ୍କ ଏହି ରୋଡ ସୋ'ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅଡ଼ିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧରେ ଚାଲିଛି ବୈଠକ ।
ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ସରକାରଙ୍କ ପୋଲ୍ ଖୋଲିଛନ୍ତି ବୈଜୟନ୍ତ । ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢିଛି ବୋଲି କହିଛନ୍ତି ବୈଜୟନ୍ତ ।
ରାଜଧାନୀରେ ମାତିଛନ୍ତି ହାଇ ପ୍ରୋଫାଇଲ ଲୁଟେରା । ଦାମୀ କାର୍ରେ ଆସିଲେ, ଆଖି ପିଛୁଳାକେ ଲୁଟିଲେ । ହିନ୍ଦୀରେ କଥା ହେଉଥିବା ଏକ ଦମ୍ପତିଙ୍କ ଏଭଳି କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । କାଳବୈଶାଖୀ ପବନ ପାଇଁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଖଡ଼ିଆଳରୁ ସଭା ସାରି ଭୁବନେଶ୍ୱର ଫେରୁଥିଲେ ।
ମୋଦିଙ୍କଠାରୁ ମଧ୍ୟ ଓଡ଼ିଶା ବିଜେପି, ରାଜ୍ୟ ସରକାରଙ୍କ ଉପରେ ଡବଲ ଆଟାକ୍ ଆଶା କରୁଛି । ତେବେ ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଆଜି ୨ଟି ସ୍ଥାନରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦିଙ୍କ ସଭା।
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି।
ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ।
ଆଜି ଅପରାହ୍ମ ସାଢ଼େ ଦୁଇଟି ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ର ୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।
ଚର୍ଚ୍ଚାରେ ସୌମ୍ୟ-ଅନୁଭବ-ଗୟାଧର ଭେଟ । ନିର୍ବାଚନ ପୂର୍ବରୁ ରୋଚକ ହେଉଛି ଖଣ୍ଡପଡ଼ା ରାଜନୀତି ।
ଡେରା ପକାଇ ପ୍ରଚାର କରିବେ। ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ବିଜେପି ହେଭିୱେଟ୍ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବେ।
ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ।