• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟକୁ ମିଳିଲା ନୂଆ ସରକାର । କାମ ଆରମ୍ଭ କଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଛିଡୁନି ଅଙ୍କ ? ପ୍ରମୁଖ ବିରୋଧୀ ବିଜେଡି, ନବୀନଙ୍କୁ ବିରୋଧୀ ଦଳ ଆସନରେ ବସାଇବ ନା ଆଉ କେଉଁ ବରିଷ୍ଠଙ୍କୁ ଦାୟିତ୍ୱ ଦେବ? କାରଣ ବିରୋଧୀ ଦଳ ନେତାଙ୍କ ଭୂମିକା ବିଧାନସଭାରେ ବେଶ ଗୁରୁତ୍ବ ରଖେ । ବିଜେଡି ବିଧାୟକଙ୍କ ମତ ହେଉଛି, ଦଳର ସୁପ୍ରିମୋ ନବୀନ ହିଁ ବିରୋଧୀ ଦଳ ନେତା ହେବେ । ତାଙ୍କ ଦିଗଦର୍ଶନରେ ଦଳ ଓଡ଼ିଶାର ବିକାଶ କରିବ ।

ସେପଟେ ନବୀନ ବିରୋଧୀ ଦଳ ନେତା ହେଲେ, ବିରୋଧୀ ଦଳ ଉପନେତା ହୋଇପାରନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ରେସରେ ଆଗରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେପଟେ ୧୪ ବିଧାୟକ ଥିବା କଂଗ୍ରେସର କିଏ ହେବେ ବିଧାୟକ ଦଳ ନେତା ତାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ବରିଷ୍ଠ ବିଧାୟକ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ରେସରେ ଆଗରେ ରହିଥିବା ବେଳେ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କ ହାତରେ ବିଧାନସଭା ମଙ୍ଗ ଦେବାକୁ ଆଉ କିଛି ବରିଷ୍ଠ ଲବି ଆରମ୍ଭ କରିଦେଇଛନ୍ତି । ଏଣେ ବିଜେପି କହିଛି, ବିଧାନସଭାରେ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ରହିବନି । ସବୁ ଦୁର୍ନୀତିର ହିସାବ ନିଆଯିବ।

ସରକାର ନୂଆ, ଅଧିକାଂଶ ମନ୍ତ୍ରୀ ବି ନୂଆ । କିନ୍ତୁ ବିରୋଧୀ ବିଜେଡି ଓ କଂଗ୍ରେସରେ କିନ୍ତୁ ଅନୁଭବୀ ବିଧାୟକ । ସରକାରୀ ଦୋଷ ଦୁର୍ବଳତାକୁ କାଢିବା ସହ ପୂର୍ବ ଯୋଜନାରୁ ଲୋକଙ୍କୁ ମିଳୁଥିବା ଲାଭ ନେଇ ବିରୋଧୀ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି । ତେବେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ନିୟମିତ ବିଧାନସଭାକୁ ଆସୁନଥିଲେ । କିନ୍ତୁ ସେ ଯଦି ବିରୋଧୀ ଦଳ ନେତା ହୁଅନ୍ତି ତେବେ ନିୟମିତ ଉପସ୍ଥାନ ନିହାତି ଜରୁରୀ । ତାକୁ କିଭଳି ଦଳ ମ୍ୟାନେଜ କରିବ ତାହା ବଡ଼ ଚାଲେଞ୍ଜ। ଏସବୁ ବାଦ୍ ବିଧାନସଭାରେ ବହୁ ବର୍ଷ ବ୍ୟବଧାନରେ ଶକ୍ତିଶାଳୀ ବିରୋଧୀଙ୍କୁ ସରକାରୀ ଦଳ ସାମନା କରିବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ।

ଗୋଟିଏ ପଟେ ସରକାର ବିକାଶମୂଳକ କାମ ପାଇଁ ସରକାରୀ ସ୍ତରରେ ସମୀକ୍ଷା ଆରମ୍ଭ କରିଥିବାବେଳେ ବିରୋଧୀ ନିଜର ଦଳପତିଙ୍କୁ କେବେ ସୁଦ୍ଧା ବାଛି ମଇଦାନକୁ ଆସୁଛନ୍ତି ତାଉପରେ ନଜର ।

  • Reported by:
  • RASHMIRANJAN DAS , JAGDISH DAS

OTV is now on Whatsapp

Join and get latest news update delivered to you via whatsapp

Join Now